୩୦ ନା ୩୧ ବାସ୍ତବତା କ’ଣ

ବଲାଙ୍ଗୀର, ୬ା୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ମାଗୁରବେଡାଠାରେ ଗତ ବୁଧବାର ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଉଦ୍‌ଘାଟନ କରି ବଲାଙ୍ଗୀର ଜିଲା ବିକାଶରେ ଏହା ନୂଆ ଯୁଗ ଆଣିବ ବୋଲି କହିଥିଲେ। ପ୍ରକଳ୍ପ ଉଦ୍‌ଘାଟନୀ ସଭାରେ ଉନ୍ନୟନ କମିଶନର ଅନୁ ଗର୍ଗ କହିଥିଲେ ଯେ, ଲୋୟର ସୁକ୍‌ତେଲ ପ୍ରକଳ୍ପ ହେଉଛି ଆୟତନ ଆକାରରେ ରାଜ୍ୟର ନବମ ବୃହତ୍‌ ବନ୍ଧ। ଏହାର ଉଚ୍ଚତା ୩୧ ମିଟର। ଏହି ସଭାରେ ଆହୁରି ସୂଚନା ଦିଆଯାଇଥିଲା ଯେ, ଏହି ପ୍ରକଳ୍ପର ଲମ୍ବ ୧୪୧୦ ମିଟର। ଏଥିରେ ୨୫୫ ମିଟର ଲମ୍ବ ସ୍ପିଲୱେ ଏବଂ ୧୨ଟି ଜଳ ନିର୍ଗମନ ଗେଟ୍‌ ରହିଛି। ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁକ୍‌ତେଲ ପ୍ରକଳ୍ପରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ୧ ଲକ୍ଷ ଏକର ଜମି ଜଳସେଚିତ ହେବ ଏବଂ ୮୦ ହଜାର ଚାଷୀ ଉପକୃତ ହେବେ। ଏହି ପ୍ରକଳ୍ପରୁ ଜିଲାର ବଲାଙ୍ଗୀର ଓ ପାଟଣାଗଡ଼ ସହରାଞ୍ଚଳର ୭୦ ହଜାର ଲୋକଙ୍କୁ ପାନୀୟ ଜଳ ମଧ୍ୟ ଯୋଗାଇ ଦିଆଯିବ।  ଭୂତଳ ଚାପଯୁକ୍ତ ପାଇପ୍‌ ପ୍ରଣାଳୀରେ ଜଳସେଚନ ସୁବିଧା ଉପଲବ୍ଧ ହେଉଥିବାରୁ କେନାଲ ପାଇଁ ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ଉଦ୍‌ଘାଟନୀ ସଭାରେ ସୁକ୍‌ତେଲ ଡ୍ୟାମ ଉଚ୍ଚତା ୩୧ ମିଟର କୁହାଯାଇଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଡ୍ୟାମ୍‌ ଉଚ୍ଚତା ୧ ମିଟର ବୃଦ୍ଧି ପାଇଥିବାରୁ ଅଧିକ ଗଁା, ଜମି, ଜଙ୍ଗଲ ଜମି ବୁଡିବ କି ବୋଲି ପ୍ରଶ୍ନ ଉଠିଛି। ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ନେଇ ମୂଳରୁ ବହୁ ବିଭ୍ରାନ୍ତି ଲାଗି ରହିଥିଲା। ପୂର୍ବରୁ ସରକାରୀ ସ୍ତରରେ ଏହି ଡ୍ୟାମ୍‌ର ଉଚ୍ଚତା ୩୬ ମିଟର ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଉଚ୍ଚତା ୩୦ ମିଟର ବୋଲି କୁହାଗଲା। ଦୀର୍ଘବର୍ଷ ଧରି ଡ୍ୟାମ୍‌ ଉଚ୍ଚତା ୩୦ ମିଟର କୁହାଯିବା ପରେ ପ୍ରକଳ୍ପ ଉଦ୍‌ଘାଟନୀ ସଭାରେ କିନ୍ତୁ ଏହାର ଉଚ୍ଚତା ୩୧ ମିଟର ବୋଲି କୁହାଯାଇଥିଲା। କେଉଁ କାରଣରୁ ଏହା ୩୧ ମିଟର ଉଚ୍ଚ ବୋଲି କୁହାଗଲା ଏବଂ ଡ୍ୟାମ୍‌ ଉଚ୍ଚତା ୧ ମିଟର ବଢ଼ିବା ପରେ ପ୍ରକଳ୍ପରେ କ’ଣ ସବୁ ପରିବର୍ତ୍ତନ ହେଲା କି ନାହିଁ ସେନେଇ ସୂଚନା ଦିଆଗଲା ନାହିଁ। ଏ ସଂକ୍ରାନ୍ତରେ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ସୁନୀଲ ରାଉତଙ୍କୁ ପଚାରିବାରୁ ସୁକ୍‌ତେଲ ଡ୍ୟାମ ଉଚ୍ଚତା ବଢ଼ିନାହିଁ, ତାହା ୩୦ ମିଟର ରହିଛି ବୋଲି କହିଛନ୍ତି। ଏହି ପ୍ରକଳ୍ପର ମାଟିବନ୍ଧ ସର୍ବାଧିକ ସ୍ତର ୨୧୦ ମିଟର ରହିଛି। ଜଳଭଣ୍ଡାରର ସର୍ବାଧିକ ଜଳସ୍ତର (ଏଫ୍‌ଆରଏଲ) ୨୦୬ ମିଟର ଏବଂ ସର୍ବନିମ୍ନ ଜଳସ୍ତର ୧୯୭  ମିଟର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଣୁ ୨୯ଟି ପ୍ରଭାବିତ ଗଁା ବାଦ୍‌ କୌଣସି ଅଧିକ ଗଁା ବୁଡିବ ନାହିଁ କି ଅଧିକ ଜମି କିମ୍ବା ଜଙ୍ଗଲ ବୁଡିବ ନାହିଁ ବୋଲି ସେ କହିଛନ୍ତି।
ମରୁଡ଼ି, ଦାଦନ, ଦାରିଦ୍ର୍ୟ ଏବଂ ଅନଗ୍ରସରତା ପାଇଁ ଚର୍ଚ୍ଚିତ ରହିଆସିଥିବା ବଲାଙ୍ଗୀର ଜିଲାରେ ବୃହତ୍‌ ଜଳସେଚନ ପ୍ରକଳ୍ପର ପରିକଳ୍ପନାକୁ ସବୁବେଳେ ଜୋର ଦିଆଯାଇଆସୁଥିଲା। ୧୯୭୯ରୁ ପ୍ରାରମ୍ଭିକ ସର୍ଭେ ହୋଇଥିବା କୁହାଯାଇଥିଲେ ମଧ୍ୟ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପକୁ ୧୯୯୭ରେ କେନ୍ଦ୍ରୀୟ ଜଳ ଆୟୋଗ ମଞ୍ଜୁରୀ ମିଳିଥିଲା। ୧୯୯୮ରେ ପ୍ରକଳ୍ପର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଏବଂ ୧୯୯୯ରେ ପ୍ରଶାସନିକ ମଞ୍ଜୁରୀ ମିଳିଥିଲା। ୧୯୯୪ ମସିହା ମୂଲ୍ୟାଙ୍କରେ ପ୍ରକଳ୍ପର ମୂଳ ବ୍ୟୟ ଅଟକଳ ୨୧୭.୧୩ କୋଟି ଟଙ୍କା ରହିଥିଲା। ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଶିଳାନ୍ୟାସ  କରିଥିଲେ ଏବଂ ୨୦୦୫ରେ ତତ୍କାଳୀନ ଲୋଇସିଂହା ବିଧାୟକ ନରସିଂହ ମିଶ୍ର ସ୍ପିଲ୍‌ୱେର ଶିଳାନ୍ୟାସ କରିଥିଲେ। ତେବେ ବିସ୍ଥାପିତଙ୍କ ତୀବ୍ର ଆନ୍ଦୋଳନ ଓ ପ୍ରତିରୋଧ ଯୋଗୁ ବହୁବର୍ଷ ଧରି ପ୍ରକଳ୍ପ କାମ ବନ୍ଦ ରହିଥିଲା।
ନ୍ୟାଟ୍‌ଜିଓରେ ଆଜି ପ୍ରସାରିତ ହେବ ଲୋୟର ସୁକତେଲ କାହାଣୀ
ଭୁବନେଶ୍ୱର, ୫।୧(ଅସମାପିକା ସାହୁ)- ଲୋୟର ସୁକତେଲ ଡ୍ୟାମ୍‌ କାହାଣୀ ଶନିବାର ସନ୍ଧ୍ୟା ୭ଟାରେ ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ପ୍ରସାରିତ ହେବ। ବଲାଙ୍ଗୀର ଜିଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ହେଉଛି ଲୋୟର ସୁକତେଲ ଡ୍ୟାମ୍‌। ଓଡ଼ିଶାର ବିକାଶଧାରାରେ ସାମିଲ ହୋଇଥିବା ଲୋୟର ସୁକତେଲ ଡ୍ୟାମ୍‌ କିଭଳି ତିଆରି ହୋଇଥିଲା, ଏହି ବୃହତ୍‌ ପ୍ରକଳ୍ପ କିପରି ବଲାଙ୍ଗୀର ଓ ସୋନପୁର ଜିଲାର ଜୀବନରେଖା ପାଲଟିଛି, କୃଷି ଓ କୃଷକଙ୍କ ପାଇଁ ନିଆଯାଇଥିବା ଏହି ଐତିହାସିକ ପଦକ୍ଷେପ ନ୍ୟାଟ୍‌ଜିଓର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସୁପରଷ୍ଟ୍ରକ୍ଚର’ ମାଧ୍ୟମରେ ସାରା ବିଶ୍ୱ ଦେଖିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲାର ୨୦୩ଟି ଗାଁର ୧ଲକ୍ଷ ଏକର ଜମିକୁ ପାଣି ମିଳିବ। ୭୦ହଜାରରୁ ଅଧିକ ଲୋକ ପିଇବା ପାଣି ସୁବିଧା ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri