Posted inଫୁରସତ

ମୋନାଲିସା ପେଣ୍ଟିଂ ଏତେ ପ୍ରସିଦ୍ଧ କ’ଣ ପାଇଁ? ଜାଣନ୍ତୁ ରହସ୍ୟ…

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍ସିଙ୍କ ହାତର ଯାଦୁକରୀ ହେଉଛି ପୃଥିବୀ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ ହୋଇଥିବା ଏହି ପେଣ୍ଟିଂ ସମ୍ପୂର୍ଣ୍ଣ ହେବା ଲାଗି ୧୪ ବଷର୍ର୍ ସମୟ ଲାଗିଥିଲା। ଏହା ଯେତିକି ରହସ୍ୟମୟ ସେତିକି ମୂଲ୍ୟବାନ। ତେବେ କେବେ ଭାବିଛନ୍ତି କି ଏହା ଏତେ ପ୍ରସିଦ୍ଧ କ’ଣ ପାଇଁ? କ’ଣ ରହିଛି ଏହି ପେଣ୍ଟିଂ ପଛର ରହସ୍ୟ? ଜାଣନ୍ତୁ ସେ ସମ୍ପର୍କରେ…

ଚୋରି ପରେ ପ୍ରସିଦ୍ଧ: ମୋନା ଲିସା ପେଣ୍ଟିଂ ଆରମ୍ଭରୁ ଏତେ ପ୍ରସିଦ୍ଧ ନ ଥିଲା। ୧୯୧୧ ମସିହା ଅଗଷ୍ଟ ୨୧ ତାରିଖରେ ଯେବେ ପ୍ୟାରିସର ଲୁବ ମ୍ୟୁଜିୟମରୁ ଏହା ଚୋରି ହେଲା ତାହା ଚର୍ଚ୍ଚାକୁ ଆସିଗଲା। କାରଣ ଏତେ ବଡ଼ ସଂଗ୍ରହାଳୟରୁ ପେଣ୍ଟିଂ ଚୋରି ହେବାଟା ଛୋଟ କଥା ନ ଥିଲା। ପରେ ଜଣାପଡ଼ିଲା ସଂଗ୍ରହାଳୟର କର୍ମଚାରୀ ଭିନସେଞ୍ଜୋ ପେରୁଗିୟା ଏହାକୁ ଚୋରି କରିଥିଲେ ତାକୁ ଇଟାଲି ନେବା ଲାଗି। କାରଣ ତାଙ୍କ ମତରେ ଏହି ପେଣ୍ଟିଂ ହେଉଛି ଇଟାଲୀର ସମ୍ପତ୍ତି। ଏହି କାମ ପାଇଁ ବେରୁଗିୟାଙ୍କୁ ୬ ମାସର ଦଣ୍ଡ ଦିଆଗଲା। ହେଲେ ଇଟାଲୀର ଲୋକେ ତାଙ୍କୁ ଦେଶଭକ୍ତ ଭାବେ ଗ୍ରହଣ କରନ୍ତି।

ରହସ୍ୟମୟ ପେଣ୍ଟିଂ:ଏହି ପେଣ୍ଟିଂ ଯେତିକି ପ୍ରସିଦ୍ଧ ସେତିକି ରହସ୍ୟମୟ ମଧ୍ୟ। ପେଣ୍ଟିଂରେ ଯିଏ ଅଛନ୍ତି ତାକୁ ନେଇ ଅଲଗା ଅଲଗା ଦାବି କରାଯାଏ। କିଏ କହେ ପେଣ୍ଟିଂରେ ଫ୍ଲୋରେନ୍ସର ବ୍ୟବସାୟୀ ଫ୍ରାନ୍ସିସ୍କୋ ଡେଲ ଜିଓକାଣ୍ଡୋଙ୍କ ପତ୍ନୀ ଲିସା ଡେଲ ଜିଓକାଣ୍ଡୋ ଅଛନ୍ତି। ତା’ଛଡା ଏହାବି ଦାବି କରାଯାଏ ଯେ, ପେଣ୍ଟିଂରେ ଆଉ କିଏ ନୁହେଁ ବରଂ ନିଜେ ଲିଓନାର୍ଡୋ ଦା ଭିନ୍ସି ଅଛନ୍ତି। ଏଥିରେ ସେ ନିଜକୁ ଜଣେ ମହିଳାଭାବେ ଚିତ୍ରିତ କରିଛନ୍ତି। ତେବେ ପ୍ରକୃତରେ ପେଣ୍ଟିଂର ମହିଳା ଜଣକ କିଏ ତାହା ଏବେ ବି ରହସ୍ୟ ଘେରରେ। ଉକ୍ତ ପେଣ୍ଟିଂର ନାମ ଏମିତିରେ ମୋନା ଲିଜା। ହେଲେ ଏହାର ଉଚ୍ଚାରଣରେ ଅପଭ୍ରଂଶ ଘଟି ତାହା ମୋନା ଲିସାରେ ପରିଣତ ହୋଇଛି।

ମୋନା ଲିସାର ହସ:ମୋନା ଲିସା ପେଣ୍ଟିଂର ହସ ହେଉଛି ସବୁଠୁ ବଡ଼ ରହସ୍ୟ। ଯାହାକୁ ଅନେକ ବିଶେଷଜ୍ଞ ବିଭିନ୍ନ ସମୟରେ ଅଧ୍ୟୟନ କରିଛନ୍ତି। ଏହି ପେଣ୍ଟିଂକୁ ଅଲଗା ଅଲଗା ଏଙ୍ଗଲରୁ ଦେଖିଲେ ଏହାର ଭଙ୍ଗୀ ଭିନ୍ନ ଭିନ୍ନ ଦେଖାଯାଏ। ଗୋଟିଏ ଏଙ୍ଗଲରୁ ଦେଖିଲେ ଏହା ହସିଲା ପରି ଦେଖାଯାଉଥିବାବେଳେ ଅନ୍ୟ ଏଙ୍ଗଲରୁ ଦେଖିଲେ ଏହାର ହସ ଫିକାଲାଗେ। କିଛି ଏଙ୍ଗଲରୁ ତ ଏହାର ହସ ଆଦୌ ନ ଥିଲା ପରି ଲାଗେ। ତେବେ୨୦୦୦ ମସିହାରେ ହାଭାର୍ଡ ର ଜଣେ ନ୍ୟୁରୋସାଇଣ୍ଟିଷ୍ଟ ଏହି ପେଣ୍ଟିଂ ଉପରେ ଗବେଷଣା କରି କହିଛନ୍ତି ଯେ, ମୋନା ଲିସାର ହସ ବଦଳି ନ ଥାଏ ବରଂ ମଣିଷର ମାନସିକତା ଯେମିତି ଥାଏ ପେଣ୍ଟିଂ ତାଙ୍କୁ ସେମିତି ଦେଖାଯାଏ। ଅର୍ଥାତ୍‌ ଯଦି ଜଣେ ଖୁସୀ ଅଛନ୍ତି ତାହା ତାଙ୍କୁ ହସିଲା ପରି ଦେଖାଯିବ ଓ ଦୁଃଖୀ ଥିଲେ ମୋନା ଲିସାର ହସ ଫିକା ଲାଗିବ। ତେବେ ସେ ଯାହା ବି ହେଉ ଏହି ପେଣ୍ଟିଂ ଏକ କଳାତ୍ମକ ଆଶ୍ଚର୍ଯ୍ୟ ଅଟେ। କୁହାଯାଏ ଏହାକୁ ତିଆରି କରିବା ଲାଗି ୧୪ ବର୍ଷ ସମୟ ଲାଗିଥିଲା। ଯେଉଁଥିରୁ କେବଳ ଓଠ ତିଆରି କରିବା ଲାଗି ଲିଓନାର୍ଡୋ ଦ ଭିନ୍ସିଙ୍କୁ ୧୨ ବର୍ଷ ଲାଗିଥିବା କୁହାଯାଏ। ୩୦ରୁ ଅଧିକ ଲେୟରରେ ତିଆରି ଏହି ପେଣ୍ଟିଂରେ କାଠର କୋଇଲା ବି ବ୍ୟବହାର ହୋଇଥିଲା। ପେଣ୍ଟିଂଟି ଦେଖିବାକୁ ବଡ଼ ଲାଗେ। କିନ୍ତୁ ଏହାର ଆକାର ବହୁତ ଛୋଟ।

ହସରେ ପାଗଳ: କୁହାଯାଏ ମୋନା ଲିସାର ହସ ପାଇଁ ପାଗଳ ହୋଇ ଫ୍ରାନ୍ସର ମାସପରୋ ନାମକ ଜଣେ ବ୍ୟକ୍ତି ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାବାଦ ସଂଗ୍ରହାଳୟକୁ ମୋନା ଲିସା ପାଇଁ ଅନେକ ପ୍ରେମ ପତ୍ର ବି ଆସେ।

ଆକ୍ରମଣର ଶିକାର ହୋଇଛି ମୋନା ଲିସା: ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ପେଣ୍ଟିଂ ଯେମିତି ଜର୍ମାନୀ ହାତରେ ନ ପଡୁ ସେଥିପାଇଁ ୬ ଥର ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଯାଇଥିଲା ।୧୯୫୬ରେ ଥରେ ପର୍ଯ୍ୟଟକ ପେଣ୍ଟିଂ ଉପରକୁ ପଥର ମାଡ କରିଥିଲେ। ଫଳରେ ପେଣ୍ଟିଂର ବାମ ହାତରେ ଚିହ୍ନ ହୋଇଯାଇଥିଲା। ପରେ ଏହାକୁ ଠିକ କରାଗଲା। ଆଉ ଥରେ ତ ଜଣେ ପେଣ୍ଟିଂ ଉପରକୁ ଏସିଡ ଆକ୍ରମଣ କରିଥିଲା। ତେଣୁ ପରବର୍ତ୍ତୀ ସମୟରେ ଏହାକୁ ବୁଲେଟ ପ୍ରୁଫ୍‌ କରାଗଲା। ଏବେ ୫୦୦ ବର୍ଷ ପୁରୁଣା ଏହି ମୋନା ଲିସା ପେଣ୍ଟିଂର ମୂଲ୍ୟ ୬୭୦୦ କୋଟିରୁ ଉର୍ଦ୍ଧ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri