ଠେଲାଗାଡ଼ିରେ ଗଲେ ଡାକ୍ତରଖାନା

ଧର୍ମଶାଳା,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ଜାରକା ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କୁ ନେବାକୁ ଆସିଲାନି ୧୦୮ ଆମ୍ବୁଲାନ୍ସ। ଶେଷରେ ଗୁରୁତର ମହିଳାଙ୍କୁ ଏକ ଠେଲାଗାଡ଼ିରେ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଧର୍ମଶାଳା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ମୁତାବକ, ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଭଡ଼ାଘରେ ଅରଣ୍ୟ ଗୁଇଁ ନିଜ ପରିବାର ସହ ରହି ସୋଲାମଟର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଭୋର ସମୟରେ ଅରଣ୍ୟଙ୍କ ସ୍ତ୍ରୀ ଗେଡ଼ି ଗୁଇଁ (୪୮) ବାହାରକୁ ଶୌଚ ହେବାକୁ ଯାଇ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସେଠାରେ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସି ନ ଥିଲା। ଦୁର୍ଘଟଣା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଆସିଥିଲେ ହୁଏତ ଗେଡ଼ିଙ୍କ ଜୀବନ ବଞ୍ଚତ୍ୟାଇପାରିଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି। ଏନେଇ ଧର୍ମଶାଳା ଥାନାରେ ଗେଡ଼ିଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲଗି ବଡ଼ଚଣା ମେଡିକଲ ପଠାଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତି; ବି-ଟେକ୍‌ ଛାତ୍ରଙ୍କୁ ମାଡ଼ ଅଭିଯୋଗ

ପରଜଙ୍ଗ, ୧୮।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଶନିବାର ଘଟିଥିବା ସାମାନ୍ୟ ଗଣ୍ଡଗୋଳ ରବିବାର...

ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୨୩ା୧୧: ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମଙ୍ଗଳବାରଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହା ୩ଦିନ ଯାଏ ଚାଲିବ। ଏହି ୩ଦିନରେ...

ଥଣ୍ଡାରେ ଠିଆହେଲେ ସ୍କୁଲ ପିଲା; ଇନ୍ଧନ ସଂରକ୍ଷଣ ସଚେତନତା ରାଲି

ଫୁଲବାଣୀ ଅଫିସ, ୩ା୨-ଆଇଓସିଏଲ୍‌ (ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ପକ୍ଷରୁ ଇନ୍ଧନ ସଂରକ୍ଷଣ ସଚେତନତା ରାଲି ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଏହାର...

ସାମାଜିକ ଦୂରତାକୁ ମାନୁନାହାନ୍ତି ବ୍ୟବସାୟୀ

ଜହ୍ନାପଙ୍କ, ୧୫।୪ (ଡି.ଏନ.ଏ): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ହାଟପଦାରେ ବସୁଥିବା ଦୈନିକ ବଜାରରେ ବ୍ୟବସାୟୀମାନେ ଦଳ ଦଳ ହୋଇ ପନିପରିବା ବିକ୍ରି କରୁଥିବା...

ଚାକିରିଦେବା ନାଁରେ ଯୁବତୀଙ୍କୁ ବଳାତ୍କାର: ଫାଇନାନ୍ସ କମ୍ପାନୀର ରାଜ୍ୟ ମୁଖ୍ୟ ଗିରଫ

କଟକ ରୋଡ,୩।୯(ଡି.ଏନ୍‌.ଏ.): କିଛିଦିନ ପୂର୍ବରୁ ରାଜଧାନୀରେ ଜଣେ ଟ୍ୟୁଶନ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଚାକିରି ଦେବା ନାଁରେ...

ବାଣ ଫୁଟି ୭ଜଣ ଆହତ

ବାଳକାଟୀ,୨୮।୧୦(ଡି.ଏନ.ଏ.)- ରାଜଧାନୀ ଉପକଣ୍ଠ ବାଳକାଟୀ ଫାଣ୍ଡି ଅଞ୍ଚଳରେ ରବିବାର ବାଣ ଫୁଟାଉଥିବାବେଳେ ୭ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ନୂଆପାଟଣା ଗ୍ରାମର ସୁଶୀଲ ଖଟେଇ(୩୦), ରିଙ୍କୁ...

ଶିକ୍ଷୟିତ୍ରୀଙ୍କ ବଦଳି ଦାବି ନେଇ ସ୍କୁଲରେ ତାଲା

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୪ା୨: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି ଜୋର...

ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ବୋଲଗଡ଼/ଭାପୁର,୧୭ା୬(ଡି.ଏନ୍‌.ଏ.)-ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ବୋଲଗଡ଼ଠାରେ ରବିବାର ସକାଳେ ଏକ କାର୍‌ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଭାପୁର...

Advertisement
Archives

Model This Week