ନୋଟାରେ ଅଧିକ ଭୋଟ୍‌ ପଡିଲେ କ’ଣ ହୁଏ? ବିଜୟୀ ଘୋଷଣା ହୁଅନ୍ତି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୦।୪:ଏପ୍ରିଲ ୧୮ରୁ ଦେଶରେ ଆରମ୍ଭ ହେଉଛି ନିର୍ବାଚନ। ଏହାସହ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରାୟ ଅଧାରୁ ଅଧିକ ନିଜ ନିଜେର ପ୍ରାର୍ଥୀ ଘୋଷଣା କରି ସାରିଲେଣି ସବୁ ଦଳ। ଏତିକିବେଳେ ଜନତା ଜନାର୍ଦ୍ଦନ ମଧ୍ୟ କାହାକୁ ଭୋଟ୍‌ ଦେବେ ମନ ବଳାଇ ସାରିଲେଣି। କିନ୍ତୁ ଯଦି ଏକ ନିର୍ବାଚନ ମଣ୍ଡଳୀର ଲୋକଙ୍କ ମନ ପସନ୍ଦର ପ୍ରାର୍ଥୀ ନାହାନ୍ତି ତେବେ ସେମାନେ କାହାକୁ ଭୋଟ୍‌ ଦେବେ? ଏଥିପାଇଁ ମଧ୍ୟ ିଭିଏମରେ ବିକଳ୍ପ ଭାବେ ନୋଟା ରହିଛି। ତେବେ ଯଦି ଏକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ତୁଳନାରେ ନୋଟାରେ ଅଧିକ ଭୋଟ ପଡେ ତେବେ କ’ଣ ହେବ? ଆସନ୍ତୁ ଜାଣିବା ନୋଟା କ’ଣ, ନୋଟାରେ ଅଧିକ ଭୋଟ ମିଳିଲେ କ’ଣ ହୁଐ?

NOTA ଅର୍ଥ ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ । ଦୀର୍ଘ ସମୟ ଧରି ଇଭିଏମ ମେସିନର ବ୍ୟବହାର ହୋଇ ଆସୁଛି କିନ୍ତୁ ଗତ ଦଶନ୍ଧିରୁ ନୋଟା ବଟନ ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି । ୨୦୧୩ରେ ପ୍ରଥମ ଥର ପାଇଁ ୫ ଟି ରାଜ୍ୟର ବିଧାନସଭା ନିର୍ବାଚନରେ ନୋଟା ପ୍ରଚଳନ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ, ୨୦୧୩ ଠାରୁ, ଭୋଟରଙ୍କୁ ସବୁ ନିର୍ବାଚନରେ NOTA ବିକଳ୍ପ ଦିଆଯିବା ଆରମ୍ଭ ହୋଇଥିଲା। ଇଭିଏମ ମେଶିନର ଶେଷ ଭାଗରେ ଏହି ବଟନ୍‌ ରହିଛି।

ଗଣତନ୍ତ୍ରରେ ନାଗରିକମାନେ ବହୁ ସଂଖ୍ୟାରେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ଆବଶ୍ୟକ। କାରଣ ଏହା ଏକ ସକ୍ରିୟ ଗଣତନ୍ତ୍ରର ପ୍ରତୀକ। କିନ୍ତୁ ଯଦି ଭୋଟରମାନେ କୌଣସି ପ୍ରାର୍ଥୀଙ୍କୁ ଯୋଗ୍ୟ ନ ପାଆନ୍ତି ତେବେ କଣ ହେବ? ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏକ ବ୍ୟବସ୍ଥା କରିଛନ୍ତି। ଯାହା ଦ୍ୱାରା ଜଣାପଡିବ ଯେ, କେତେ ପ୍ରତିଶତ ଲୋକ ନିଜ ମନ ମୁତାବକ ପ୍ରାର୍ଥୀ ପାଇପାରୁ ନାହାନ୍ତି।

NOTA ଦ୍ୱାରା ନିର୍ବାଚନରେ ସାଧାରଣ ଜନତାଙ୍କ ରାଜନୈତିକ ଅଂଶଗ୍ରହଣ ବଢିଥାଏ। ଏହି ବିକଳ୍ପ ସହିତ ଭୋଟର ନିଜର ନାପସନ୍ଦ ପ୍ରକାଶ କରିପାରନ୍ତି । ଏହି ପ୍ରକ୍ରିୟା ଦଳମାନଙ୍କୁ ଏକ ବାର୍ତ୍ତା ପଠାଏ ଯେ, ଲୋକମାନେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରାର୍ଥୀଙ୍କୁ ଗ୍ରହଣ କରନ୍ତି ନାହିଁ। NOTA ଆସିବା ପୂର୍ବରୁ, ଯଦି ଜଣେ ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ ନ କରି ଭୋଟ ଦିଅନ୍ତି ନାହିଁ ତେବେ ସେମାନଙ୍କ ଗୋଟିଏ ଭୋଟ୍‌ ନଷ୍ଟ ହୋଇଯାଉଥିଲା।

ଏବେ ସମୟ ବଦଳିବା ସହ NOTA ର ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। ପ୍ରାରମ୍ଭରେ NOTA ଏକ ଅବୈଧ ଭୋଟ ଭାବରେ ବିବେଚନା କରାଯାଉଥିଲା । ଅର୍ଥାତ୍‌ ଯଦି ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ NOTA ରେ ଅଧିକ ଭୋଟ ମିଳୁଥିଲା ତେବେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଉଥିଲା। କିନ୍ତୁ ୨୦୧୮ରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଥିଲା। ୨୦୧୮ ଡିସେମ୍ବରରେ ହରିୟାଣାର ପାଞ୍ଚଟି ଜିଲାରେ ଅନୁଷ୍ଠିତ ମ୍ୟୁନିସିପାଲିଟି ନିର୍ବାଚନରେ ନୋଟା ସର୍ବାଧିକ ଭୋଟ ପାଇଥିଲା। ଏଭଳି ପରିସ୍ଥିତିରେ ସମସ୍ତ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହା ପରେ ନିର୍ବାଚନ ଆୟୋଗ ପର୍ନବାର ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ।

ମହାରାଷ୍ଟ୍ରର ନିର୍ବାଚନ ଆୟୋଗ ୨୦୧୮ରେ, ନୋଟାକୁ ‘କାଳ୍ପନିକ ନିର୍ବାଚନ ପ୍ରାର୍ଥୀ’ ଭାବେ ଘୋଷଣା କରିଛନ୍ତି। ଏହି ନିୟମ ଅନୁଯାୟୀ, ଯଦି ଜଣେ ପ୍ରାର୍ଥୀ ‘କାଳ୍ପନିକ ନିର୍ବାଚନ ପ୍ରାର୍ଥୀ ’ ବା NOTA ସହ ସମାନ ସଂଖ୍ୟକ ଭୋଟ ପାଆନ୍ତି, ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରକୃତ ପ୍ରାର୍ଥୀ ବିଜୟୀ ହେବେ। ଯଦି NOTA ଅନ୍ୟମାନଙ୍କ ତୁଳନାରେ ଅଧିକ ଭୋଟ ପାଏ ତେବେ ପୁନଃ-ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଯଦି ନିର୍ବାଚନ ଅନୁଷ୍ଠିତ ହେବା ପରେ ମଧ୍ୟ କୌଣସି ପ୍ରାର୍ଥୀ NOTA ଠାରୁ ଅଧିକ ଭୋଟ ପାଇବାରେ ସକ୍ଷମ ହୁଅନ୍ତି ନାହିଁ ତେବେ ତୃତୀୟ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଏପରି ପରିସ୍ଥିତିରେ, NOTA ପରେ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜେତା ଘୋଷିତ କରାଯାଏ। ଏହି ନିୟମ କେବଳ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?