୨୬ ବର୍ଷ ମାତୃଭୂମି ସେବା କରି ଜନ୍ମମାଟିକୁ ଫେରିଲେ ସଞ୍ଜିବ, ଧୁମଧାମରେ ସ୍ବାଗତ କଲେ ଗ୍ରାମବାସୀ

କେସିଙ୍ଗା,୩।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଖାସ ବାହାଲ ଗ୍ରାମର ସଞ୍ଜୀବ କୁମାର ଭୋଇ ଦୀର୍ଘ ୨୬ବର୍ଷ କାଳ ସି.ଆର.ପି.ଏଫ.ଇନ୍ସପେକ୍ଟର ଭାବେ ସୀମାସୁରକ୍ଷା ଦେଇ ଆସୁଥିଲେ।
ଶେଷରେ ସେନାରୁ ଅବସର ନେଇ ନିଜ ଜନ୍ମମାଟିକୁ ଫେରିଛନ୍ତି ବୀର ଯବାନ । କେସିଙ୍ଗା ବ୍ଲକ ଖାସବାହାଲ ଗ୍ରାମର ସିଆରପିଏଫ୍ ଇନ୍ସପେକ୍ଟର ସଞ୍ଜିବ କୁମାର ଭୋଇ।
ଦୀର୍ଘ ୨୬ ବର୍ଷ ଭାରତ ମାତାର ସେବା ପରେ ଅବସର ନେଇ ଏବେ ଗ୍ରାମକୁ ଫେରିଛନ୍ତି । ଗ୍ରାମରେ ବନ୍ଧୁ ବାନ୍ଧବ ସହ ଶହ ଶହ ସଂଖ୍ୟାରେ ଗ୍ରାମର ଜାତୀୟ ରାଜ ପଥରୁ ବାଣ ଫୁଟାଇ ନିଜ ଘରୁ ପାଛୋଟି ନେଇ ଆସିଥିଲେ। ଗ୍ରାମବାସୀ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିଲେ । ସେ ହେଉଛନ୍ତି
​ତୁଣ୍ଡଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉଦୟ ଚନ୍ଦ୍ର ଭୋଇଙ୍କ ପୁଅ ହେଉଛନ୍ତି ସଞ୍ଜୀବ କୁମାର ଭୋଇ ।

ଗତ୨୦୦୦ ମସିହାରେ ସିଆରପିଏଫ୍‌ରେ ଯୋଗ ଦେବା ସହ ଦୀର୍ଘ ୨୬ ବର୍ଷକାଳ ନିଷ୍ଠାପର ଭାବେ କାର୍ଯ୍ୟ କରି ସେ ଇନ୍ସପେକ୍ଟର ପଦବୀରୁ ଅବସର ନେଇଛନ୍ତି। ସଞ୍ଜିବ ଅବସର ନେଇ ନିଜ ଗ୍ରାମ ଖାସବାହାଲରେ ପହଞ୍ଚିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା। ବାଦ୍ୟଯନ୍ତ୍ରସହ ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରାରେ ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଗାଁକୁ ପାଛୋଟି ନେଇଥିଲେ। ଏ ସଂକ୍ରାନ୍ତରେ ଅବସର ପ୍ରାପ୍ତ ସଂଜୀବ କୁମାର ଭୋଇଙ୍କୁ ପଚାରିବାରୁ ମୁଁ ୨୦୦୦ମସିହାରେ ସି ଆର ପି ଏଫ ରେ ଯୋଗଦାନ କରି ଥିଲି୨୬ ବର୍ଷ ଏକ ମାସ ପରେ ସ୍ୱେଚ୍ଛାକୃତ ଭାବେ ମୁଁ ଅବସର ନେଇଥିଲି । ମୋ ଚାକିରୀ କାଳ ମଧ୍ୟରେ ନକ୍ସଲ ବିରୋଧୀ ଅଭିଯାନ, ବିଭିନ୍ନ ଦେଶର କୋଣ ଅନୁକୋଣରେ ସୀମା ସୁରକ୍ଷା ଦେବା ସହ ବିଭିନ୍ନ ନକ୍ସଲଙ୍କ ସହ ଲଢ଼ି ଭାରତ ସୁରକ୍ଷା କରି ଥିଲି ବୋଲି ପ୍ରକାଶ କରିଥିଲେ ।

 

Dharitri – Odisha’s No.1 Odia Daily

Share
Tags: kesinga news