ନାଁରୁ କ’ଣ ମିଳିବ

ଆମ ଦେଶରେ ବେଶି ଠାକୁରାଣୀ ଠାକୁରଙ୍କ ନାଁରେ ମା’ବାପାମାନେ ସେମାନଙ୍କ ପିଲାଙ୍କ ନାମ ରଖନ୍ତି। ଆଉ ମଧ୍ୟ କିଛି ଆଧୁନିକ ନାଁ ଦିଅନ୍ତି। ବିଦ୍ୟାଭୂଷଣ ନାଁ ଥାଇ ମୂର୍ଖ, ଦିବ୍ୟଲୋଚନ ନାଁ ଥାଇ ଦୃଷ୍ଟି ବାଧିତ, ଗୋରାଚାନ୍ଦ ନାଁ ନେଇ ତ୍ରିପଣ୍ଡ କାଳିଆ ଏଇଭଳି ବହୁ ଉଦାହରଣ ଅଛି। ନାଁ କେବଳ ଚିହ୍ନଟ ପାଇଁ ସେ ମଣିଷ ହେଉ କି ଭୌଗୋଳିକ କ୍ଷେତ୍ରଫଳ ହେଉ। ଥରେ ଯେଉଁ ନାଁରେ ବର୍ଷବର୍ଷ ଧରି ଚିହ୍ନୁଛେ ଡାକୁଛେ ସେ ନାଁ ବଦଳାଇ ଦେଲେ ସମସ୍ତେ ଅଡୁଆରେ ପଡିଯାଆନ୍ତି। ଏବେ ଦେଶର ନାଁ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବା। ଆମେ ସିନା ପାର୍ଲାମେଣ୍ଟରେ ଏକ ତୃତୀୟାଂଶ ଭୋଟରେ ବଦଳ ନାଁକୁ ଗୃହୀତ କରାଇନେବା, କିନ୍ତୁ ବିଦେଶୀମାନଙ୍କ ସହ ଯେତେ ଚୁକ୍ତିପତ୍ର ହୋଇଛି ସେମାନେ ଇଣ୍ଡିଆ ସ୍ଥାନରେ ଭାରତ ଲେଖିବେ କି ?
ଆମେରିକା ପ୍ରଶ୍ନ ଉଠାଇଲାଣି। ଏଭଳି ଉଦ୍ଭଟ ଚିନ୍ତା ଆସିଲା କାହିଁକି ? ବିରୋଧୀମାନେ ‘ଇଣ୍ଡିଆ’ କଲାପରେ ଏନ୍‌ଡିଏବାଲା ଅଡୁଆରେ ପଡ଼ିଗଲେ କି? ଇଣ୍ଡିଆ ମେଣ୍ଟ କହିଲେଣି – ଆମେ ବି ଇଣ୍ଡିଆ ବଦଳାଇ ‘ଭାରତ’ ମେଣ୍ଟ ନାଁ ଦେବୁ।
ଦେଶ ସ୍ବାଧୀନ ପରେ ୧୯୪୯ବେଳେ ସମ୍ବିଧାନ ପ୍ରଣୟନବେଳେ ବହୁ ନାଁ ଆସିଥିଲା। ‘ଭାରତ’, ହିନ୍ଦୁସ୍ତାନ, ହିନ୍ଦ୍‌, ଭାରତଭୂମି, ଭାରତବର୍ଷ ନାଁକୁ ବିଚାରକୁ ନିଆଯାଇଥିଲା। ଶେଷରେ ନିଷ୍ପତ୍ତି ହେଲା ”ଇଣ୍ଡିଆ ଦ୍ୟାଟ୍‌ ଇଜ୍‌ ଭାରତ“। ୟୁନିୟନ୍‌ ଅଫ୍‌ ଷ୍ଟେଟ୍‌ସ। ସମ୍ବିଧାନର ଧାରା ୧(୧)ରେ ”ଇଣ୍ଡିଆନ୍‌ କନ୍‌ଷ୍ଟିଚ୍ୟୁଶନ୍‌’ ରହିଲା। ପ୍ରସିଦ୍ଧ କବି ସେକ୍ସପିୟର ତାଙ୍କ ‘ରୋମିଓ ଏବଂ ଜୁଲିଏଟ୍‌’ରେ ଲେଖିଥିଲେ ହ୍ବାଟ୍‌ ଇଜ୍‌ ଇନ୍‌ ନେମ୍‌ ? ନାଁରେ କ’ଣ ଅଛି ? ଆମେ ଯେତେ ନାଁ ବଦଳାଇ ଦେଲେ ବି ଇଣ୍ଡିଆ ଥିଲାବେଳେ ଯେଉଁ ଭୂଖଣ୍ଡ ଥିଲା ଭାରତ ନାଁ ରଖିଲେ ବି ସେଇ ଭୂଖଣ୍ଡ ରହିବ। ନାଁ ବଦଳିଗଲେ କ’ଣ ଲୋକଙ୍କ ଚିନ୍ତାଧାରା – ଅବସ୍ଥା ବଦଳିଯିବ ?
ଦେଶ ବର୍ତ୍ତମାନ ଦୁଇଟି ନାଁରେ ପରିଚିତ। ଇଣ୍ଡିଆନ୍‌ ଗଭର୍ନମେଣ୍ଟ ଅଫିସିଆଲ୍‌ ନାଁ ଇଂଲିଶରେ ଇଣ୍ଡିଆ ବିଶ୍ୱସାରା ପ୍ରଚଳିତ, ହିନ୍ଦୀ ନାଁ ଭାରତ ଦେଶ ଭିତରେ ପ୍ରଚଳିତ। ବମ୍ବେକୁ ମୁମ୍ବାଇ, ମାଡ୍ରାସକୁ ଚେନ୍ନାଇ ଭଳି ବର୍ତ୍ତମାନ ଆମେ ବହୁ ରାସ୍ତା, ରେଲଷ୍ଟେଶନ ନାଁ ବଦଳାଇ ଦେଉଛେ।
ଏବେ ନାମ ବିଧିବଦ୍ଧ ଭାବେ ପରିବର୍ତ୍ତନ ହୋଇନି, କିନ୍ତୁ ଜି ୨୦ ସମ୍ମିଳନୀରେ ପ୍ରେସିଡେଣ୍ଟ ଅଫ୍‌ ଭାରତ, ପ୍ରାଇମିନିଷ୍ଟର ଅଫ୍‌ ଭାରତ ଲେଖିସାରିଲେଣି। ଏହା ଠିକ୍‌ ଲାଗୁନି। ଏତେ ତରତର କାହିଁକି ? ସେପ୍ଟେମ୍ବର ୧୮ରୁ ୨୨ ସଂସଦର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାହୋଇଛି। ଏ ଅଧିବେଶନରେ ଏକ ଦେଶ ଏକ ନିର୍ବାଚନ ବିଲ୍‌, ଇଣ୍ଡିଆ ବଦଳରେ ଭାରତ ନାମକରଣ ବିଲ୍‌ ଆସିବ ବୋଲି କୁହାଯାଉଛି। ସ୍ମରଣଯୋଗ୍ୟ ଯେ,ଅତୀତରେ ନାମ ବଦଳ ବିଲ୍‌ ଆସିଥିଲା ଏବଂ ତାହା କାଟ୍‌ ଖାଇଯାଇଥିଲା। ସଂଖ୍ୟା ଦୃଷ୍ଟିରୁ ବିଲ୍‌ ପାସ୍‌ ହୋଇଯାଇପାରେ। ଏହାଦ୍ୱାରା ଦେଶର ଲାଭ କ୍ଷତି ମଧ୍ୟ ହିସାବ କରିବାକୁ ହେବ। ଟଙ୍କାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଛି। ପୁରୁଣା ନୋଟ୍‌କୁ ବନ୍ଦକରି ନୂଆ ନୋଟ୍‌ ଛପାଇବେ କି ? ପୁଣି ନୋଟବନ୍ଦୀ ହେବ କି ? ଯେଉଁ ସରକାରୀ ସଂସ୍ଥାଗୁଡ଼ିକରେ ‘ଇଣ୍ଡିଆ’ ନାଁରେ ସରକାରୀ/ବେସରକାରୀ କାର୍ଯ୍ୟ ଚାଲୁଥିଲା ସେସବୁ ବଦଳାଇ ‘ଭାରତ’ ଲେଖିଲାବେଳକୁ ସମୟ ଓ ଅର୍ଥ ଖର୍ଚ୍ଚ ହେବ। ପ୍ରାୟ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି। ରାଜକୋଷରୁ ଏତେଟଙ୍କା ଖର୍ଚ୍ଚ କରିବାପାଇଁ ସରକାର ଦେଶବାସୀଙ୍କ ମତାମତ ନେବେନି ? ନୋଟବନ୍ଦୀବେଳେ ଯେଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏକ ଦେଶ ଏକ ନିର୍ବାଚନ, ଇଣ୍ଡିଆ ବଦଳରେ ଭାରତ ବିଲ୍‌ ପାସ୍‌ କରି ସମ୍ବିଧାନ ସ୍ବୀକୃତି ପାଇଗଲେ ଦେଶରେ ନାନା ବିଭ୍ରାଟ ସୃଷ୍ଟି ହେବ। ଅସଲ ବିଲ୍‌ ଏକ ଦେଶ ଏକ ନିର୍ବାଚନ ସବୁଠୁ ବେଶି ବିଭ୍ରାଟ ସୃଷ୍ଟି କରିବ। ନଭେମ୍ବରରେ ୬ଟି ରାଜ୍ୟରେ ନିର୍ବାଚନ ହେବ। ୨୪ ମହାଭାରତ ଏତେ ସହଜ ହେବନି। କିଛି ରାଜ୍ୟରେ ବର୍ଷେ ଦୁଇବର୍ଷ ପୂର୍ବରୁ ନିର୍ବାଚନ ହୋଇଯାଇଛି। ସେ ସରକାରଗୁଡ଼ିକୁ ରାଷ୍ଟ୍ରପତି ଶାସନ ଜାରିକରି ଭାଙ୍ଗିଦେଇ ଏକ ସଙ୍ଗରେ ୨୪ ଏପ୍ରିଲ-ମେ ବେଳକୁ କେନ୍ଦ୍ରସରକାର ସବୁ ରାଜ୍ୟରେ ନିର୍ବାଚନ କରିବେ। ଏହା ଅସାମ୍ବିଧାନିକ ହୋଇଥିଲେ ସୁପ୍ରିମକୋର୍ଟ ଅଙ୍କୁଶ ଲଗେଇ ଦେଇପାରନ୍ତି।
ଏବେ ଯାହା ଜଣାପଡିଛି ଏକ ଦେଶ ଏକ ନିର୍ବାଚନ ହେଲେ ୧୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ! ଏକ ସଙ୍ଗେ ଲୋକ ସଭା, ବିଧାନସଭା, ପୌରସଭା, ଜିଲାପରିଷଦ, ପଞ୍ଚାୟତ ସମିତି, ଗ୍ରାମପଞ୍ଚାୟତ ନିର୍ବାଚନ ହେବ। ଇଭିଏମ୍‌ ପ୍ରସ୍ତୁତ କରିବାକୁ ହେବ। ସବୁ ରାଜନୈତିକ ଦଳ, ସ୍ବାଧୀନ ପ୍ରାର୍ଥୀଙ୍କ ଖର୍ଚ୍ଚ କେତେ ଲକ୍ଷକୋଟି ଟଙ୍କା ଖର୍ଚ୍ଚ ହେବ ତାହାର ହିସାବ କେହି ଦେଇପାରିବେ ନାହିଁ। ୨୪ ସାଧାରଣ ନିର୍ବାଚନରେ ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା କିଛି ଅସମ୍ଭବ ନୁହେଁ। ଏ ଯୁଦ୍ଧ କୌଣସି ବିଦେଶୀ ଶକ୍ତି ବିରୋଧରେ ନୁହେଁ, ନିଜ ନିଜ ଭିତରେ ରାଜନୈତିକ କ୍ଷମତା ଲାଗି ହେବ ।
ଏକଦେଶ ଏକ ନିର୍ବାଚନ, ପୁଣି ଇଣ୍ଡିଆ ନାଁ ବଦଳାଇ ‘ଭାରତ – ଏ ଦୁଇଟି ବିଲ୍‌କୁ ସରକାର ସ୍ବତନ୍ତ୍ର ଅଧିବେଶନରେ ପାସ୍‌ କରେଇନେଇପାରନ୍ତି, ହେଲେ ଦେଶର ଅର୍ଥନୀତି ଧ୍ୱଂସମୁଖୀ ହେବ। ବିଶ୍ୱବ୍ୟାପୀ ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ଚାଲିଛି – ଆମ ଦେଶ ସେଥିରୁ ବାଦ୍‌ ଯିବନି। ପୁଣି ଆଗକୁ ରୋଗ-ଭୋକ ମାଡିଆସୁଛି ସେଥିରୁ ମୁକୁଳିବା ପାଇଁ ଅର୍ଥର ଅଭାବ ପଡିବ।
୧୯୬୦ ପୂର୍ବ ପର୍ଯ୍ୟନ୍ତ ଏକ ସଙ୍ଗେ ଲୋକ ସଭା, ବିଧାନସଭା ନିର୍ବାଚନ ହୋଇଆସୁଥିଲା। ୧୯୬୦ ଶେଷବେଳକୁ ସମ୍ବିଧାନର ୩୫୬ ଧାରାକୁ ପ୍ରୟୋଗକରି ରାଜ୍ୟସରକାରକୁ ଭାଙ୍ଗିଦେଲେ। ସେ ରାଜ୍ୟରେ ନିର୍ବାଚନ ହେଲା। ଏହାଦ୍ୱାରା ଗଣତନ୍ତ୍ର, ସଂଘୀୟବ୍ୟବସ୍ଥା କ୍ଷତିଗ୍ରସ୍ତ ହେଲା। ଏକ ସଙ୍ଗେ ନିର୍ବାଚନ ଅର୍ଥ ‘ଘୋଡ଼ା ବେପାର’। ନେତାମାନେ ଏ ଦଳ ସେ ଦଳ ଡେଇଁବେ। ଦେଶରେ ଦଳବଦଳ ଡିଆଁଡିଇଁ କରୁଥିବାବେଳେ ‘ବିଶ୍ୱଗୁରୁ’ ପଦବୀକୁ ଚାଇନା ଛଡାଇନେଲାଣି। ବିଶ୍ୱ ଜିଡିପିରେ ଚାଇନାର ୨୦ ଟ୍ରିଲିଅନ୍‌ ଡଲାର, ଆମେରିକାର ୨୫ ଟ୍ରିଲିଅନ୍‌ ଡଲାର, ଜାପାନର ୫ ଟ୍ରିଲିଅନ୍‌ ଡଲାର, ଇଣ୍ଡିଆର ୩ ଟ୍ରିଲିଅନ୍‌ ଡଲାର ପଛକୁ ପଛ ଆଉ ସବୁଦେଶ ଅଛନ୍ତି। ଆମ ଜିଡିପି ଖସୁଥିଲା ବେଳେ ଚାଇନା ମାଡିଚାଲିଛି। ଚାଇନାର ଉତ୍ପାଦନ ଦ୍ରବ୍ୟ ସାରା ବିଶ୍ୱ ବଜାରକୁ ଦଖଲ କରିନେଇଛି। ଏବେ ଚାଇନା ପ୍ରକୃତ ବିଶ୍ୱଗୁରୁ! ସମୃଦ୍ଧ ଅର୍ଥନୀତିକୁ ଛାଡି କୌଣସି ଦେଶ ଆଗକୁ ଯାଇପାରିବ ନାହିଁ। ରାଜନୀତିରେ ସବୁଦେଶରେ ହଟଚମଟ ସୃଷ୍ଟି ହୁଏ। ଆମ ଦେଶରେ ମଧ୍ୟ ହଟଚମଟ ସୃଷ୍ଟି ହେଉଛି। ଏହି ପ୍ରଚାରରେ ଭୋକ ମରିବନି କି ରୋଗ ଭଲ ହୋଇଯିବନି। ରାଜକୋଷରୁ ଅଯଥା ଖର୍ଚ୍ଚ ନ କରି ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ଖାଦ୍ୟ ଯୋଜନାରେ ମନଦେବା ସବୁଠୁ ଶ୍ରେୟସ୍କର।

  • ମାୟାଧର ନାୟକ
    ଯାଜପୁର ରୋଡ, ଯାଜପୁର
    ମୋ: ୯୮୬୧୦୩୪୧୬୩

Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri