ଜନସଂଖ୍ୟା ସନ୍ତୁଳନ ପାଇଁ ସପ୍ତାହେ ଛୁଟି

ବେଜିଂ,୩।୪: ୨ ବର୍ଷ ହେଲା ଚାଇନାରେ ଜନ୍ମହାର କମିବାରେ ଲାଗିଛି। ଫଳରେ ଦେଶର ଜନସଂଖ୍ୟା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜନସଂଖ୍ୟାରେ ସନ୍ତୁଳନ ଆଣିବା ଲାଗି ଚାଇନାର ୯ଟି କଲେଜ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି। କଲେଜରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ‘ଟୁ ଫଲ୍‌ ଇନ୍‌ ଲଭ୍‌’ ବା ‘ପ୍ରେମରେ ପଡ଼ିବା ପାଇଁ’ ଗୋଟିଏ ସପ୍ତାହର ଛୁଟି ଦିଆଯାଇଛି। ମାର୍ଚ୍ଚ ୨୧ରେ ପ୍ରଥମକରି ମିଆନାଙ୍ଗ ଫ୍ଲାଇଂ ଭୋକେଶନାଲ କଲେଜ ରୋମାନ୍ସକୁ ଫୋକସ୍‌ କରି ଏହି ନିଆରା ଅଭିଯାନର ଘୋଷଣା କରିଥିଲା।
୭ ଦିନିଆ ଛୁଟିରେ ଛାତ୍ରୀଛାତ୍ର ପ୍ରକୃତିକୁ ଭଲପାଇବା ଏବଂ ବସନ୍ତ ଋତୁକୁ ମନଭରି ଉପଭୋଗ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ତେବେ ଏହି ଛୁଟି ଛାତ୍ରୀଛାତ୍ରଙ୍କୁ ଅବସାଦରେ ପକାଇବ ନାହିଁ, ବରଂ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି ମିଆନାଙ୍ଗ ଫ୍ଲାଇଂ ଭୋକେଶନାଲ କଲେଜର ଡେପୁଟି ଡିନ୍‌ ଲିଆଙ୍ଗ ଜୁଓହୁଇ କହିଛନ୍ତି। ପିଲାମାନେ ଛୁଟିକୁ କିପରି କାଟିଲେ ସେ ନେଇ ହୋମଓ୍ବର୍କ ମଧ୍ୟ ଦିଆଯାଇଛି। ନିଜ ଅନୁଭୂତି ଡାଏରୀରେ ଲେଖିବା ସହ ଯାତ୍ରାବେଳେର ଭିଡିଓ କରିବା ପାଇଁ କୁହାଯାଇଛି।
ଜନସଂଖ୍ୟା ବୃଦ୍ଧି ଦିଗରେ ଏହି ନିଆରା ଅଭିଯାନ ଉପକାରୀ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଜନ୍ମହାର ବୃଦ୍ଧି ସକାଶେ ସରକାରଙ୍କ ତରଫରୁ ୨୦ରୁ ଊର୍ଦ୍ଧ୍ୱ ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ ସେଥିରୁ କିଛି ସୁଫଳ ମିଳି ନ ଥିଲା। ୧୯୮୦ରୁ ୨୦୧୫ ମଧ୍ୟରେ ଦେଶରେ ଏକ-ଶିଶୁ ନୀତି ଯୋଗୁ ବର୍ତ୍ତମାନ ସମୟରେ ଚାଇନା ଜନସଂଖ୍ୟା ଦ୍ରୁତ ହ୍ରାସ ପାଇବାରେ ଲାଗିଛି। ଗତବର୍ଷ ଦେଶରେ ଜନ୍ମହାର ପ୍ରତି ୧୦୦୦ରେ ୬.୭୭ ଥିବାବେଳେ ୨୦୨୧ରେ ଏହା ୭.୫୨ ରହିଥିଲା। ଦୁଇବର୍ଷ ପୂର୍ବରୁ ସରକାର ଶିଶୁ ନୀତିରେ ପରିବର୍ତ୍ତନ କରି ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ୩ ଶିଶୁ ଜନ୍ମ କରିବାର ନୂଆ ନିୟମ ଲାଗୁ କଲେ। କମ୍‌ ରୋଜଗାର ସାଙ୍ଗକୁ ଚାଇଲ୍ଡ କେୟାର ଏବଂ ଶିକ୍ଷା ମୂଲ୍ୟ ବୃଦ୍ଧି ପାଇଁ ଦମ୍ପତିମାନେ ପିଲା ଜନ୍ମ କରିବା ଲାଗି ଅନିଚ୍ଛା ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ମାତୃତ୍ୱକାଳୀନ ଛୁଟିରେ ରହୁଥିବା କର୍ମଚାରୀଙ୍କୁ ପିପୁଲ୍ସ ପଲିଟିକାଲ୍‌ କନ୍‌ସଲ୍ଟିଭ୍‌ କନ୍‌ଫରେନ୍ସ (ସିପିପିସିସି) ଦରମା ଦେବା ଲାଗି ଏନ ନୂଆ ନୀତି ପ୍ରଣୟନ କରିଥିଲା। ଜନ୍ମହାର ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ଫଳପ୍ରଦ ନ ହେବାରୁ ୨୦୨୨ରେ ଚାଇନା ଜନସଂଖ୍ୟା କମିଥିଲା, ଯାହାକି ୬୦ ବର୍ଷରେ ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri