ପିନ୍ଧିବେ ନା ସଜାଇ ରଖିବେ

ପାଦକୁ ସୁରକ୍ଷା ଦେବା ସହିତ ଏବେ ଜୋତା ସୌଖୀନ ଓ ଷ୍ଟାଟସ୍‌ର ପ୍ରତୀକ ବି ପାଲଟିଗଲାଣି। ଆଉ ମହିଳାଙ୍କର ପ୍ରିୟ ହେଉଛି ହାଇ ହିଲ୍ସ। ଏହି ହାଇ ହିଲ୍ସରେ ବି ଏମିତି ସବୁ ଆକର୍ଷକ ଡିଜାଇନ୍‌ ଉପଲବ୍ଧ ହେଉଛି ଯେ, ତାକୁ ପିନ୍ଧିବାକୁ ଇଚ୍ଛା ହେବ ନାହିଁ ବରଂ ସଜାଇ ରଖିବାକୁ ଇଚ୍ଛା ହେବ…

ହୁଲା ଗର୍ଲ ହିଲ୍ସ: ହାଓ୍ବାଇର ହୁଲା ନୃତ୍ୟ ସାରା ପୃଥିବୀରେ ଚର୍ଚ୍ଚିତ। ଏଥିରେ ସୁନ୍ଦରୀ ମହିଳାମାନେ ପତ୍ର, ଫୁଲ, ଫଳକୁ ନେଇ ପ୍ରସ୍ତୁତ ସୁନ୍ଦର ପୋଷାକ ଓ ଅଳଙ୍କାର ପିନ୍ଧି ପ୍ରକୃତିରାଣୀ ଭଳି ଦେଖାଯାଆନ୍ତି। ଆଉ ପାରମ୍ପରିକ ହୁଲା ନୃତ୍ୟ କରନ୍ତି। ଏହି ହୁଲା ନୃତ୍ୟ ଥିମ୍‌କୁ ନେଇ ତିଆରି ହୋଇଛି ମହିଳାଙ୍କ ପାଇଁ ଏକପ୍ରକାରର ଖୁବ୍‌ ଆକର୍ଷକ ହାଇ ହିଲ୍ସ। ଏହାର ହିଲ୍‌ରେ ସୁନ୍ଦର ହୁଲା ଗର୍ଲ କଣ୍ଢେଇ ଦେଖିବାକୁ ମିଳେ। ତା’ସହ ସୁଜ୍‌ରେ ହୋଇଥିବା ଫ୍ଲୋରାଲ ପ୍ରିଣ୍ଟ ଓ ଏଥିରେ ଖଚିତ ଆର୍ଟିଫିସିଆଲ ଫୁଲ ଏହାକୁ ଅଧିକ ଆକର୍ଷକ କରିଥାଏ। ଏହାର ମୂଲ୍ୟ ୧୯୦ ଡଲାରରୁ ୨୨୦ ଡଲାର ମଧ୍ୟରେ ରହିଥାଏ।

ଗାର୍ଡେନ ପାର୍ଟି ଓ୍ବେଜେସ୍‌: ଏହି ସୁଜ୍‌ ମଧ୍ୟ ବେଶ୍‌ ଆକର୍ଷକ। ଫ୍ଲୋରାଲ୍‌ ପ୍ରିଣ୍ଟର ଏମ୍ବ୍ରୋଡୋରି ହେବା ସହ ଏହାର ହିଲ୍‌ ସ୍ଥାନରେ ଦେଖିବାକୁ ମିଳେ କାଚ ମଧ୍ୟସ୍ଥ ଏକ ଛୋଟ ବଗିଚା। ଏହି ବଗିଚା ଭିତରେ ସୁନ୍ଦର ଗଛ, ଫୁଲ ଓ କୁନି ହରିଣ ଦେଖିପାରିବେ। ଫଳରେ ଏହି ସୁଜ୍‌କୁ ପିନ୍ଧିବା ପାଇଁ ମନ ଜମାରୁ ହେବନି। ବରଂ ଘରେ ଶୋ’ ପିସ୍‌ଭାବ ସଜାଇ ରଖିବାକୁ ଚାହିଁବେ। ଏହାର ମୂଲ୍ୟ ୨୪୯ ଡଲାର।

ଡୋଲ୍ସ ଗବାନାର ପାଇନାପଲ୍‌ ସ୍ୟାଣ୍ଡଲ: ଡୋଲ୍ସ ଆଣ୍ଡ ଗବାନା କମ୍ପାନୀର ଏହା ହେଉଛି ସ୍ପ୍ରିଙ୍ଗ/ସମର୍‌ କଲେକ୍ସନ। ଗୋଲାପୀ ରଙ୍ଗର ଏହି ସ୍ୟାଣ୍ଡେଲରେ ପାଇନାପଲ୍‌ ପ୍ରିଣ୍ଟ ହେବା ସହ ହିଲ୍‌ରେ ପାଇନାପଲ୍‌ ବା ସପୁରି କଳାକୃତୀ ଦେଖିବାକୁ ପାଇବେ।
ମିକି ମାଉସ୍‌ ପମ୍ପ୍‌ସ: ଏହି ସୁଜ୍‌ ମିକି ମାଉସ୍‌ ଆଣ୍ଡ ଫ୍ରେଣ୍ଡସ୍‌ ସୁଜ୍‌ କଲେକ୍ସନର ଅନ୍ତର୍ଭୁକ୍ତ ଅଟେ। ଲାଲ ଓ କଳା ରଙ୍ଗର ଏହି ପମ୍ପସ୍‌ର ହିଲ୍‌ ସ୍ଥାନରେ ମିକି ମାଉସ୍‌ ଠିଆ ହୋଇଥିବା ଭଳି ଡିଜାଇନ୍‌ କରାଯାଇଛି। ଏହାର ମୂଲ୍ୟ ୨୬୫ ଡଲାର।

ଗୁସି ବ୍ରାଣ୍ଡର ଜେବ୍ରା ପ୍ରିଣ୍ଟ ଲେଦର ଓ ଫର୍‌ ପମ୍ପ୍‌ସ: ଜେବ୍ରା ପ୍ରିଣ୍ଟ ପୋଷାକ ତ ପିନ୍ଧିଥିବେ। ତେବେ ଜେବ୍ରା ପ୍ରିଣ୍ଟର ହାଇ ହିଲ୍ସ ବି ଅଛି। ଗୁସି ବ୍ରାଣ୍ଡ ଏହି ଜୋତା ତିଆରି କରିଛି। ଏହା ଏକ ପମ୍ପସ୍‌ ଅଟେ। ଉକ୍ତ ପମ୍ପସ୍‌ର ଏକ କୌତୁହଳମୟ ବିଶେଷତ୍ୱ ହେଉଛି ଯେ, ଜୋତାର ପଛଭାଗରେ ଜେବ୍ରା ପରି ଲାଞ୍ଜ ବି ଅଛି। କିଛି ୟୁନିକ ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାଙ୍କ ପାଇଁ ଲେଦର୍‌ ଓ ଫର୍‌ରେ ପ୍ରସ୍ତୁତ ଏହି ଜେବ୍ରା ପମ୍ପ୍‌ସ ଭଲ ଅପ୍ସନ।

ଗନ୍‌ ପରି ହିଲ୍ସ: ମିନି ବ୍ଲାକ୍‌ ଡ୍ରେସ୍‌ ସହ ଗନ୍‌ ବା ବନ୍ଧୁକ ପରି ଦେଖାଯାଉଥିବା ଏହି ହିଲ୍ସ ବୋଲ୍ଡ ଲୁକ୍‌ ଦେବ। କେବଳ ଯେ ଏହା ଗନ୍‌ ପରି ଦେଖିବାକୁ ତାହା ନୁହେଁ, ଏଥିରେ ବୁଲେଟ୍‌ ବା ଗୁଳି ବି ଦେଖିବାକୁ ପାଇବେ। ତେବେ ଏହାକୁ ଏୟାରପୋର୍ଟ ପରି ହାଇ ସିକ୍ୟୁରିଟି ସ୍ଥାନରେ ପିନ୍ଧିପାରିବେ ନାହିଁ।

ଡାଇସ୍‌ ହିଲ୍‌ ପମ୍ପସ୍‌: ଲୁଡୋ ଖେଳରେ ବ୍ୟବହୃତ ଡାଇସ୍‌ ବା ଗୋଟି ଥିମ୍‌ର ଅଟେ ଏହି ପମ୍ପସ୍‌। ଉକ୍ତ ପମ୍ପସ୍‌ର ପଛଭାଗରେ ଡାଇସ୍‌ଗୁଡିକ ଥାକ ଥାକ ହୋଇ ରହି ହିଲ୍‌ର କାମ କରିଥାଏ। କଳା ଓ ଲାଲ ରଙ୍ଗରେ ଉପଲବ୍ଧ ଏହି ଡାଇସ୍‌ ହିଲ୍‌ ପମ୍ପସ୍‌ ଦେଖିବାକୁ ବେଶ୍‌ ଆକର୍ଷକ।

ମୋଜିତୋ ଟୁଇଷ୍ଟେଡ୍‌ ସ୍ୟାଣ୍ଡେଲ: କମଳା ଲେମ୍ବୁର ଚୋପା ଛଡ଼ାଇଲେ ଚୋପା ଯେଉଁଭଳି ମୋଡ଼ି ମୋଡ଼ି ହୋଇ ରହେ, ଠିକ୍‌ ସେହିଭଳି ଦେଖିବାକୁ ଅଟେ ଏହି ସ୍ୟାଣ୍ଡେଲ। ପ୍ରଥମ ନଜରରେ ତ ଯେକେହି ଏହାକୁ କିଭଳି ପିନ୍ଧାଯିବ ଦ୍ୱନ୍ଦ୍ୱରେ ପଡ଼ିଯିବେ। ଏହି ଅଜବ ସ୍ୟାଣ୍ଡେଲର ମୂଲ୍ୟ ୩୯୦ ଡଲାର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri