ଆମେ ଜଳବାୟୁ ନ୍ୟାୟ ଚାହୁଁ

ବ୍ରସେଲ୍ସ, ୧୧।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତପ୍ତ ହେବାରେ ଲାଗିଛି, ଯାହାର ପ୍ରଭାବରେ ଅତ୍ୟଧିକ ଗ୍ରୀଷ୍ମ, ପ୍ରବଳ ବର୍ଷା ଓ ବାରମ୍ବାର ବାତ୍ୟା ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଅନୁଭୂତ ହେଉଛି। ସବୁଜ ଗୃହ ବାଷ୍ପ ବଢ଼ିବା ସହ ସ୍ଥଳଭାଗ ଓ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଛି। ଅତ୍ୟଧିକ ପରିମାଣର ବରଫ ତରଳିବା ଯୋଗୁ ସମୁଦ୍ରର ଜଳପତ୍ତନ ବଢ଼ୁଛି। ଏହାର ପ୍ରଭାବ ସାମାଜିକ ଅର୍ଥନୈତକ ବିକାଶ, ସ୍ଥାନାନ୍ତରଣ, ଖାଦ୍ୟ ସୁରକ୍ଷା, ସ୍ଥଳ ଓ ସମୁଦ୍ର ପରିବେଶ ଉପରେ ପଡ଼ୁଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ଅନେକ ଥର ଜାତିସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେପରି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଆଗାମୀ ସମିଟ୍‌ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ କେତେ କଠୋର ପଦକ୍ଷେପ ନେବ ତାକୁ ନେଇ ସଂଶୟ ପ୍ରକାଶ ପାଇଛି। ଏହି ସମ୍ମିଳନୀ ପୂର୍ବରୁ ଚାପ ପକାଇବା ପାଇଁ ରବିବାର ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ବିଶାଳ ଶୋଭାଯାତ୍ରା ବାହାରିଥିଲା।
ଜଳବାୟୁ ପରିବର୍ତ୍ତନ ବିରୋଧରେ ପଦକ୍ଷେପ ସମ୍ପର୍କରେ ଆଲୋଚନା ପାଇଁ ଚଳିତ ମାସ ଶେଷରେ ଗ୍ଲାସ୍‌ଗୋଠାରେ ଜାତିସଂଘ ଜଳବାୟୁ ସମିଟ୍‌ ଅନୁଷ୍ଠିତ ହେବାକୁ ଥିବାବେଳେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ରବିବାର ବ୍ରସେଲ୍ସରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ବିକ୍ଷୋଭ ଶୋଭାଯାତ୍ରାରେ ୮୦ଟି ସଂଗଠନ ଭାଗ ନେଇଥିଲେ। କରୋନା ମହାମାରୀ ଆରମ୍ଭ ହେବା ପରେ ୟୁରୋପୀୟ ୟୁନିୟନ ରାଜଧାନୀରେ ଏହା ସବୁଠୁ ବଡ଼ ବିକ୍ଷୋଭ ଶୋଭାଯାତ୍ରା। ଏଥିରେ ସାଇକେଲ ଚାଳକଙ୍କଠାରୁ ଆରମ୍ଭ କରି ପିଲାଛୁଆଙ୍କ ସହ ପରିବାର ସଦସ୍ୟ, ବୃଦ୍ଧ ଲୋକମାନେ ମଧ୍ୟ ଭାଗ ନେଇଥିବା ଦେଖାଯାଇଛି। ‘ଆମେ ଜଳବାୟୁ ନ୍ୟାୟ ଚାହୁଁ’ ବୋଲି ସେମାନେ ଇଂଲିଶ, ଫ୍ରେଞ୍ଚ ଓ ଡଚ୍‌ ଭାଷାରେ ସ୍ଲୋଗାନ ଦେଇଥିଲେ।
ଅକ୍ଟୋବର ୩୧ରୁ ଗ୍ଲାସ୍‌ଗୋରେ ସିଓପି୨୬ ନାମରେ ୨୬ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ସେମାନଙ୍କ ନୀତି ଉପସ୍ଥାପନ କରିବେ। ତେବେ କାର୍ବନ ନିର୍ଗମନ କମାଇବା ଏବଂ ବିଶ୍ୱ ତାପନ ହ୍ରାସ କରିବା ଦିଗରେ ସେମାନେ ଯଥେଷ୍ଟ ପଦକ୍ଷେପ ନେଇ ନ ପାରନ୍ତି ବୋଲି ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ବେଲ୍‌ଜିୟମରେ ସର୍ବାଧିକ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଥିବାରୁ ସେଠାରେ କରୋନା କଟକଣା କମାଇବା ଆରମ୍ଭ ହୋଇଛି। ସେଥିପାଇଁ ପରିବେଶ ସୁରକ୍ଷା ଲାଗି ଅନୁଷ୍ଠିତ ବିକ୍ଷୋଭ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri