Posted inଜାତୀୟ

ଗର୍ଭବତୀ କରାଇ ପାରିଲେ ନେବୁ ୧୩ ଲକ୍ଷ, ବିଫଳ ହେଲେ ଦେବୁ ୫ ଲକ୍ଷ: ଠକ ଦଳଙ୍କୁ ଗିରଫ କଲେ ପୋଲିସ, ଭିଡିଓ ଭାଇରାଲ…

ପାଟନା,୩୧।୧୨ : ବିହାରର ନୱାଦାରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ସାଇବର ପୋଲିସ ଷ୍ଟେଶନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାହା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ପ୍ରତାରଣା କରୁଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମହିଳାଙ୍କ ଫଟୋ ଅନଲାଇନରେ ଉପଲବ୍ଧ କରାଉଥିଲେ। ଏହା ପରେ ସେମାନଙ୍କର ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ନିଆଯାଇଥିଲା। ଯଦି ସମ୍ପୃକ୍ତ ମହିଳା ଗର୍ଭବତୀ ହୁଅନ୍ତି ତେବେ ଠକମାନେ ୧୩ ଲକ୍ଷ ଟଙ୍କା ନେବାକୁ କହୁଥିଲେ। ଅପରପକ୍ଷରେ ମହିଳାଙ୍କୁ ଗର୍ଭବତୀ କରାଇବାରେ ବିଫଳ ହେଲେ ତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଉଥିଲା।

ସୂଚନା ଅନୁଯାୟୀ, ଗୁପ୍ତଚର ଇନପୁଟ ଉପରେ ଏସଆଇଟି ଜିଲାର ମୁଫାସିଲ ପୋଲିସ ଷ୍ଟେଶନ ଅଞ୍ଚଳର ଗୁରୁମା ଗ୍ରାମରେ ମୁନ୍ନା କୁମାର ଓରଫ ଦୀପକଙ୍କ ଘରେ ଚଢ଼ାଉ କରିଥିଲା। ପୋଲିସ ଏଠାରୁ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗ୍ୟାଙ୍ଗର ନେତା ମୁନ୍ନାଙ୍କ ସମେତ ଦୁଇ ଡଜନରୁ ଅଧିକ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗରେ ସମୁଦାୟ ୨୫-୩୦ ଠକ ସମ୍ପୃକ୍ତ ଥିଲେ। ଚଢ଼ାଉ ସମୟରେ ପୋଲିସ ୯ ଟି ମୋବାଇଲ, ପ୍ରିଣ୍ଟର୍‌ ଏବଂ ବହୁ ମହିଳାଙ୍କ ତଥ୍ୟ ଜବତ କରିଛି।

କାର୍ଯ୍ୟାନୁଷ୍ଠାନ ପରେ ସୂଚନା ଦେଇ ଡିଏସପି କଲ୍ୟାଣ ଆନନ୍ଦ କହିଛନ୍ତି ସମସ୍ତ ଅପରାଧୀ ଅଲ ଇଣ୍ଡିଆ ପ୍ରେଗ୍ନାଣ୍ଟ ଜବ୍‌ ନାମକ ଏକ ସଂସ୍ଥା ମାଧ୍ୟମରେ ଠକେଇ ଗ୍ୟାଙ୍ଗ ଚଳାଉଥିଲେ। ସମସ୍ତ ଅଭିଯୁକ୍ତ ମହିଳା ଗର୍ଭବତୀ ହେବା ନାମରେ ଲୋକଙ୍କୁ ପ୍ରତାରଣା କରି ବିପୁଳ ପରିମାଣର ଟଙ୍କା ଲୁଟି ନେଇଥିଲେ।
ପଞ୍ଜୀକରଣ ନାମରେ ଅଭିଯୁକ୍ତମାନେ ଅନଲାଇନରେ ୭୯୯ ଟଙ୍କା ମାଗିଥିଲେ। ଏହା ପରେ, ସୁରକ୍ଷା ଫି ନାମରେ ସେମାନେ ୫ ହଜାରରୁ ୨୦ ହଜାର ଟଙ୍କା ନେଇଥାନ୍ତି। ତେବେ ସେମାନେ ପ୍ରତାରଣା କରିଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଅଭିଯୁକ୍ତଙ୍କ ଫୋନରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଅନେକ ଲୋକଙ୍କ ସହ କଥା ହୋଇଛି। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତମାନେ ଅନ୍ୟ ରାଜ୍ୟରୁ ଲୋକଙ୍କୁ ମଧ୍ୟ ସେମାନଙ୍କର ଶିକାର କରୁଥିଲେ। ପୋଲିସ ଫୋନରୁ ବହୁ ମହିଳା ଏବଂ ପୁରୁଷଙ୍କ ଫଟୋ ମଧ୍ୟ ଜବତ କରିଛି। ଏହି ମାମଲାରେ  ୨୬ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାରେ ମୁନ୍ନା କୁମାର ହେଉଛନ୍ତି ମୁଖ୍ୟ ଅପରାଧୀ ସେ ଫେରାର ଅଛନ୍ତି। ଜାଲିଆତି ଏବଂ ଆଇଟି ଆକ୍ଟର ବିଭିନ୍ନ ବିଭାଗ ଅଧୀନରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri