ଗଜପତିରେ ସପ୍ତାହାନ୍ତ ସଟ୍‌ଡାଉନ୍‌: ଆଜି ପାରଳାଖେମୁଣ୍ଡିରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି,୧।୫-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଶନିବାର ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିରେ ସପ୍ତାହନ୍ତ ସଟ୍‌ଡାଉନ୍‌ ହୋଇଛି। ମେଡିକାଲ ଓ ଅତି ଆବଶ୍ୟକ ସେବାକୁ କଟକଣା ନଥିବା ବେଳେ ବିନା କୌଣସି କାରଣ ନ ଥାଇ ଯାତ୍ରା, ସହରରେ ଭ୍ରମଣ ଆଦିକୁ ସମ୍ପୂର୍ଣ୍ଣ ବନ୍ଦ କରାଇଛି।

ଜିଲାରେ କରୋନା ଆରମ୍ଭରୁ ତଥା ପ୍ରଥମ ଲହର ଓ ଦ୍ୱିତୀୟ ଲହରର ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୫୩୪୭ ରେ ପହଞ୍ଚିଛି। ସେଥୁରୁ ପାଖାପାଖି ୪୯୦୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ପାଖାପାଖି ୪୪୭ ଜଣ ଆକ୍ଟିଭ କେସ୍‌(ଚିକିତ୍ସାଧନ ଓ ସଙ୍ଗରୋଧ)ରେ ରହିଛନ୍ତି। ଅପରପକ୍ଷେ ଶନିବାର ଜିଲାରେ ୧୫୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ପରଳାରେ ସର୍ବାଧିକ ୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଗୋସାଣି ବ୍ଲକରେ ୧୪, ଗୁମ୍ମା ବ୍ଲକରେ ୭, କାଶୀନଗର ବ୍ଲକରେ ୧୭, ମୋହନା ବ୍ଲକରେ ୫, ନୂଆଗଡ ବ୍ଲକରେ ୪, ରାୟଗଡ ବ୍ଲକରେ ଜଣେ ଉଦୟଗିରି ବ୍ଲକରେ ୧୧ ଏବଂ ଆନ୍ଧ୍ରପ୍ରଦେଶରୁ୨ ଜଣ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ତପ୍ତର ହେବା ସହ ପୋଲିସ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପାରଳାଖେମୁଣ୍ଡି ଓ କାଶୀନଗର ସହରରେ ସମସ୍ତ ସୀମା ସିଲ୍‌ କରିଛି । ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ନିଜେ ଉପସ୍ଥିତ ରହି ଆନ୍ଧ୍ର ଓଡ଼ିଶା ନାକା ପଏଣ୍ଟଗୁଡିକ ସମେତ ପାରଳାକେମୁଣ୍ଡି ଓ କାଶୀନଗର ସହରରେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ସମୀକ୍ଷା କର ଜନସଚେତନତା ସୃଷ୍ଟି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri