Posted inଜାତୀୟ

ପଶ୍ଚିମବଙ୍ଗ ବିଜୟ ଲକ୍ଷ୍ୟ: ରାଜନୈତିକ ଦଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି

କୋଲକାତା,୧୩।୧୨: ପଶ୍ଚିମବଙ୍ଗ ରାଜନୀତିରେ ଗତ ୫୦ ବର୍ଷ ଧରି ରାଜନୈତିକ ହିଂସା ଜଡ଼ିତ ହୋଇ ରହିଛି। ଏହି ଧାରା ଏବେ ମଧ୍ୟ ଜାରି ରହିଛି। ଏହାଦ୍ୱାରା ରାଜ୍ୟର ସାଧାରଣ ଲୋକଙ୍କର ଅଧିକ କ୍ଷତି ହେଉଛି। ଗତ ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁ ଏବେ ରାଜ୍ୟର ରାଜନୈତିକ ସ୍ଥିତିରେ ଉଷ୍ଣତା ବୃଦ୍ଧି ପାଇଛି। ଏହାକୁ ନେଇ କେନ୍ଦ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ୩ ଆଇପିଏସ୍‌ ଅଧିକାରୀଙ୍କୁ ଡେପୁଟେଶନରେ ପଠାଇବାକୁ ନେଇ ମମତା କ୍ଷୁବ୍ଧ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ କେନ୍ଦ୍ରର ଏଭଳି ପଦକ୍ଷେପକୁ ସେ ନିନ୍ଦା କରିଛନ୍ତି। ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ବିଜୟ ଲକ୍ଷ୍ୟ ନେଇ ଭାଜପା ପକ୍ଷରୁ ପଶ୍ଚିମବଙ୍ଗ ମିଶନ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ଶାସକ ତୃଣମୂଳ କଂଗ୍ରେସ ମଧ୍ୟ ରାଜ୍ୟରେ ଭାଜପାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାଲଟିଛି। ପଶ୍ଚିମବଙ୍ଗ ବିଜୟ ଲକ୍ଷ୍ୟ ଯୋଗୁ ଦୁଇ ରାଜନୈତିକ ଦଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି। ରାଜ୍ୟରେ ୧୯୭୦ଠାରୁ ଏଭଳି ରାଜନୈତିକ ହିଂସା ଘଟୁଥିବାବେଳେ ଏହାଯୋଗୁ ସାଧାରଣ ଲୋକେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ୧୯୭୦ରେ ବର୍ଦ୍ଧମାନରେ ଦୁଇ ଭାଇଙ୍କୁ ହତ୍ୟା କରାଯାଇଥିଲା। ସେମାନେ କଂଗ୍ରେସକର୍ମୀ ଥିଲେ। ବାମଦଳର ୩୦ ବର୍ଷ ଶାସନ ସମୟରେ ତୃଣମୂଳର ବହୁ କର୍ମୀଙ୍କୁ ହତ୍ୟା କରାଯାଇଥିଲା। ୧୯୯୩ ଜୁଲାଇ ୨୧ରେ କୋଲକାତାରେ ପ୍ରଦର୍ଶନ ସମୟରେ ପୋଲିସ ଫାୟାରିଂରେ ୧୩ ଜଣ କଂଗ୍ରେସକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଗତ ୨ବର୍ଷ ମଧ୍ୟରେ ରାଜ୍ୟରେ ରାଜନୈତିକ ହିଂସାରେ ୧୩୦ ଜଣ ଭାଜପାକର୍ମୀଙ୍କ ମୃତ୍ୟୁ ଘଟି ସାରିଛି। ଏବେ ଏହାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରତି ସଙ୍କଟ ସୃଷ୍ଟି ହେବାରେ ଲାଗିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri