ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା ସହ କ୍ୟାରିଅର୍ ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ସକାରାତ୍ମକ ଫଳାଫଳ ପ୍ରାପ୍ତ ହୋଇପାରେ। ଜ୍ୟୋର୍ତିବିଦମାନଙ୍କ ଅନୁଯାୟୀ, ଏହି ସପ୍ତାହରେ ବୁଧଙ୍କ ରାଶି ପରିବର୍ତ୍ତନ ମଧ୍ୟ ହେବ, ଯାହା ଫଳରେ ଅନେକ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଅନ୍ୟପଟେ, ଚନ୍ଦ୍ର ମଧ୍ୟ ରାଶି ପରିବର୍ତ୍ତନ କରି ବିଭିନ୍ନ ରାଶି ଉପରେ ନିଜର ପ୍ରଭାବ ପକାଇବେ। ଗ୍ରହ-ନକ୍ଷତ୍ରଙ୍କ ଅନୁକୂଳ ସ୍ଥିତି ଯୋଗୁଁ ୭ ରୁ ୧୩ ସେପ୍ଟେମ୍ୱର ୨୦୨୬ ପର୍ଯ୍ୟନ୍ତ ଏହି ସପ୍ତାହ ୪ଟି ରାଶି ପାଇଁ ଅତ୍ୟନ୍ତ ଖାସ ଏବଂ ଲାଭଦାୟକ ରହିବାକୁ ଯାଉଛି। ଏହି ବ୍ୟକ୍ତିମାନଙ୍କର ଅଟକି ରହିଥିବା କାମ ସଫଳ ହେବା ସହ ନୂଆ ସୁଯୋଗ ମଧ୍ୟ ମିଳିପାରେ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଫଳ ବିଷୟରେ।
ମେଷ
* ବିଗତ ସପ୍ତାହ ଭଳି ଏହି ସପ୍ତାହ ମଧ୍ୟ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ।
* ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଆପଣଙ୍କ ମନ ଅଧିକ ଲାଗିବ।
* କର୍ମକ୍ଷେତ୍ରରେ କୌଣସି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ପୁରସ୍କୃତ କରାଯାଇପାରେ ଏବଂ ଆପଣଙ୍କ ପରିଶ୍ରମର ପ୍ରଶଂସା ହେବ।
* ପରିସ୍ଥିତିରେ ଉନ୍ନତି ଦେଖିବାକୁ ମିଳିବ।
* କୌଣସି ଧାର୍ମିକ କିମ୍ୱା ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିବ, ଯାହା ମନକୁ ପ୍ରସନ୍ନ ରଖିବ।
* ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ନୂଆ ସୁଯୋଗ ସାମ୍ନାକୁ ଆସିପାରେ।
ମିଥୁନ ରାଶି
* ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ‘ଗୁଡ ଲକ’ ନେଇ ଆସିଛି।
* କୌଣସି ବଡ଼ ବ୍ୟବସାୟିକ ଡିଲ ଚୂଡ଼ାନ୍ତ କରିବାରେ ସଫଳତା ମିଳିପାରେ, ଯାହା ବଜାରରେ ଆପଣଙ୍କ ସାକ୍ଷ ଓ ପ୍ରତିଷ୍ଠା ବୃଦ୍ଧି କରିବ।
* କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ ଏବଂ ସହକର୍ମୀ ତଥା ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ।
* ଅଧିକାଂଶ ସମୟ ଆନନ୍ଦ-ଉଲ୍ଲାସ ଓ ସାଙ୍ଗସାଥୀଙ୍କ ସହ ଅତିବାହିତ ହୋଇପାରେ।
* ଧାର୍ମିକ-ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କ ରୁଚି ବଢ଼ିବ।
କର୍କଟ ରାଶି
* କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସପ୍ତାହ ବହୁତ ଶୁଭ ରହିବ।
* ଭବିଷ୍ୟତରେ ଲାଭ ଦେବା ଭଳି ଯୋଜନା ସହ ଜଡ଼ିତ ହେବାର ସୁଯୋଗ ମିଳିବ, ଯାହା ଆଗାମୀ ଦିନରେ ବେଶ ଫଳପ୍ରଦ ସାବ୍ୟସ୍ତ ହେବ।
* ମନର କଥା ଖୋଲାଖୋଲି ଭାବେ ପ୍ରକାଶ କରିବା ଦ୍ୱାରା ସମ୍ପର୍କରେ ନିବିଡ଼ତା ଆସିବ।
* ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ସପ୍ତାହରେ ସେଥିରୁ କିଛି ଭଲ ଖବର ମିଳିପାରେ।
* କଠିନ ପରିଶ୍ରମର ଭଲ ଫଳ ମିଳିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
* ପରିବାରରେ ଖୁସିର ପରିବେଶ ବଜାୟ ରହିବ ଏବଂ ଆପଣଙ୍କ ସଚ୍ଚୋଟତା ସମ୍ପର୍କକୁ ଆହୁରି ମଜଭୁତ କରିବ।
କନ୍ୟା ରାଶି
* କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବ।
* ପୈତୃକ ସମ୍ପତ୍ତିରୁ ଭଲ ଧନ ଅର୍ଜନ କରିବାର ସୁଯୋଗ ମିଳିବ।
* ଏହି ସମୟ ମଧ୍ୟରେ କରାଯାଇଥିବା ଯାତ୍ରା ସୁଖଦ ଓ ଆଶାନୁରୂପ ଉନ୍ନତି ପ୍ରଦାନକାରୀ ହୋଇପାରେ।
* କର୍ମକ୍ଷେତ୍ର କିମ୍ୱା ଘରେ କିଛି ଲୋକ ଆପଣଙ୍କ କାର୍ଯ୍ୟ ଏବଂ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇପାରନ୍ତି, ତେଣୁ ସଂଯମତା ରକ୍ଷା କରନ୍ତୁ।
* ଚାକିରିପେଶା ଲୋକଙ୍କୁ କୌଣସି ଭଲ ପ୍ରତିଷ୍ଠାନରୁ ଉତ୍ତମ ପ୍ରସ୍ତାବ ମିଳିପାରେ।
* ବ୍ୟବସାୟ ଦୃଷ୍ଟିକୋଣରୁ ସପ୍ତାହର ପ୍ରଥମାର୍ଦ୍ଧ ତୁଳନାରେ ଦ୍ୱିତୀୟାର୍ଦ୍ଧ ଆପଣଙ୍କ ସପକ୍ଷରେ ରହିବ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଅଧିକ ରହିବ।

