ଧନଜୀବନ, ଜୈବ ବିବିଧତାକୁ ଅଣଦେଖା

ଯାଜପୁର ଅଫିସ,୩୦।୧୨: କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ବାର୍ଥ ପାଇଁ ଜୈବ ବିବିଧତା ଓ ଲୋକଙ୍କ ଧନଜୀବନକୁ ଅଣଦେଖା କରାଯାଉଛି। ବାଲି ଖାଦାନ ଲିଜ୍‌ ଦେବା ପୂର୍ବରୁ ସେଠାକାର ପାରିପାର୍ଶ୍ୱିକ ସ୍ଥିତି ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଉ ନାହିଁ। ଏହି ମର୍ମରେ ଧରିତ୍ରୀରେ ଗତ ୧୦ ତାରିଖରେ ଦର୍ପଣ ତହସିଲ ବାଲି ଖାଦାନ ବିଜ୍ଞପ୍ତି, ଗାଇଡ୍‌ଲାଇନକୁ ଖୋଲା ଚ୍ୟାଲେଞ୍ଜ ଶୀର୍ଷକ ଏକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ଅଞ୍ଚଳବାସୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ. ୩୪୭୮୯/୨୦୨୦) ରୁଜୁ କରିଛନ୍ତି। ଗତ ୨୨ ତାରିଖରେ ଏନେଇ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଓ ବିଚାରପତି ଡ. ବି.ଆର. ଷଡ଼ଙ୍ଗୀ ୬ ସପ୍ତାହ ମଧ୍ୟରେ ଆବେଦନକାରୀ ଓ ପ୍ରଭାବିତ ଲୋକଙ୍କ ଆପତ୍ତିକୁ ବିଚାରକୁ ନେଇ ଯାଜପୁର ଉପଜିଲାପାଳ ଠିକ୍‌ ନିର୍ଣ୍ଣୟ ନେବେ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି।
ଯାଜପୁର ଜିଲା ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର, ଚାରିନଙ୍ଗଳ, ମାଣ୍ଡକା, ଗୋପାଳପୁର, ବାଲିପଡିଆ ଓ ବରୀ ବ୍ଲକର ଅମଟପୁର, ବେଣୀପୁର ଏବଂ ମଙ୍ଗପୁର ଆଦି ପଞ୍ଚାୟତ ଦେଇ ବିରୂପା ନଦୀ ପ୍ରବାହିତ ହୋଇଛି। ବନ୍ୟା ସମୟରେ ଏହି ନଦୀତଟବର୍ତ୍ତୀ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ଏହି ମର୍ମରେ ଆବେଦନକାରୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ମାମଲାରେ ଆହୁରି ଦର୍ଶାଯାଇଛି ଯେ, ବିରୂପା ନଦୀତଟବର୍ତ୍ତୀ ଅଞ୍ଚଳରେ ଦେକୁରୀ, ବେଣୀପୁର ଆଦି ଗ୍ରାମ ରହିଛି। ବିରୂପା ନଦୀରେ ଗତ ଅଗଷ୍ଟ ମାସ ବନ୍ୟା ସମୟରେ ପ୍ରାୟ ୯୫ ଏକର ଚାଷଜମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହାସହ ପୂର୍ବ ବନ୍ୟାରେ ମଧ୍ୟ ଅନୁରୂପ କ୍ଷୟକ୍ଷତି ହୋଇ ଆସୁଛି। ଏହି ନଦୀରୁ ବାଲି ଉତ୍ତୋଳନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଥିଯୋଗୁ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୩୦ ଏକର ଜମି ନଦୀଶଯ୍ୟାରେ ଜଳମଗ୍ନ ହୋଇଛି। ତେଣୁ ପ୍ରଭାବିତ ଗ୍ରାମବାସୀ ନଦୀଗର୍ଭରୁ ବାଲି ଉତ୍ତୋଳନ ନ କରିବାକୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। ଏପରି କି ୨୦୧୯ରେ ଗ୍ରାମବାସୀ ଏବଂ ବାଲି ଖାଦାନ ଲିଜ୍‌ଧାରୀଙ୍କ ମଧ୍ୟରେ ଆଇନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପୋଲିସ ଓ ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ବାରୁ ଏକ ତଦନ୍ତ କରାଯାଇଥିଲା। ତଦନ୍ତରେ ଗ୍ରାମବାସୀଙ୍କ ଅଭିଯୋଗରେ ସତ୍ୟତା ମିଳିବାରୁ ଉକ୍ତ ବାଲି ଖାଦାନକୁ ବନ୍ଦ କରି ଦିଆଯାଇଥିଲା। ତଥାପି ଦର୍ପଣ ତହସିଲ ପକ୍ଷରୁ ୩୬୦୫/୨୫ା୧୧ା୨୦୨୦ରେ ବାଲି ଖାଦାନ ଲିଜ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତି ପ୍ରତିବାଦରେ ଡେକୁରୀ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପଡିଲା ବୋଲି ମାମଲାରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଜଳ ସମ୍ପଦ ବିଭାଗର ବାଲିଚନ୍ଦ୍ରପୁର- ପଟ୍ଟାମୁଣ୍ଡାଇ ନଦୀବନ୍ଧର ସୁରକ୍ଷା ଏବଂ ଲୋକଙ୍କ ଧନଜୀବନ ଉପରେ ଧ୍ୟାନ ନ ଦେଇ ଦର୍ପଣ ତହସିଲ କର୍ତ୍ତୃପକ୍ଷ ବିରୂପା ନଦୀର ରାମଦାସପୁର-୧ ବାଲିଘାଟ, ଦେକୁରୀ ବିରୂପା ବାଲିଘାଟ ଓ ରାମଦାସପୁର-୨ ବାଲିଘାଟର ୭ ଏକର ଲେଖାଏଁ ନଦୀରୁ ବାର୍ଷିକ ସର୍ବନିମ୍ନ ୧୯,୯୫୩ ଘନମିଟର ବାଲି ଉତ୍ତୋଳନ ପାଇଁ ଦୀର୍ଘମିଆଦୀ ଲିଜ୍‌ ପାଇଁ ବିଜ୍ଞପ୍ତି ଦିଆଯାଇଛି। ଏଥିପାଇଁ ଘନମିଟର ପିଛା ରାଜସ୍ବ ୩୫ ଟଙ୍କା ଏବଂ ଅତିରିକ୍ତ ଦେୟ ୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନସନ ଅଫ୍‌ ଥେଫ୍ଟ ମାଇନର ମିନେରାଲ୍ସ ଆଣ୍ଡ ଅଭିକ୍ସନ ଆକ୍ଟିଭିଟିଜ (ପିଟିଏମ୍‌ଏମ୍‌ଇଏ) ବା ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ ଯୋଜନା ଏବଂ ଗତ ନଭେମ୍ବର ମାସରେ ପ୍ରଣୀତ ନୂତନ ଗାଇଡ୍‌ଲାଇନକୁ ନ ମାନି ଦର୍ପଣ ତହସିଲ ଅଧୀନ ୩ଟି ବାଲିଘାଟ ଉତ୍ସର ଦୀର୍ଘମିଆଦୀ ଲିଜ୍‌ ନିମନ୍ତେ ବିଜ୍ଞାପନ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଆଇନ ଅନୁସାରେ ବାଲି ଉତ୍ସର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?