ନୂଆ ଜିଲା ସଭାପତି ନିଯୁକ୍ତି ପରେ ଭାଜପାରେ ଫାଟ

ନୟାଗଡ,୧୧।୧୧(ଲୋକନାଥ ମିଶ୍ର): ଭାଜପାର ନବନିଯୁକ୍ତ ନୟାଗଡ ଜିଲା ସଭାପତିଙ୍କୁ ସ୍ବାଗତ ପାଇଁ ଶୁକ୍ରବାର ସ୍ବାଗତ ସମ୍ବର୍ଦ୍ଧନା ସଭା ଓ ଶୋଭାଯାତ୍ରା ନୟାଗଡ଼ ନିର୍ବାଚନମଣ୍ଡଳୀ ସମେତ ଜିଲା ରାଜନୀତିର ଦୃଶ୍ୟପଟକୁ ବଦଳାଇବା ଆରମ୍ଭ କରିଛି। ପୁରୁଣା ଜିଲା ସଭାପତି ଲାଲା ମନୋଜ ରାୟ ହଟିବା ପରେ ନବନିଯୁକ୍ତ ଜିଲା ସଭାପତି ତାପସ ରଞ୍ଜନ ମାର୍ଥାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବାର ଦୃଶ୍ୟକୁ ଅନୁଧ୍ୟାନ କଲେ ଭାଜପାରେ ଫାଟ ଓ କନ୍ଦଳ ସ୍ପଷ୍ଟ ହୋଇଯାଉଛି।

ସ୍ବାଗତ ସମ୍ବର୍ଦ୍ଧନା ସଭା ଓ ଶୋଭାଯାତ୍ରାରେ ପୂର୍ବତନ ଜିଲା ସଭାପତି ଲାଲା ମନୋଜ ରାୟ, ନୟାଗଡ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଲଢ଼ିଥିବା ଓ ସଙ୍ଗଠନକୁ ମଜଭୁତ କରିଥିବା ନାରୀନେତ୍ରୀ ଇରାନୀ ରାୟ, ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂଙ୍କ ଅନୁପସ୍ଥିତ ରହିବାକୁ ନେଇ ଭାଜପାରେ ଅନେକ କଥା ଚର୍ଚ୍ଚା ହେଉଛି। ଯଦିଓ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଅନୁପସ୍ଥିତ ଥିଲେ ତେବେ ତାଙ୍କ ନାଁ ଚର୍ଚ୍ଚାକୁ ଆସୁନାହିଁ। କେତେଜଣ ଦଳୀୟ କର୍ମୀଙ୍କ ସୂଚନା ଅନୁସାରେ ନୟାଗଡ଼ରେ ଇରାନୀ ରାୟ ଓ କନ୍ଧମାଳ ପୂର୍ବତନ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ମଧ୍ୟରେ ଦଳୀୟ ଟିକେଟ ହାତେଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। କିଛି ଦିନର ନୀରବତା ପରେ ପ୍ରତ୍ୟୁଷା ବାଜିମାରି ନେଲେ। ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପଟ ପରିବର୍ତ୍ତନ କରିବା ପରେ ସବୁ କିଛି ଓଲଟପାଲଟ ହୋଇ ଚାଲିଛି। ପ୍ରଥମେ ଲାଲା ମନୋଜ ରାୟଙ୍କୁ ଜିଲା ସଭାପତି ପଦରୁ ହଟାଇ ସମ୍ବିତ୍‌ ନିଜର ଅନୁଗତକୁ ଥଇଥାନ କଲେ। ଏହାସହ ନୟାଗଡ଼ରେ ପ୍ରତ୍ୟଷାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ ବୋଲି କର୍ମୀମାନେ କହୁଛନ୍ତି।

ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଲାଲା ମନୋଜ ରାୟ ଓ ସ୍ତ୍ରୀ ଇରାନୀ ରାୟଙ୍କ ଗୋଷ୍ଠୀର ଅଣ୍ଡାମାଡ଼ ମହଙ୍ଗା ପଡ଼ିଥିବା ଚର୍ଚ୍ଚା ହେଉଛି। ଗତ ସେପ୍ଟେମ୍ବର ୫ରେ ପୂର୍ବତନ ଏମ୍‌ପି ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ୯ମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବିତଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। କାରଣ ସମ୍ବିତ୍‌ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦିଅନ୍ତୁ ବୋଲି ଇରାନୀଙ୍କ ଗୋଷ୍ଠୀ ଚାହୁଁ ନ ଥିଲେ। ସେହି ଅଣ୍ଡାମାଡ଼ ଘଟଣା ପରେ ଲାଲା ମନୋଜ ଏବଂ ଇରାନୀଙ୍କୁ ଅଣଦେଖା କରାଯାଉଥିବା କୁହାଯାଉଛି। ଏଥିପାଇଁ ସେମାନେ ଭାଜପା ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନୟାଗଡ଼ ନିର୍ବାଚନମଣ୍ଡଳୀରେ ଇରାନୀ ଭାଜପା ସଙ୍ଗଠନକୁ ସୁଦୃଢ଼ କରି ଚାଲିଥିଲେ। ତେବେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପାରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗଦେବା ପରେ ସମୀକରଣ ବଦଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଇରାନୀ ବିଜେଡି ନେତା ଅରୁଣ ସାହୁଙ୍କଠାରୁ ପରାସ୍ତ ହୋଇଥିଲେ। ଏହାପରେ ମଧ୍ୟ ସଙ୍ଗଠନକୁ ମଜଭୁତ୍‌ କରିବା ପାଇଁ ଲାଗି ପଡ଼ିିଥିଲେ। ସ୍ବାମୀ ଲାଲା ମନୋଜ ରାୟ ଭାଜପାର ଜିଲା ସଭାପତି ଥିବାରୁ ଇରାନୀଙ୍କର ଅସୁବିଧା ନ ଥିଲା। ତେବେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟୁଷା ସମାନ୍ତରାଳ ଭାବେ ସଙ୍ଗଠନ ଆରମ୍ଭ କରିବା ପରେ ଦଳରେ ଦୁଇନେତ୍ରୀ ଇରାନୀ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ପତିଆରା ଲଢ଼େଇ ଚାଲିଥିବା କୁହାଯାଉଛି।

ଲାଲା ମନୋଜ ରାୟ କୁହନ୍ତି, ମୋ ସ୍ତ୍ରୀ ଇରାନୀ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଭାଜପାର ସଙ୍ଗଠନକୁ ମଜଭୁତ କରିଥିଲେ। ମୁଁ ମଧ୍ୟ ସଙ୍ଗଠନ ପାଇଁ କାମ କରି ଦଳକୁ ଜିଲାରେ ଭଲ ସ୍ଥିତିରେ ରଖିଥିଲି । ହେଲେ ଜିଲା ସଭାପତି ପରିବର୍ତ୍ତନ ହେଲା। ନୂଆ ଜିଲା ସଭାପତିଙ୍କୁ ସମ୍ବର୍ଦ୍ଧନା ସମ୍ପର୍କରେ ଆମକୁ କିଛି କୁହାଗଲା ନାହିଁ। ଆମଙ୍କୁ ଅଣଦେଖା କରାଯାଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ସଭା କରାଗଲା। ଦଳ ପକ୍ଷରୁ ଆମକୁ ଉପେକ୍ଷା କରାଯିବା ଠିକ୍‌ ନୁହେଁ। ଏହାଦ୍ୱାରା ଦଳରେ କ୍ଷତି ହେବ। ବହୁ କର୍ମକର୍ତ୍ତା, କର୍ମୀ ସମ୍ବର୍ଦ୍ଧନା ସଭାକୁ ଯାଇନାହାନ୍ତି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri