Posted inଜାତୀୟ

ମୋଦିଙ୍କୁ କମଲ ହାସନଙ୍କ ପ୍ରଶ୍ନ: ଅଧା ଜନସଂଖ୍ୟା ଭୋକିଲା ଥିବାବେଳେ ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ କରାଯିବା କେତେ ଦୂର ଯୁକ୍ତିଯୁକ୍ତ

ଚେନ୍ନାଇ,୧୩।୧୨: ନୂଆ ସଂସଦ ଭବନ ନିର୍ମାଣ ନେଇ ଦକ୍ଷିଣ ଫିଲ୍ମ ଅଭିନେତା କମଲ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କରୋନା ମହାମାରୀ ସଙ୍କଟ ସମୟରେ ଦେଶର ଅଧା ଜନସଂଖ୍ୟା ଭୋକିଲା ଥିବାବେଳେ ନୂଆ ସଂସଦ ଭବନ ନିର୍ମାଣରେ ୯୭୧ କୋଟି ଟଙ୍କା ଖର୍ଚ୍ଚ କରାଯିବା କେତେଦୂର ଯୁକ୍ତିଯୁକ୍ତ। କମଲ ହାସନ ଟୁଇଟ୍‌ କରି ମୋଦିଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି। ସେ ଚାଇନାର ବିଶାଳ ପ୍ରାଚୀରର ଉଦାହରଣ ଦେଇ କହିଛନ୍ତି ଯେ, ଏହାର ନିର୍ମାଣ ସମୟରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଚାଇନା ଶାସକ ଏହା ଲୋକଙ୍କ ସୁରକ୍ଷା ପାଇଁ ନିର୍ମିତ ହେଉଥିବା କହିଥିଲେ। ଏବେ ଭାରତରେ ଏହାର ପୁୁନରାବୃତ୍ତି ଘଟିଛି। ଦେଶର ଲୋକେ ଦୁଇବେଳା ଦୁଇମୁଠା ଖାଇବାକୁ ପାଉ ନ ଥିବାବେଳେ ସଂସଦ ଭବନ ନିର୍ମାଣ ସରକାର ସାଧାରଣ ଲୋକଙ୍କ ପାଇଁ କେତେ ପ୍ରତିଶ୍ରୁତିବଦ୍ଧ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ-ଦ୍ୱାଦଶ ଅଫ୍‌ଲାଇନ ପରୀକ୍ଷା ରଦ୍ଦ ଆବେଦନର ବିଚାର କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୧।୨ : ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।...

ଜର୍ନାଲିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଗାଳି ଦେଉଥିବା ଭିଡିଓ ଭାଇରାଲ

ଲକ୍ଷ୍ନୌ, ୫ା୪- ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗଣମାଧ୍ୟମ ସଂସ୍ଥା ‘ଏଏନ୍‌ଆଇ’ କ୍ୟାମେରାମ୍ୟାନଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି କରୁଥିବା ଏକ ଭିଡିଓ...

ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରେ ଆଡ୍‌ମିଶନ ସଂଖ୍ୟା କମ୍‌ ରହୁଛି

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ କୋଭିଡ୍‌ର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଲାଗିଛି। ତେବେ ଡାକ୍ତରଖାନାର ଆଡ୍‌ମିଶନ କମ ରହିଥିବା ବେଳେ ୯୯% ଶଯ୍ୟା ଖାଲି ରହିଥିବା ଲୋକ...

ମେ’ ୩୦ ପର୍ଯ୍ୟନ୍ତ ନଓ୍ବାବ ମଲିକଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୬।୫: ଏନସିପିର ବରିଷ୍ଠ ନେତା ନଓ୍ବାବ ମଲିକଙ୍କ ଅଡୁଆ କମିବାର ନାଁ ନେଉନାହିଁ। ତାଙ୍କର ନ୍ୟାୟିକ ହେପାଜତକୁ ୧୪ ଦିନ ପାଇଁ ବୃଦ୍ଧି କରାଯାଇଛି, ଏବେ...

୬ ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ…

ନୂଆଦିଲ୍ଲୀ,୯।୯: ରାଜ୍ୟ ସଭାର ୬ ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ...

ଆଜି ଆସୁଛନ୍ତି ଶେଖ ହାସିନା

ନୂଆଦିଲ୍ଲୀ,୫।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସୋମବାର ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକର୍‌ଙ୍କୁ...

ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼: ୨ ହୋମଗାର୍ଡ ମୃତ

ଚଣ୍ଡିଗଡ,୧।୮: ହରିୟାଣାର ନୁହରେ ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ୨ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଗୁରୁଗ୍ରାମର...

ଥମୁନି ଭାଷା ବିବାଦ

ଲକ୍ଷ୍ନୌ,୬ା୬(ପି.ଟି.): କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ରକୁ ଜୋରଦାର ବିରୋଧ ପରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ତାମିଲକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି...

Advertisement
Archives

Model This Week