୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା ସହ କ୍ୟାରିଅର୍‌ ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ସକାରାତ୍ମକ ଫଳାଫଳ ପ୍ରାପ୍ତ ହୋଇପାରେ। ଜ୍ୟୋର୍ତିବିଦମାନଙ୍କ ଅନୁଯାୟୀ, ଏହି ସପ୍ତାହରେ ବୁଧଙ୍କ ରାଶି ପରିବର୍ତ୍ତନ ମଧ୍ୟ ହେବ, ଯାହା ଫଳରେ ଅନେକ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଅନ୍ୟପଟେ, ଚନ୍ଦ୍ର ମଧ୍ୟ ରାଶି ପରିବର୍ତ୍ତନ କରି ବିଭିନ୍ନ ରାଶି ଉପରେ ନିଜର ପ୍ରଭାବ ପକାଇବେ। ଗ୍ରହ-ନକ୍ଷତ୍ରଙ୍କ ଅନୁକୂଳ ସ୍ଥିତି ଯୋଗୁଁ ୭ ରୁ ୧୩ ସେପ୍ଟେମ୍ୱର ୨୦୨୬ ପର୍ଯ୍ୟନ୍ତ ଏହି ସପ୍ତାହ ୪ଟି ରାଶି ପାଇଁ ଅତ୍ୟନ୍ତ ଖାସ ଏବଂ ଲାଭଦାୟକ ରହିବାକୁ ଯାଉଛି। ଏହି ବ୍ୟକ୍ତିମାନଙ୍କର ଅଟକି ରହିଥିବା କାମ ସଫଳ ହେବା ସହ ନୂଆ ସୁଯୋଗ ମଧ୍ୟ ମିଳିପାରେ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଫଳ ବିଷୟରେ।

ମେଷ
* ବିଗତ ସପ୍ତାହ ଭଳି ଏହି ସପ୍ତାହ ମଧ୍ୟ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ।
* ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଆପଣଙ୍କ ମନ ଅଧିକ ଲାଗିବ।
* କର୍ମକ୍ଷେତ୍ରରେ କୌଣସି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ପୁରସ୍କୃତ କରାଯାଇପାରେ ଏବଂ ଆପଣଙ୍କ ପରିଶ୍ରମର ପ୍ରଶଂସା ହେବ।
* ପରିସ୍ଥିତିରେ ଉନ୍ନତି ଦେଖିବାକୁ ମିଳିବ।
* କୌଣସି ଧାର୍ମିକ କିମ୍ୱା ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିବ, ଯାହା ମନକୁ ପ୍ରସନ୍ନ ରଖିବ।
* ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ନୂଆ ସୁଯୋଗ ସାମ୍ନାକୁ ଆସିପାରେ।

ମିଥୁନ ରାଶି

* ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ‘ଗୁଡ ଲକ’ ନେଇ ଆସିଛି।
* କୌଣସି ବଡ଼ ବ୍ୟବସାୟିକ ଡିଲ ଚୂଡ଼ାନ୍ତ କରିବାରେ ସଫଳତା ମିଳିପାରେ, ଯାହା ବଜାରରେ ଆପଣଙ୍କ ସାକ୍ଷ ଓ ପ୍ରତିଷ୍ଠା ବୃଦ୍ଧି କରିବ।
* କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ ଏବଂ ସହକର୍ମୀ ତଥା ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ।
* ଅଧିକାଂଶ ସମୟ ଆନନ୍ଦ-ଉଲ୍ଲାସ ଓ ସାଙ୍ଗସାଥୀଙ୍କ ସହ ଅତିବାହିତ ହୋଇପାରେ।
* ଧାର୍ମିକ-ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କ ରୁଚି ବଢ଼ିବ।

କର୍କଟ ରାଶି

* କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସପ୍ତାହ ବହୁତ ଶୁଭ ରହିବ।
* ଭବିଷ୍ୟତରେ ଲାଭ ଦେବା ଭଳି ଯୋଜନା ସହ ଜଡ଼ିତ ହେବାର ସୁଯୋଗ ମିଳିବ, ଯାହା ଆଗାମୀ ଦିନରେ ବେଶ ଫଳପ୍ରଦ ସାବ୍ୟସ୍ତ ହେବ।
* ମନର କଥା ଖୋଲାଖୋଲି ଭାବେ ପ୍ରକାଶ କରିବା ଦ୍ୱାରା ସମ୍ପର୍କରେ ନିବିଡ଼ତା ଆସିବ।
* ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ସପ୍ତାହରେ ସେଥିରୁ କିଛି ଭଲ ଖବର ମିଳିପାରେ।
* କଠିନ ପରିଶ୍ରମର ଭଲ ଫଳ ମିଳିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
* ପରିବାରରେ ଖୁସିର ପରିବେଶ ବଜାୟ ରହିବ ଏବଂ ଆପଣଙ୍କ ସଚ୍ଚୋଟତା ସମ୍ପର୍କକୁ ଆହୁରି ମଜଭୁତ କରିବ।

କନ୍ୟା ରାଶି

* କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବ।
* ପୈତୃକ ସମ୍ପତ୍ତିରୁ ଭଲ ଧନ ଅର୍ଜନ କରିବାର ସୁଯୋଗ ମିଳିବ।
* ଏହି ସମୟ ମଧ୍ୟରେ କରାଯାଇଥିବା ଯାତ୍ରା ସୁଖଦ ଓ ଆଶାନୁରୂପ ଉନ୍ନତି ପ୍ରଦାନକାରୀ ହୋଇପାରେ।
* କର୍ମକ୍ଷେତ୍ର କିମ୍ୱା ଘରେ କିଛି ଲୋକ ଆପଣଙ୍କ କାର୍ଯ୍ୟ ଏବଂ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇପାରନ୍ତି, ତେଣୁ ସଂଯମତା ରକ୍ଷା କରନ୍ତୁ।
* ଚାକିରିପେଶା ଲୋକଙ୍କୁ କୌଣସି ଭଲ ପ୍ରତିଷ୍ଠାନରୁ ଉତ୍ତମ ପ୍ରସ୍ତାବ ମିଳିପାରେ।
* ବ୍ୟବସାୟ ଦୃଷ୍ଟିକୋଣରୁ ସପ୍ତାହର ପ୍ରଥମାର୍ଦ୍ଧ ତୁଳନାରେ ଦ୍ୱିତୀୟାର୍ଦ୍ଧ ଆପଣଙ୍କ ସପକ୍ଷରେ ରହିବ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଅଧିକ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?