ଅଶକ୍ତ ଅସ୍ଥି

ଅଷ୍ଟିଓପୋରୋସିସ୍‌ ରୋଗର କାରଣ, ପ୍ରତିକାର ତଥା ନିବାରଣ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ନିମନ୍ତେ ହିଁ ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଅଷ୍ଟିଓପୋରୋସିସ୍‌ ଦିବସ’। ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ୍‌ ରହିଛି ‘ଲଭ୍‌ ଇୟୋର ବୋନ୍‌ସ’। ଅଷ୍ଟିଓ ଶବ୍ଦର ଅର୍ଥ ହାଡ଼ ବା ଅସ୍ଥି। ‘ପୋରୋସିସ୍‌’ର ଅର୍ଥ ଛିଦ୍ରଯୁକ୍ତ। ତେଣୁ ଯେଉଁ ରୋଗରେ ହାଡ଼ ଶୁଖିଲା ପିତାତରଡା ଫଳ ଭଳି ଛିଦ୍ରାଳ ଦେଖାଯାଏ, ସେହି ରୋଗକୁ ଡାକ୍ତରମାନେ ‘ଅଷ୍ଟିଓପୋରୋସିସ୍‌’ ବୋଲି କହିଥାଆନ୍ତି। ଏହା ଏକ ଅତି ଗୁରୁତର ସାଧାରଣ ସ୍ବାସ୍ଥ୍ୟ ସମସ୍ୟା। ଏହି ରୋଗରେ କଙ୍କାଳର ହାଡ଼ଗୁଡିକରୁ କ୍ୟାଲସିୟମ କମିଯିବାରୁ ହାଡ଼ ତାହାର ଶକ୍ତି ହରେଇ ଦୁର୍ବଳ ହୋଇପଡେ। ଫଳରେ ବିନା ଆଘାତରେ କି ସାମାନ୍ୟ ଆଘାତରେ ତାହା ଭାଙ୍ଗିଯାଏ। ବେଶି ଭାଙ୍ଗେ ପିଚା, କଚଟି ଓ ମେରୁଦଣ୍ଡ ହାଡ଼। ‘ନେକ୍‌’ ବୋଲି କୁହାଯାଉଥିବା ଜଙ୍ଘ ହାଡ଼ର ଅଂଶଟି ଭାଙ୍ଗିଯିବା ଖୁବ୍‌ ସାଧାରଣ। ମେରୁଦଣ୍ଡର ହାଡ ଦୁର୍ବଳ ହୋଇଯିବାରୁ ଶରୀରର ଓଜନ ସମ୍ଭାଳି ନ ପାରି ମେରୁଦଣ୍ଡ ବଙ୍କା ହୋଇଯାଏ। ଫଳରେ ଅଣ୍ଟା ନଇଁ ଯାଇ ପିଠିରେ ବାହାରିପଡ଼େ କୁଜ।
ବୟସ ବଢ଼ିଲେ ସବୁ ବ୍ୟକ୍ତି ଅଳ୍ପେ ବହୁତେ ଅଷ୍ଟିଓପୋରୋସିସ୍‌ର ଶିକାର ହୋଇପଡ଼ନ୍ତି। ଏହାର ରହିଛି ବଂଶଗତ ପ୍ରଭାବ। ବୟସ ବଢ଼ିଲେ ରୋଗ ପ୍ରକାଶ ପାଏ। ମାତ୍ର ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଏହା ବାହାରିପଡେ ଆହୁରି କମ୍‌ ବୟସରେ। ଏପରି କି ମହିଳାମାନଙ୍କଠାରେ ଋତୁଚକ୍ର ବନ୍ଦ ହୋଇଯିବାର ପ୍ରଥମ କେତୋଟି ବର୍ଷରେ ବର୍ଷକୁ ୪ ପ୍ରତିଶତ ହାରରେ ଅସ୍ଥି କ୍ଷୟ ଘଟିପାରେ।
ଅଷ୍ଟିଓପୋରୋସିସ୍‌ ଏକ ନୀରବ ବ୍ୟାଧି। ତେଣୁ କଙ୍କାଳରୁ ଅସ୍ଥି କ୍ଷୟ ଅବ୍ୟାହତ ରହିଥିବା ସତ୍ତ୍ୱେ ତାହା ଜାଣିପାରିବା ମୁସ୍କିଲ। କିନ୍ତୁ ପିଚା ହାଡ଼, କଚଟି ହାଡ଼ କି ମେରୁହାଡ଼ରୁ କ୍ୟାଲସିୟମ କମିଯାଇ ଓ ହାଡ଼ର ଘନତ୍ୱ ବା ଡେନସିଟି ହ୍ରାସ ପାଇ ହାଡ଼ ମନକୁ ମନ କି ପଡିଗଲେ କି ସାମାନ୍ୟ ଆଘାତ ପାଇ ଭାଙ୍ଗିଗଲେ, ତାହାର ପଶ୍ଚାତରେ ଥାଏ ଅଷ୍ଟିଓପୋରୋସିସ୍‌ କାରଣ। ହାଡ଼ ଦୁର୍ବଳ ହୋଇ ନ ପଡ଼ିବା ପର୍ଯ୍ୟନ୍ତ ହାଡ଼ ଭାଙ୍ଗି ନ ଥାଏ। ଅଷ୍ଟିଓପୋରୋସିସ୍‌ ଅଣ୍ଟାବ୍ୟଥା ଏକ ଅତି ସ୍ବାଭାବିକ ଲକ୍ଷଣ ଏବଂ ଏହା ଉପୁଜେ ମେରୁହାଡ କ୍ଷୟ ଯୋଗୁ।
କେତେକ କ୍ଷେତ୍ରରେ ସାଧାରଣ ଏକ୍ସ-ରେ ପରୀକ୍ଷାରୁ ଅଷ୍ଟିଓପୋରୋସିସ୍‌ ହୋଇଥିବା ଜଣା ପଡି ନ ପାରେ। ତେବେ ସିଟି ସ୍କାନ, ଏମ.ଆର.ଆଇ. ସ୍କାନ୍‌ ଓ ବୋନ୍‌ ମିନେରାଲ ଡେନସିଟୋମେଟ୍ରୀ ବା ବି.ଏମ.ଡି. ପରୀକ୍ଷାରେ ଏହି ରୋଗ ନିର୍ଣ୍ଣୟରେ ସହାୟକ ହୋଇଥାଏ।
ଚିକିତ୍ସାରେ ଅଷ୍ଟିଓପୋରୋସିସ୍‌କୁ ଆରୋଗ୍ୟ କରାଯାଇପାରେନି। ମାତ୍ର ଚିକିତ୍ସା କରି ହାଡ଼କୁ ଅପେକ୍ଷାକୃତ ଶକ୍ତ ଓ ସୁରକ୍ଷିତ ରଖିପାରିବା ସମ୍ଭବ। ତେଣୁ ଏହାର ନିବାରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ହିଁ ନିରାପଦ। ତେବେ ରୋଗୀମାନଙ୍କୁ କ୍ୟାଲସିୟମ ଏବଂ ଭିଟାମିନ୍‌ ‘ଡି-୩’ ଥିବା ଔଷଧ ଦେଇ ଚିକିତ୍ସା କରାଯାଇଥାଏ। ସ୍ଥଳବିଶେଷରେ ଦିଆଯାଇପାରେ କ୍ୟାଲସିଟୋନିକ୍‌ ଇଞ୍ଜେକସନ ଏବଂ ହରମୋନ୍‌। କଙ୍କାଳକୁ ସୁରକ୍ଷିତ ରଖିବା ପାଇଁ ନିଆଯାଇପାରେ ଷ୍ଟେମ୍‌ ସେଲ୍‌ର ସାହାଯ୍ୟ।
ମାତ୍ର ଅଷ୍ଟିଓପୋରୋସିସ୍‌ର ନିବାରଣମୂଳକ ବ୍ୟବସ୍ଥା ଆରମ୍ଭ କରିବାକୁ ପଡିବ କିଶୋରାବସ୍ଥାରୁ। ଖାଦ୍ୟରେ ଯଥେଷ୍ଟ ପରିମାଣର କ୍ୟାଲସିୟମ ଖାଇବା ଉଚିତ। କ୍ଷୀର, ଦହି, ଛେନା, ସବୁପ୍ରକାର ଶାଗ, ମାଣ୍ଡିଆ, ଡାଲି, ସୋୟାବିନ୍‌, ମାଛ, ଚିଙ୍ଗୁଡି ଶୁଖୁଆ ଓ କଙ୍କଡା ଆଦିରୁ ବେଶି କ୍ୟାଲସିୟମ ମିଳିଥାଏ। ଚାଲିବା, ଦୌଡ଼ିବା, ଜଙ୍ଗିଙ୍ଗ କରିବା, ଶିଡ଼ି ଚଢ଼ିବା, ସନ୍ତରଣ କରିବା ଭଳି ବ୍ୟାୟାମ ନିୟମିତ କରିବା ଭଲ। ନିଶାଦ୍ରବ୍ୟ ସେବନ ଅଭ୍ୟାସ ଯେତେଶୀଘ୍ର ଛାଡିବେ ତାହା ସେତେ ଭଲ। ଶରୀର ଓଜନକୁ ସନ୍ତୁଳିତ ରଖନ୍ତୁ। ବୟସ୍କ ବ୍ୟକ୍ତିମାନେ ଓଜନିଆ ଜିନିଷକୁ ତଳୁ ଉଠେଇବା ବେଳେ ସତର୍କ ରହିବା ଦରକାର।
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ, ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri