୭ ମାସ ପରେ ବି ୱେବସାଇଟ୍‌ ଅପଡେଟ୍‌ ହେଲାନି

ଜଗତ୍‌ସିଂହପୁର, ୨୯ା୮(ପ୍ରମୋଦ ନାୟକ): କୌଣସି ନାଗରିକଙ୍କୁ ସୂଚନା ଅଧିକାର (ଆର୍‌ଟିଆଇ)ରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ତେଣୁ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ଅଫିସିଆଲ ୱେବସାଇଟ୍‌ ଅପଡେଟ୍‌ କର। ଜଗତ୍‌ସିଂହପୁର ପୌର ପରିଷଦକୁ ୭ ମାସ ପୂର୍ବରୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସୂଚନା କମିଶନର (ଏସ୍‌ଆଇସି) ଦିଲୀପ କୁମାର ବିଶୋଇ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ନାନା କଥା ଆଲୋଚନା ହେଉଛି।
ଅଧିକାର ଅଧିନିୟମ ୨୦୦୫ ଧାରା ୬(୧) ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକ ସୂଚନା ପାଇବାର ଅଧିକାର ଅଛି। ଦରଖାସ୍ତ ପାଇବାର ୩୦ ଦିନ ଭିତରେ ଜନସୂଚନା ଅଧିକାରୀ ସୂଚନା ଦେବା ନିୟମ ରହିଛି। ଏହି ସମୟ ଭିତରେ ସୂଚନା ନ ମିଳିଳେ ଆବେଦନକାରୀ ପରବର୍ତ୍ତୀ ୩୦ ଦିନ ଭିତରେ ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଦରଖାସ୍ତ କରିପାରିବେ। ଏହାସତ୍ତ୍ବେ ସୂଚନା ନ ମିଳିଲେ ଅବଶିଷ୍ଟ ୩୦ ଦିନ ଭିତରେ ଦ୍ୱିତୀୟ ଆପିଲେଟ୍‌ ଅଥରିଟି ଅର୍ଥାତ୍‌ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଆବେଦନ କରିହେବ। କିନ୍ତୁ ଜଗତ୍‌ସିଂହପୁର ପୌର ପରିଷଦ ଅନେକ ସମୟରେ ସୂଚନା ଦେବାରେ ବିଳମ୍ବ କରୁଛି। ଏପରି କି ଗଣମାଧ୍ୟମକୁ ସୂଚନା ଦେବାକୁ କୁଣ୍ଠା ପ୍ରକାଶ କରୁଛି। ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଅନେକ ସମୟରେ ଆର୍‌ଟିଆଇର ସହାୟତା ନେଉଛନ୍ତି। ଏହି ଆଧାରରେ ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପରିମଳ କାର୍ଯ୍ୟ ଓ ହୋମିଓପାଥିକ ଚିକିତ୍ସାଳୟ ସମ୍ପର୍କିତ କେତେକ ସୂଚନା ଜାଣିବା ପାଇଁ ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ୨୦୨୦ରେ ଆର୍‌ଟିଆଇରେ ପୃଥକ୍‌ ଭାବେ ସୂଚନା ମାଗିଥିଲେ। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ସୂଚନା ମିଳି ନ ଥିଲା । ତେଣୁ ସେ ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ସେଠାରୁ ନିରାଶ ହେବା ପରେ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ରାଜ୍ୟ ସୂଚନା କମିଶନଙ୍କ ପକ୍ଷରୁ ମାମଲା ନଂ. ୧୯୧୯/୨୦ ଓ ୧୯୨୦/୨୦ ରୁଜୁ ହେବା ସହ ୩୦ା୯ା୨୨ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଏହିଦିନ ଆବେଦନକାରୀ ନାୟକ ଓ ପ୍ରତିପକ୍ଷ ତଥା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଜନ ସୂଚନା ଅଧିକାରୀ ଦେବବ୍ରତ ମିଶ୍ର ଓ ସହକାରୀ ପିଆଇଓ ଯୋଗ ଦେଇଥିଲେ। ସେଠାରେ ନାୟକ ପୂର୍ଣ୍ଣ ସୂଚନା ମିଳି ନ ଥିବା କଥା କହିବା ସହ ପରିଷଦ ୱେବସାଇଟ୍‌ କାମ କରୁ ନ ଥିବାରୁ ଅନେକ ସୂଚନା ମିଳିବାରେ ଅସୁବିଧା ହେଉଥିବା କଥା ଉଲ୍ଲେଖ କରିଥିଲେ। ଉଭୟ ପକ୍ଷଙ୍କ ବୟାନ ଶୁଣିଲା ପରେ କମିଶନ ତୁରନ୍ତ ଆବେଦନକାରୀଙ୍କୁ ସୂଚନା ଦେବାକୁ କହିଥିଲେ। ଏଥିସହ ୧ ମାସ ଭିତରେ ପରିଷଦ ଅଫିସିଆଲ ୱେବସାଇଟ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୪ା୧୧ା୨୨ରେ ପରବର୍ତ୍ତୀ ତାରିଖ ସ୍ଥିର ହୋଇଥିଲା। ନାୟକ ଜଗତ୍‌ସିଂହପୁର ପୌର ପରିଷଦରେ ଦରଖାସ୍ତ କରିବା ସମୟରେ ବିମଳ ଲେଙ୍କା ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷ ଥିଲେ, ତେଣୁ ତାଙ୍କୁ ମଧ୍ୟ ଏହିଦିନ ଉପସ୍ଥିତ ରହିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଯୋଗୁ ସେ ମଧ୍ୟ ହାଜର ହୋଇଥିଲେ। କିନ୍ତୁ ଧାର୍ଯ୍ୟ ତାରିଖ ସୁଦ୍ଧା ୱେବସାଇଟ୍‌ ଅପଡେଟ୍‌ ତ ଦୂରର କଥା ପୂର୍ଣ୍ଣ ସୂଚନା ମିଳି ନ ଥିଲା । ନାୟକ ଏ ସମ୍ପର୍କରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କମିଶନ କ୍ଷୁବ୍ଧ ହୋଇଥିଲେ। କାହିଁକି ଏ ପର୍ଯ୍ୟନ୍ତ କମିଶନଙ୍କ ନିର୍ଦ୍ଦେଶ ପାଳନ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ୱେବସାଇଟ୍‌ ଅପଡେଟ୍‌ ସହ ନାୟକଙ୍କୁ କାର୍ଯ୍ୟାଳୟକୁ ଡାକି ତାଙ୍କ ପସନ୍ଦ ମୁତାବକ ସୂଚନା ଦେବାକୁ କମିଶନ ମେମୋ ସଂଖ୍ୟା ୨୩୪୯/୧୧ା୧ା୨୩ରେ ଉଲ୍ଲେଖ କରିଥିଲେ । ମାତ୍ର ଏହା ଭିତରେ ୭ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ୱେସାଇଟ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଏ ସମ୍ପର୍କରେ ପରିଷଦ ଜନ ସୂଚନା ଅଧିକାରୀ ଦେବବ୍ରତ ମିଶ୍ରଙ୍କୁ ପଚାରିବାରୁ ନୂଆ ୱେବସାଇଟ୍‌ କାର୍ଯ୍ୟକ୍ଷମ କରିବା ପାଇଁ ଏନ୍‌ଆଇସି (ନ୍ୟାଶନାଲ ଇନଫର୍ମେଟିକ୍ସ ସେଣ୍ଟର)କୁ ଅର୍ଥ ଦିଆଯାଇଛି । କିନ୍ତୁ ଏନ୍‌ଆଇସି ଏହା କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଥିବା କହିଛନ୍ତି । ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରା ନ ଗଲେ ବାଧ୍ୟ ହୋଇ ପୁଣି ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅଭିଯୋଗ କରିବେ ବୋଲି ନାୟକ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri