Posted inଜାତୀୟ

ଗର୍ଭବତୀ କରାଇ ପାରିଲେ ନେବୁ ୧୩ ଲକ୍ଷ, ବିଫଳ ହେଲେ ଦେବୁ ୫ ଲକ୍ଷ: ଠକ ଦଳଙ୍କୁ ଗିରଫ କଲେ ପୋଲିସ, ଭିଡିଓ ଭାଇରାଲ…

ପାଟନା,୩୧।୧୨ : ବିହାରର ନୱାଦାରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ସାଇବର ପୋଲିସ ଷ୍ଟେଶନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାହା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ପ୍ରତାରଣା କରୁଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମହିଳାଙ୍କ ଫଟୋ ଅନଲାଇନରେ ଉପଲବ୍ଧ କରାଉଥିଲେ। ଏହା ପରେ ସେମାନଙ୍କର ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ନିଆଯାଇଥିଲା। ଯଦି ସମ୍ପୃକ୍ତ ମହିଳା ଗର୍ଭବତୀ ହୁଅନ୍ତି ତେବେ ଠକମାନେ ୧୩ ଲକ୍ଷ ଟଙ୍କା ନେବାକୁ କହୁଥିଲେ। ଅପରପକ୍ଷରେ ମହିଳାଙ୍କୁ ଗର୍ଭବତୀ କରାଇବାରେ ବିଫଳ ହେଲେ ତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଉଥିଲା।

ସୂଚନା ଅନୁଯାୟୀ, ଗୁପ୍ତଚର ଇନପୁଟ ଉପରେ ଏସଆଇଟି ଜିଲାର ମୁଫାସିଲ ପୋଲିସ ଷ୍ଟେଶନ ଅଞ୍ଚଳର ଗୁରୁମା ଗ୍ରାମରେ ମୁନ୍ନା କୁମାର ଓରଫ ଦୀପକଙ୍କ ଘରେ ଚଢ଼ାଉ କରିଥିଲା। ପୋଲିସ ଏଠାରୁ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗ୍ୟାଙ୍ଗର ନେତା ମୁନ୍ନାଙ୍କ ସମେତ ଦୁଇ ଡଜନରୁ ଅଧିକ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗରେ ସମୁଦାୟ ୨୫-୩୦ ଠକ ସମ୍ପୃକ୍ତ ଥିଲେ। ଚଢ଼ାଉ ସମୟରେ ପୋଲିସ ୯ ଟି ମୋବାଇଲ, ପ୍ରିଣ୍ଟର୍‌ ଏବଂ ବହୁ ମହିଳାଙ୍କ ତଥ୍ୟ ଜବତ କରିଛି।

କାର୍ଯ୍ୟାନୁଷ୍ଠାନ ପରେ ସୂଚନା ଦେଇ ଡିଏସପି କଲ୍ୟାଣ ଆନନ୍ଦ କହିଛନ୍ତି ସମସ୍ତ ଅପରାଧୀ ଅଲ ଇଣ୍ଡିଆ ପ୍ରେଗ୍ନାଣ୍ଟ ଜବ୍‌ ନାମକ ଏକ ସଂସ୍ଥା ମାଧ୍ୟମରେ ଠକେଇ ଗ୍ୟାଙ୍ଗ ଚଳାଉଥିଲେ। ସମସ୍ତ ଅଭିଯୁକ୍ତ ମହିଳା ଗର୍ଭବତୀ ହେବା ନାମରେ ଲୋକଙ୍କୁ ପ୍ରତାରଣା କରି ବିପୁଳ ପରିମାଣର ଟଙ୍କା ଲୁଟି ନେଇଥିଲେ।
ପଞ୍ଜୀକରଣ ନାମରେ ଅଭିଯୁକ୍ତମାନେ ଅନଲାଇନରେ ୭୯୯ ଟଙ୍କା ମାଗିଥିଲେ। ଏହା ପରେ, ସୁରକ୍ଷା ଫି ନାମରେ ସେମାନେ ୫ ହଜାରରୁ ୨୦ ହଜାର ଟଙ୍କା ନେଇଥାନ୍ତି। ତେବେ ସେମାନେ ପ୍ରତାରଣା କରିଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଅଭିଯୁକ୍ତଙ୍କ ଫୋନରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଅନେକ ଲୋକଙ୍କ ସହ କଥା ହୋଇଛି। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତମାନେ ଅନ୍ୟ ରାଜ୍ୟରୁ ଲୋକଙ୍କୁ ମଧ୍ୟ ସେମାନଙ୍କର ଶିକାର କରୁଥିଲେ। ପୋଲିସ ଫୋନରୁ ବହୁ ମହିଳା ଏବଂ ପୁରୁଷଙ୍କ ଫଟୋ ମଧ୍ୟ ଜବତ କରିଛି। ଏହି ମାମଲାରେ  ୨୬ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାରେ ମୁନ୍ନା କୁମାର ହେଉଛନ୍ତି ମୁଖ୍ୟ ଅପରାଧୀ ସେ ଫେରାର ଅଛନ୍ତି। ଜାଲିଆତି ଏବଂ ଆଇଟି ଆକ୍ଟର ବିଭିନ୍ନ ବିଭାଗ ଅଧୀନରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri