Posted inଖେଳ

୪ ବଲ୍‌ରୁ ୪ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ବାର୍‌ବାଡୋସ୍‌,୩୧।୧: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ କାରିବିଆନ ବୋଲର ଜେସନ ହୋଲ୍ଡର ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ଏହା ସହିତ ସେ ନିଜ ଦଳକୁ ସିରିଜର ଶେଷ ମ୍ୟାଚ ବିଜୟ ଦେବା ସହ ସିରିଜ ଜିତାଇଥିଲେ। ଏହି ମ୍ୟାଚର ଶେଷ ଓଭରରେ ହୋଲ୍ଡର ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ ଏବଂ ଭାରତୀୟ ଦଳକୁ ମଧ୍ୟ ଚେତାବନୀ ଦେଇଥିଲେ। ହୋଲ୍ଡର ହେଉଛନ୍ତି ପ୍ରଥମ ୱେଷ୍ଟଇଣ୍ଡିଜ ବୋଲର ଯିଏକି ଟି -୨୦ କ୍ରିକେଟରେ ହ୍ୟାଟ୍ରିକ ନେଇଛନ୍ତି। ଏଥି ସହିତ ସେ ଦୁନିଆର ଚତୁର୍ଥ ବୋଲର, ଯିଏ ଚାରି ବଲରେ ଚାରି ଉଇକେଟ ନେଇଛନ୍ତି।
ହୋଲ୍ଡରଙ୍କ ପୂର୍ବରୁ ଆଫଗାନିସ୍ତାନର ରସିଦ ଖାନ, ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ଏବଂ ଆୟର୍ଲାଣ୍ଡର କୁର୍ତ୍ତି କେମ୍ପର ଅନ୍ତର୍ଜାତୀୟ କ୍ରିକେଟରେ ଏହି ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚରେ ହୋଲ୍ଡର ମଧ୍ୟ ପାଞ୍ଚଟି ଉଇକେଟ ନେଇଛନ୍ତି।
ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ପ୍ରତ୍ୟେକ ଦୁଇଟିରେ ବିଜୟ ହାସଲ କରିଥିଲେ ଏବଂ ପଞ୍ଚମ ମ୍ୟାଚ ସିରିଜର ନିର୍ଣ୍ଣାୟକ ଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୭୯ ରନ ସଂଗ୍ରହ କରିଥିଲା। ଅଧିନାୟକ ପୋଲାର୍ଡ ୪୧ ଏବଂ ରୋଭମାନ ପାୱେଲ ୩୫ ରନ ସ୍କୋର କରିଥିଲେ। ଇଂଲଣ୍ଡ ପାଇଁ ଆଦିଲ ରସିଦ ଏବଂ ଲିଭିଙ୍ଗଷ୍ଟୋନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୮୦ ରନ୍‌ର ଏକ ଟାର୍ଗେଟକୁ ପଛରେ ପକାଇ ଇଂଲଣ୍ଡ ୧୬୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।
ୱେଷ୍ଟଇଣ୍ଡିଜ ଫେବୃୟାରୀ ୬ରୁ ଭାରତ ବିପକ୍ଷରେ ଦିନିକିଆ ଏବଂ ତା’ପରେ ଟି -୨୦ ସିରିଜ ଖେଳିବାକୁ ପଡିବ। ହୋଲ୍ଡର୍‌ ଉଭୟ ଫର୍ମାଟରେ ୱେଷ୍ଟଇଣ୍ଡିଜ ଦଳର ଏକ ଅଂଶ। ଏଭଳି ପରିସ୍ଥିତିରେ ଭାରତୀୟ ଖେଳାଳିଙ୍କୁ ସତର୍କ ରହିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri