ଆମେ କ’ଣ କରିଛୁ

ଆକାର ପଟେଲ

ଆମେ ୧୫ ଅଗଷ୍ଟରେ ସ୍ବାଧୀନତା ଦିବସ ଓ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ ପାଳନ କରୁ। ଏହି ଦୁଇ ଜାତୀୟ ଦିବସର ଗୁରୁତ୍ୱ ରହିଛି ଓ ଭାରତ ସରକାର ମଧ୍ୟ ଏହାକୁ ପାଳନ କରିବାରେ ବେଶ୍‌ ତପତ୍ରତା ପ୍ରକାଶ କରିଥାଆନ୍ତି। ୧୫ ଅଗଷ୍ଟରେ ବ୍ରିଟିଶ ସରକାର ଭାରତକୁ କ୍ଷମତା ହସ୍ତାନ୍ତର କରିଥିତ୍ବାରୁ ଆମେ ଏହାକୁ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଉ। କିନ୍ତୁ ବାସ୍ତବରେ ଏହି ଦିବସରେ ସମ୍ପୂର୍ଣ୍ଣ କ୍ଷମତା ହସ୍ତାନ୍ତର ହୋଇ ନ ଥିଲା। ଏପରି କି ୧୫ ଅଗଷ୍ଟ ପରେ ଦେଶରେ ଲର୍ଡ ମାଉଣ୍ଟବ୍ୟାଟେନ୍‌ ଆଉ ୧୦ ମାସ ମୁଖ୍ୟ ଭୂମିକାରେ ରହିଥିଲେ। ଏହି ସମୟରେ କଂଗ୍ରେସ ପାର୍ଟି ପ୍ରିନ୍ସଲେ ଷ୍ଟେଟ୍‌ ବା ରାଜାଙ୍କ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ସହ ସମ୍ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲା। ବହୁସମୟରେ ମାଉଣ୍ଟବ୍ୟାଟେନ୍‌ ମଧ୍ୟ ଏହି କାର୍ଯ୍ୟରେ କଂଗ୍ରେସକୁ ସହଯୋଗ କରୁଥିଲେ। ଉଦାହରଣ ସ୍ବରୂପ, ଯୋଧପୁର ରାଜା ହନଓ୍ବନ୍ତ ସିଂ ପାକିସ୍ତାନ ସହ ମିଶିବାକୁ ଓ ହାଇଦ୍ରାବାଦର ନିଜାମ ଓସ୍‌ମାନ ଅଲି ଖାନ୍‌ ସ୍ବାଧୀନ ରହିବା ପାଇଁ ଚାହଁିଥିଲେ। ମାଉଣ୍ଟବ୍ୟାଟେନ ଏହି ଦୁଇଜଣଙ୍କ ଉପରେ ପରୋକ୍ଷରେ ଚାପ ପକାଇ ଭାରତରେ ମିଶିବା ଲାଗି ଚେଷ୍ଟା କରିଥିଲେ। ବ୍ରିଟିଶ୍‌ ସରକାର କେବଳ ସ୍ବାଧୀନତା ଦିବସରେ ସବୁ କିଛି ହସ୍ତାନ୍ତର କରିଥିଲା ବୋଲି ଯାହା ବିଚାର କରାଯାଏ, ପ୍ରକୃତରେ ତାହା ଘଟି ନ ଥିଲା। ବିଟ୍ରିଶ୍‌ ସରକାର ୧୯୪୭ ପୂର୍ବରୁ କିଛି ଦଶନ୍ଧି ମଧ୍ୟରେ କ୍ଷମତା ହସ୍ତାନ୍ତର କରିବା ଆରମ୍ଭ କରିଥିଲେ। ୧୯୩୦ ଦଶନ୍ଧିର ଶେଷ ଆଡ଼କୁ ସ୍ପଷ୍ଟ ହୋଇଯାଇଥିଲା ଯେ, ନିକଟ ଭିବଷ୍ୟତରେ କୌଣସି ସମୟରେ ଇଂରେଜମାନେ ଦେଶ ଛାଡି ଚାଲିଯିବେ। ନେହେରୁ, ପଟେଲ ଏବଂ ଅନ୍ୟ ନେତାମାନେ ଏହା ଅନୁଭବ କରିଥିଲେ। ଅବଶ୍ୟ ସେତେବେଳେ ଭାରତୀୟ ସେନା ସମ୍ପୂଣ୍ଣର୍ର୍ ଭାବେ ଇଂରେଜଙ୍କ ନିୟନ୍ତ୍ରଣରେ ରହିଥିଲା। ବିଶେଷକରି ଦ୍ୱିତୀୟ ବିଶ୍ୱଯୁଦ୍ଧ ଦୃଷ୍ଟିରୁ ବ୍ରିଟିଶ୍‌ ସରକାର ଏକ କଠିନ ସମୟ ଦେଇ ଗତି କରୁଥିଲେ। ଏଭଳି ପରିସ୍ଥିତିିରେ ଭାରତର ଶାସନ କଥା ବୁଝିବା ସମ୍ପୂର୍ଣ୍ଣ କଷ୍ଟକର ଥିଲା। ଏବେ ୨୦୨୧ରେ ଆମେ ଦେଶରେ ସେହିଭଳି ପରିସ୍ଥିତି ଦେଖିବାକୁ ପାଇଛୁ। ଆମ ଆମତ୍ନିର୍ଭର ସରକାର ଅତି ନିଅଣ୍ଟିଆ ପରିସ୍ଥିତିରେ ଚାଲୁଛି, ଯାହାଦ୍ୱାରା ଋଣ ମାଧ୍ୟମରେ ଆର୍ଥିକ ପ୍ରବନ୍ଧନ କରିବା ଆବଶ୍ୟକ ପଡ଼ିଛି। ଶେଷରେ ୧୯୪୧ରେ ଚର୍ଚ୍ଚିଲ ଏବଂ ଆମେରିକା ରାଷ୍ଟ୍ରପତି ରୁଜ୍‌ଭେଲଟଙ୍କ ମଧ୍ୟରେ ଆଟ୍‌ଲାଣ୍ଟିକ ଘୋଷଣାପତ୍ର ସ୍ବାକ୍ଷରିତ ହେବା ପରେ ବିଶ୍ୱକୁ ଉପନିବେଶବାଦରୁ ମୁକ୍ତ କରି ଲୋକଙ୍କୁ ସ୍ବାଧୀନତା ପ୍ରଦାନ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲା ଇଂଲଣ୍ଡ। ଏହିସବୁ କାରଣ ଯୋଗୁ ୧୫ ଅଗଷ୍ଟରେ କ୍ଷମତା ହସ୍ତାନ୍ତର କରିବା ଅପରିହାର୍ଯ୍ୟ ଥିଲା। ଏହାକୁ ଆମେ ‘ମଧ୍ୟରାତ୍ରିର ସ୍ବାଧୀନତା’ ବୋଲି କହୁ, ଯାହା ସୂଚିତ କରେ ସମସ୍ତ ଘଟଣା କିଛି କ୍ଷଣରେ ସଂଘଟିତ ହୋଇଛି। କିନ୍ତୁ ତାହା ନୁହେଁ, ଏହା ଥିଲା ଏକ ଦୀର୍ଘକାଳୀନ ପ୍ର୍ରକ୍ରିୟା।
ଦ୍ୱିତୀୟରେ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ ପାଳନ କରୁଛୁ। ୧୯୫୦ରେ ଏହି ଦିନ ଭାରତର ସମ୍ବିଧାନ ଔପଚାରିକ ଭାବେ ଲାଗୁ ହୋଇଥିଲା। ବ୍ରିଟିଶ୍‌ ସରକାର ଏହାକୁ ଅନୁମତି ଦେଇଥିତ୍ବା ଯୋଗୁ ସ୍ବାଧୀନତା ପ୍ରାପ୍ତି ପୂର୍ବରୁ ଏହାର ଲେଖା ଆରମ୍ଭ କରାଯାଇଥିଲା। ତେବେ ୨୬ ଜାନୁୟାରୀକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରିବାର ଅର୍ଥ କ’ଣ? ଗଣତନ୍ତ୍ର ସରକାରର ଏକ ରୂପ, ଯେଉଁଠି କ୍ଷମତା ଲୋକଙ୍କ ପାଖରେ ରହେ। ଏଥିରେ ଭାରତୀୟମାନେ ଶାସକ, କୌଣସି ବ୍ୟକ୍ତିବିଶେଷ ନୁହନ୍ତି। ଲୋକମାନଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ଚାଲେ ସେମାନଙ୍କ ସରକାର। ଏଣୁ ଗଣତନ୍ତ୍ର ଦିବସ ହେଉଛି ସମ୍ବିଧାନର ଏକ ଉତ୍ସବ। ଗଣତନ୍ତ୍ର କହେ, ଭାରତୀୟମାନେ ସ୍ବାଧୀନ ଓ ପ୍ରକୃତ ଶାସକ। ସତରେ କ’ଣ ଆମେ ସ୍ବାଧୀନ? କେବେ ବି ନୁହେଁ। ବାସ୍ତବରେ ଭାରତରେ ସରକାର ସବୁକିଛି, ଲୋକେ ନୁହନ୍ତି। ଦେଶ ପାଇଁ ଲୋକ ଦରକାର, କାରଣ ସେମାନେ ଏହାକୁ ବୈଧତା ପ୍ରଦାନ କରିଛନ୍ତି। କିନ୍ତୁ ସରକାର ତାଙ୍କ ପଥରେ ଲୋକମାନଙ୍କୁ କଣ୍ଟା ମଣୁଛନ୍ତି। କିଛି ବର୍ଷ ହେବ ସମ୍ବିଧାନର ଅବମୂଲ୍ୟାୟନ କରାଯାଉଥିବାରୁ ଏହି ପରିସ୍ଥିତି ଉପୁଜିଛି। ଏହା ସତ୍ୟ ଯେ, ସମ୍ବିଧାନର ଅବମୂଲ୍ୟାୟନ ସବୁ ସରକାରଙ୍କ ସମୟରେ ଘଟିଛି, କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଏବେକାର ସରକାରରେ ଏହା ଢେର ବଢ଼ିଯାଇଛି। ତିନୋଟି ବାଟରେ ଏହା ଘଟିଛି। ପ୍ରଥମେ ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିତ୍କାରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ସମାନତାର ଅଧିକାର, ବାକ୍‌ ସ୍ବାଧୀନତା, ବୃତ୍ତିଗତ, ଧର୍ମୀୟ, ଆନ୍ଦୋଳନ, ସମାରୋହ ଏବଂ ସଂଗଠନ ଅଧିତ୍କାର, ଜୀବନ ଓ ସ୍ବତନ୍ତ୍ରତାର ଅଧିକାରକୁ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରୁ ବିଚାର କଲେ ଭାରତରେ ଏହା ନାହିଁ ବୋଲି ବୁଝିବାକୁ ହେବ। ଦ୍ୱିତୀୟରେ ବିଭିନ୍ନ ନକାରାମତ୍ତ୍କ ମନ୍ତବ୍ୟ ଦ୍ୱାରା ଆକ୍ରମଣ କରାଯାଇଛି। ଏଥିତ୍ପାଇଁ ଯେଉଁମାନେ ନିୟମ ଉଲ୍ଲଂଘନ କରିଛନ୍ତି ସେମାନେ ସରକାରଙ୍କ ସମର୍ଥକ ହୋଇଥିଲେ ଦଣ୍ଡିତ ହେଉନାହାନ୍ତି କି ସେମାନଙ୍କ ବିରୋଧରେ ମକଦ୍ଦମା କରାଯାଉନାହିଁ। ସେମାନଙ୍କ ମଧ୍ୟରେ ଅନୁରାଗ ଠାକୁର ଓ କପିଲ ମିଶ୍ର ରହିଛନ୍ତି। ଏଭଳି ଘଟଣାଗୁଡ଼ିକ ଏବେ ଭାରତରେ ସାଧାରଣ ହୋଇଯାଇଛି।
ତୃତୀୟ ବିଷୟଟି ସଂସଦ ସହ ଜଡ଼ିତ। ଲୋକଙ୍କ ଭୋଟ ପାଇ ସରକାରରେ ନ ଥିବା ପାର୍ଟିଗୁଡ଼ିକୁ ଉପେକ୍ଷା କରାଯାଉଛିି। ସତେ ଯେମିତି ସେମାନଙ୍କୁ ଭୋଟ ଦେଇଥିବା ଲୋକମାନେ ସରକାରଙ୍କ ପାଇଁ ଅଲୋଡ଼ା। ସମସ୍ୟା ହେଉଛି ସରକାର ପ୍ରଥମେ ସଂସଦୀୟ ଆଇନ ଉଲ୍ଲଂଘନ କରିବା ଆରମ୍ଭ କରିଥିଲେ। ରାଜ୍ୟ ସଭାରେ ବିନା ଭୋଟରେ କୃଷି ଆଇନଗୁଡ଼ିକ ପାସ୍‌ କରିବା ଥିଲା ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ଏହି ସବୁ ଘଟଣାକୁ ଲକ୍ଷ୍ୟ କଲେ ପ୍ରଶ୍ନ ଉଠୁଛି- ଏହା କେଉଁ ପ୍ରକାର ଗଣତନ୍ତ୍ର। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଯଦି ଆମେ ଗଣତନ୍ତ୍ରବାଦୀ ହୋଇପାରିନେ ତେବେ ଆମ ଭବିଷ୍ୟତ କ’ଣ ହେବ। ଆମେ ନାଗରିକ ଭାବେ ଏହି ସବୁ ବିଷୟ ଉପରେ ବିଚାର କରିବା ଦରକାର। ସ୍ବାଧୀନତା ଦିବସ କହିଲେ ଦଳମତ ନିର୍ବିଶେଷରେ ଦେଶକୁ ଏକାଠି କରିବା। କାରଣ ଏହା ବିଦେଶୀଙ୍କ ଉପରେ ଆମ ବିଜୟର ପ୍ରତୀକ। ଆମେ ଯେଉଁଦିନ ବିଦେଶୀଙ୍କଠାରୁ କ୍ଷମତା ପାଇଲୁ, ତାକୁ ନେଇ ଆମେ କ’ଣ କରିଛୁ ତାହା ପ୍ରଦର୍ଶିତ କରିବାରେ ଏହା ଏକ ଶୁଭ ମୁହୂର୍ତ୍ତ। ଏହାବାଦ୍‌ ଆମେ ଆମ ପରପିଢ଼ି ପାଇଁ କ’ଣ ଛାଡ଼ିଯାଉଛୁ ତାହା ଦର୍ଶାଇବା ମଧ୍ୟ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri