ଇଡି ଅଧିକାରୀଙ୍କ ପଛରେ ପଶ୍ଚିମବଙ୍ଗ ପୋଲିସ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ପଶ୍ଚିମବଙ୍ଗରେ ଏକ ଶପିଂ ମଲ୍‌ର ମାଲିକଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ଆଦାୟ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ରାଞ୍ଚତ୍ର ଜଣେ ଓକିଲଙ୍କ ସହ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଛି ତନାଘନା। ଏହି ମାମଲାରେ ସୁବୋଧଙ୍କୁ ଜେରା କରିବାକୁ ପଶ୍ଚିମବଙ୍ଗ ପୋଲିସ ଡିଟେକ୍ଟିଭ୍‌ ଡିପାର୍ଟମେଣ୍ଟର ଏକ ୨ଜଣିଆ ଟିମ୍‌ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଅନ୍ୟପକ୍ଷରେ ସୁବୋଧ ଗତ ଶୁକ୍ରବାରଠାରୁ ଛୁଟିରେ ଥିବା ସୂଚନା ମିଳିଛି। ତେଣୁ କୋଲ୍‌କାତା ପୋଲିସ ତାଙ୍କୁ ଜେରା କରିପାରି ନାହିଁ। ସେପଟେ ସୁବୋଧ କାର୍ଯ୍ୟରେ ଯୋଗ ଦେବା ପରେ ପଚରାଉଚରା ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରିବାକୁ କୋଲ୍‌କାତା ପୋଲିସକୁ ଜଣାଇଥିବା କୁହାଯାଉଛି। ସୁବୋଧ ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ରାଞ୍ଚତ୍ସ୍ଥିତ ଇଡି ଜୋନାଲ ଅଫିସ୍‌ର ଡେପୁଟି ଡାଇରେକ୍ଟର ଭାବେ ଦାୟିତ୍ୱରେ ଥିଲେ। ସେଠାରୁ ଭୁବନେଶ୍ୱରକୁ ସମାନ ପଦବୀରେ ବଦଳି ହୋଇଥିଲେ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ସେଣ୍ଟ୍ରାଲ କୋଲ୍‌କାତାରେ ଥିବା ଏକ ଶପିଂ ମଲ୍‌ର ମାଲିକ ଅମିତ ଅଗ୍ରୱାଲଙ୍କ ବିରୋଧରେ ଓକିଲ ରାଜୀବ କୁମାର ରାଞ୍ଚି ହାଇକୋର୍ଟରେ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ରୁଜୁ କରିଥିଲେ। ଉକ୍ତ ପିଆଇଏଲ୍‌ରୁ ଅମିତଙ୍କ ନାମ ହଟାଇବାକୁ ରାଜୀବ ତାଙ୍କୁ ବ୍ଲାକ୍‌ମେଲ କରି ୧୦ କୋଟି ଟଙ୍କା ଦାବି କରିଥିଲେ। ପରେ ଏହି ଡିଲ୍‌ ୧କୋଟିରେ ଛିଡ଼ିଥିଲା। ତେବେ ଅଗଷ୍ଟ ୧ରେ ରାଜୀବ ଉକ୍ତ ଶପିଂ ମଲ୍‌ର ମାଲିକ ଅମିତଙ୍କଠାରୁ ଅଗ୍ରୀମ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଉଥିବାବେଳେ କୋଲ୍‌କାତା ପୋଲିସ ଡିଟେକ୍ଟିଭ୍‌ ଡିପାର୍ଟମେଣ୍ଟ୍‌ର ଏକ ଟିମ୍‌ ତାଙ୍କୁ ଗିରଫ କରିଥିଲା। ଏହାପରେ ଅଭିଯୁକ୍ତ ରାଜୀବଙ୍କ ରାଞ୍ଚତ୍ସ୍ଥିତ ବାସଭବନରେ ପୋଲିସ ଟିମ୍‌ ଚଢ଼ାଉ କରି ବିଭିନ୍ନ ଦସ୍ତାବିଜ୍‌ ଜବତ କରିଥିଲା। ରାଜୀବ ଏକାଧିକ ବ୍ୟକ୍ତିଙ୍କ ବିରୋଧରେ କୋର୍ଟରେ ପିଆଇଏଲ୍‌ ରୁଜୁ କରିବା ପରେ ବ୍ଲାକମେଲ୍‌ କରି ଟଙ୍କା ଆଦାୟ କରିଥିବା ଉକ୍ତ ଦସ୍ତାବିଜ୍‌ରୁ ଜଣାପଡ଼ିଥିଲା। ସେହିପରି ରାଜୀବଙ୍କ ହ୍ବାଟ୍ସଆପ୍‌ ଯାଞ୍ଚ ସମୟରେ ସେ ଅନେକ ଥର ଇଡି ଅଧିକାରୀ ସୁବୋଧଙ୍କ ସହ କଥା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଉକ୍ତ ମାମଲାରେ ସୁବୋଧଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରି ତାଙ୍କୁ ପଚରାଉଚରା ପାଇଁ ପଶ୍ଚିମବଙ୍ଗ ପୋଲିସ ନୋଟିସ୍‌ ଜାରି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri