ଏକଜୁଟ ହେବାକୁ ପଡ଼ିବ

ଆକାର ପଟେଲ

ଦେଶକୁ ବର୍ତ୍ତମାନ ଅନେକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। ପ୍ରଥମେ ସ୍ବାସ୍ଥ୍ୟରୁ ଆରମ୍ଭ କରିବା। ଶୁକ୍ରବାର (୪ ଜୁଲାଇ) ୨୨,୦୦୦ ଭାରତୀୟ କୋଭିଡ୍‌ ପଜିଟିଭ ଥିବା ଜଣାପଡ଼ିବା ସହ ୪୪୦ରୁ ଅଧିକ ଲୋକ ଏହି ମହାମାରୀରେ ମୃତ୍ୟୁବରଣ କରିଛନ୍ତି। ଆମେ ବର୍ତ୍ତମାନ ବିଶ୍ୱର ୧୦% ମାମଲା ପଞ୍ଜୀକରଣ କରୁଛୁ ଏବଂ ସୋମବାର ସୁଦ୍ଧା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଆମେ ତୃତୀୟ ସ୍ଥାନରେ ରହିବୁ। ଜୁଲାଇ ଶେଷ ସୁଦ୍ଧା ଆମର ଦୈନିକ ୫୦,୦୦୦ ସଂକ୍ରମଣ ହେବ, ଯେତିକି ଆମେରିକାରେ ବର୍ତ୍ତମାନ ଘଟୁଛି ଏବଂ ଦୈନିକ ୧୦୦୦ ମୃତ୍ୟୁ ଘଟିବ। ଅଗଷ୍ଟ ଶେଷ ସୁଦ୍ଧା ଏହା ଦିନକୁ ଏକ ଲକ୍ଷ ହେବ। ସେହି ସମୟରେ କେତେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସେବା ପାଇଁ ଉପଲବ୍ଧ ହେବେ ଏବଂ କେତେ ସକ୍ଷମ ହେବେ ତାହା ବିଚାର କରିବାକୁ ହେବ। ସେପ୍ଟେମ୍ବର ଓ ଅକ୍ଟୋବରରେ ସଂକ୍ରମଣ ସ୍ଥିତି କ’ଣ ହୋଇଥିବ କଳ୍ପନୀୟ। କିନ୍ତୁ ବିଚାର କରନ୍ତୁ ଯେ ବର୍ତ୍ତମାନ ସଂକ୍ରମଣରେ ଶୀର୍ଷରେ ଥିବା ସ୍ଥାନଗୁଡ଼ିକ ହେଉଛି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଯେଉଁଠି ଭାରତର ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଅଛି। ଯେତେବେଳେ ସହର ପରି ସ୍ବାସ୍ଥ୍ୟସେବା ସୁବିଧା ନ ଥିବା ଜାଗାରେ ଏହି ରୋଗ ବ୍ୟାପିବ, ସେତେବେଳେ କ’ଣ ହେବ କଳ୍ପନା କରିବା କଷ୍ଟକର ନୁହେଁ।
ଏବେ ଅର୍ଥନୀତି ବିଷୟରେ ଆଲୋଚନା କରିବା। ଭାରତରେ କିଛି ଉଚ୍ଚ ଫ୍ରିକ୍ୱେନ୍ସିର ସୂଚକ ଅଛି ଯାହା ଆମକୁ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି ଏବଂ ପରିବର୍ତ୍ତନ ବିଷୟରେ କହିପାରେ। ଆମ ପାଖରେ ସର୍ବୋତ୍ତମ ସୂଚକ ହେଉଛି ଅଟୋମୋବାଇଲ୍‌ ବିକ୍ରୟ। କାରଣ ପ୍ରତ୍ୟେକ ମାସ ଆରମ୍ଭରେ ନିର୍ମାତାମାନେ ଡିଲରମାନଙ୍କୁ ବିକ୍ରୟ କରିଥିବା ଗାଡ଼ି ସଂଖ୍ୟା ପ୍ରକାଶ କରନ୍ତି। ସେମାନଙ୍କ କାରବାର କିପରି ଚାଲିଛି ଦେଖିବା ପାଇଁ ଆମେ ଗତବର୍ଷ ସହିତ ତୁଳନା କରିପାରିବା। ଯାତ୍ରୀବାହୀ ଯାନ ବିକ୍ରି ସଂଖ୍ୟା ଜାନୁୟାରୀ ୨୦୧୯ରେ ୨.୮ ଲକ୍ଷ ଥିବାବେଳେ ତାହା ଜାନୁୟାରୀ ୨୦୨୦ରେ ୨.୬ ଲକ୍ଷକୁ ହ୍ରାସ ପାଇଛି। ଏହା କୋଭିଡ୍‌ ପୂର୍ବରୁ ଏବଂ ଲକ୍‌ଡାଉନର ଦୁଇମାସ ପୂର୍ବରୁ ଘଟିଛି। ବାଣିଜି୍ୟକ ଯାନ ଅର୍ଥାତ୍‌ ଶିଳ୍ପସଂସ୍ଥାଗୁଡ଼ିକ ଆବଶ୍ୟକ କରୁଥିବା ଟ୍ରକ୍‌ ଓ ଅନ୍ୟାନ୍ୟ ପରିବହନ ଯାନ ବିକ୍ରି ଜାନୁୟାରୀ ୨୦୧୯ରେ ୮୭,୦୦୦ ଥିବାବେଳେ ଚଳିତ ବର୍ଷ ଜାନୁୟାରୀରେ ତାହା ୭୫,୦୦୦କୁ ଖସିଯାଇଛିା। ସେହିପରି ଦୁଇଚକିଆ ଗାଡ଼ି ବିକ୍ରି ୧୫ ଲକ୍ଷରୁ ୧୩ ଲକ୍ଷକୁ ଖସି ଆସିଛି। ଫେବୃୟାରୀରେ ବାଣିଜି୍ୟକ ଯାନ ବିକ୍ରି ୩୨% ଓ ଯାତ୍ରୀବାହୀ ଯାନ ବିକ୍ରି ୭% ହ୍ରାସ ପାଇଛି।
ଏପ୍ରିଲରେ ଶୂନ୍ୟ ବିକ୍ରୟ ପରେ ମେ ଓ ଜୁନ୍‌ ମାସରେ ଅଧିକ ବିକ୍ରି ହେବା କଥା କିନ୍ତୁ ଉଭୟ ମାସର ବିକ୍ରିହାର ଉଲ୍ଲେଖନୀୟ ଭାବେ ନକାରାତ୍ମକ। ଏପରି କିଛି ଅଛି ଯାହା ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି ଏବଂ ଏହି ଯନ୍ତ୍ରଣା ତାଲାବନ୍ଦ ପୂର୍ବରୁ ଆରମ୍ଭ ହୋଇଥିଲା। ତଥ୍ୟ ସ୍ପଷ୍ଟ ହୋଇଥିଲେ ମଧ୍ୟ ସରକାର ଏହାକୁ ସ୍ବୀକାର କରିନାହାନ୍ତି, ତେଣୁ ଏହାକୁ ସୁଧାରିବା ପାଇଁ କିଛି କରୁନାହାନ୍ତି। ଏ ଆର୍ଥିକ ଯନ୍ତ୍ରଣା ଜାରି ରହିବ ଏବଂ ଆମର ଅର୍ଥନୀତି କ୍ଷତି ସହିଚାଲିବ।
ଏହି ସମସ୍ୟାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଆମେ ଗତ ଦୁଇଦଶନ୍ଧିର ସବୁଠାରୁ ବଡ ରଣନୀତିକ ବିପଦର ସମ୍ମୁଖୀନ ହେଉଛୁ। ଚାଇନା ଲଦାଖର କିଛି ଅଂଶ ଦଖଲ କରିଛି ଯେଉଁଠି ଆମେ ମାର୍ଚ୍ଚ ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଥିଲୁ। ଚାଇନା କାହିଁକି ଏପରି କରୁଛି ଆମେ ଜାଣିନାହୁଁ ଏବଂ ଏହା କ’ଣ ଚାହୁଁଛି ତାହା ବି ଜାଣିନାହୁଁ। ସରକାରଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ଜଣେ ପୂର୍ବତନ ଗୁପ୍ତଚର ଅଛନ୍ତି, ଯେଉଁ ପଦରେ ସାଧାରଣତଃ ବିଦ୍ୱାନ୍‌ମାନେ ରହନ୍ତି। ଆମର ଜଣେ ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଅଛନ୍ତି, ଯାହାଙ୍କର ଧ୍ୟାନ କେବଳ କଶ୍ମୀରରେ ଉଗ୍ରବାଦର ଦମନ ଉପରେ ରହିଥିଲା ଏବଂ ଚାଇନା ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ କୌଣସି ସମସ୍ୟା ନାହିଁ ବୋଲି ସେ ନିଶ୍ଚିତ ଥିଲେ। କିନ୍ତୁ ସେ ଭୁଲ୍‌ ଥିଲେ। ବର୍ତ୍ତମାନ ଆମେ ପାକିସ୍ତାନ ପଟୁ ଏହି ଅଞ୍ଚଳକୁ ସୈନ୍ୟ ପଠାଉଛୁ ଏବଂ ନୂତନ ଯୁଦ୍ଧ ବିମାନ କିଣିବାକୁ ସଜବାଜ ହେଉଛୁ।
ରଣନୀତିକ ବ୍ୟାପାର ବିଶ୍ଳେଷକ ପ୍ରବୀଣ ସାହାଣୀ ଚାଇନା ସହ କଥାବାର୍ତ୍ତା କାହିଁକି ଏତେ ସମୟ ନେଉଛି ଏବଂ କୌଣସି ଅଗ୍ରଗତି ହେଉନାହିଁ ତା’ ଉପରେ ରିପୋର୍ଟ ଦେଇଛନ୍ତି। ଚାଇନା ଚାହୁଁଛି ଯେ ସେମାନଙ୍କ ସେନା ଦଖଲ କରିଥିବା ବର୍ତ୍ତମାନର ସ୍ଥିତିକୁ ଭାରତ ସ୍ବୀକାର କରିନେଉ। ଅର୍ଥାତ୍‌ ଏଲ୍‌ଏସିରେ ପରିବର୍ତ୍ତନ। ଅବଶ୍ୟ ଏହା ଆମ ଦ୍ୱାରା ଗ୍ରହଣ କରାଯାଇପାରିବ ନାହିଁ। କିନ୍ତୁ ଏହା ଉପରେ ଠିକ୍‌ ଭାବରେ ଆଲୋଚନା ବି କରାଯାଇପାରିବ ନାହିଁ। କାରଣ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ଅନୁପ୍ରବେଶ ହୋଇନାହିଁ, ଯେତେବେଳେ କି ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ ଚାଇନା ଏଲ୍‌ଏସିକୁ ଉଲ୍ଲଂଘନ କରିଛି ଏବଂ ଆମ ପଟକୁ ମାଡ଼ିଆସିଛି। ଶୁକ୍ରବାର ମୋଦିଙ୍କ ଲଦାଖ ଗସ୍ତ ଏହି ଦ୍ୱନ୍ଦ୍ୱକୁ ସୁଧାରିବା ପାଇଁ ଉଦ୍ଦିଷ୍ଟ ଥିଲା। ତାଙ୍କର ଯୁଦ୍ଧ ଭଳି ଭାଷଣର ଅର୍ଥ ହେଉଛି ଯେ ଅନୁପ୍ରବେଶ କଥା ସତ ଏବଂ ଚାଇନା ସୈନ୍ୟ ପଛକୁ ହଟିବା ଆବଶ୍ୟକ। ସେ ତଥାପି ଚାଇନାର ନାମ ନେଇନାହାନ୍ତି। କିନ୍ତୁ ବୋଧହୁଏ ଏହା ଶୀଘ୍ର ନେବାକୁ ପଡ଼ିବ କାରଣ ଚାଇନା ସୈନ୍ୟଙ୍କୁ ହଟେଇବାକୁ ଆମକୁ ଏକ ଦୀର୍ଘ ଓ କଷ୍ଟକର ରାସ୍ତା ଅତିକ୍ରମ କରିବାକୁ ପଡ଼ିବ।
କୌଣସି କାରଣରୁ ବାସ୍ତବତାକୁ ଗ୍ରହଣ ନ କରି ଆମେ ମୂଲ୍ୟବାନ ସମୟ ନଷ୍ଟ କରିଛୁ, ଏହା ଲଜ୍ଜା ଲୁଚାଇବାକୁ ହେଉ କିମ୍ବା ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ନ ହରାଇବାକୁ। ଯଦି ଆମେ ଖୋଲାଖୋଲି ଓ ସ୍ପଷ୍ଟ ଭାବରେ କହିଥାନ୍ତେ ଯେ ଚାଇନା ଏଲ୍‌ଏସିକୁ ଉଲ୍ଲଂଘନ କରୁଛି, ତା’ହେଲେ ଆମେ ବିଶ୍ୱ ସମୁଦାୟର ସମର୍ଥନ ଆମ ପକ୍ଷକୁ ଆଣିପାରିଥାନ୍ତେ। କିନ୍ତୁ ଏବେ ପାଣି ବୋହିଗଲା ପରେ ବନ୍ଧବାନ୍ଧି କି ଲାଭ? ଆମ ପାଖରେ ତଥାପି ସୁଯୋଗ ଅଛି, ଯେତେବେଳେ ମୋଦି କିଛି ମାସ ମଧ୍ୟରେ ଜି୭ ସମ୍ମିଳନୀରେ ଯୋଗ ଦେବାକୁ ଯିବେ। କିନ୍ତୁ ସେତେବେଳକୁ ଚାଇନା ତାହାର ଅନୁପ୍ରବେଶ ପର ସ୍ଥିତିକୁ ସୁଦୃଢ଼ କରିସାରିଥିବ କି ନା କିଏ କହିବ?
ତେଣୁ ଆମେ ସବୁଆଡ଼ୁ ଅସୁବିଧାରେ ଅଛୁ। ମହାମାରୀ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଭାରତୀୟ ଇତିହାସରେ ସର୍ବାଧିକ ବେକାରି ସହିତ ଆର୍ଥିକ ମାନ୍ଦାବସ୍ଥା ଚରମ ସୀମାରେ ପହଞ୍ଚିଛି। ସେପଟେ ଏକ ଶକ୍ତିଶାଳୀ ଶତ୍ରୁ ଏଭଳି ଆକ୍ରମଣାତ୍ମକ କାର୍ଯ୍ୟ କରିବ ବୋଲି ଆମେ ଆଶା କରି ନ ଥିଲୁ। ଏଭଳି ସମୟରେ ଦଳ, ମତ ଓ ସମ୍ପ୍ରଦାୟ ନିର୍ବିଶେଷରେ ବିପଦର ମୁକାବିଲା କରିବା ପାଇଁ ଆମକୁ ଏକଜୁଟ ହେବାକୁ ପଡିବ।

Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri