Posted inଜାତୀୟ

ଦେଶ ପାଇଁ ଛିଡ଼ା ହେବାକୁ ପଡ଼ିବ, ନହେଲେ ଦେଶ ବଞ୍ଚିବ ନାହିଁ: ରାହୁଲ…

ନୂଆଦିଲ୍ଲୀ, ୪।୯ : ଦେଶରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଭାଜପାକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବଡ ରାଲିର ଆୟୋଜନ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ଆମକୁ ଦେଶ ପାଇଁ ଛିଡ଼ା ହେବାକୁ ପଡ଼ିବ। ନହେଲେ ଦେଶ ବଞ୍ଚିବ ନାହିଁ। ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଦେଶର ସାଧାରଣ ଜନତାଙ୍କ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ମୋତେ ଇଡି ୫୫ ଘଣ୍ଟା ଧରି ପଚରାଉଚରା କରିଥିଲେ। କିନ୍ତୁ ଏହା ମୋ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଦେଶ କୁ ବଞ୍ଚାଇବାକୁ ପଡ଼ିବ। କାରଣ ଏହି ଦେଶ ହେଉଛି ଏକ ସମ୍ବିଧାନ। ଦେଶ ହେଉଛି ଲୋକଙ୍କ ସ୍ବର। ଦେଶ ହେଉଛି ଲୋକଙ୍କ ଭବିଷ୍ୟତ। ଏହି ଦେଶ ଦୁଇଟି ଶିଳ୍ପପତିଙ୍କର ନୁହେଁ ।

ଦେଶରେ ବେକାରୀ, ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି ବଢ଼ି ଚାଲିଛି। ଦେଶର ସମସ୍ତ ସମ୍ପତ୍ତି ଦୁଇ ଶିଳ୍ପପତିଙ୍କ ହାତରେ ରହିଛି। ଏହି ଦୁଇ ଶିଳ୍ପପତି ନରେନ୍ଦ୍ର ମୋଦିଙ୍କ ପାଇଁ ଦିନକୁ ୨୪ ଘଣ୍ଟା କାମ କରନ୍ତି। ଏହି ଦୁଇ ଶିଳ୍ପପତିଙ୍କ ପାଇଁ ମୋଦି ମଧ୍ୟ ଦିନରାତି କାମ କରିଥାନ୍ତି। ମୋଦି ଦେଶର ପ୍ରଧାନମନ୍ତ୍ରୀ। କିନ୍ତୁ ସେହି ଦୁଇ ଶିଳ୍ପପତିଙ୍କ ବିନା ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଏହା କହିବାକୁ ପସନ୍ଦ କରେ ନାହିଁ, କିନ୍ତୁ ଏହି ଦେଶ ଏହାର ଯୁବକମାନଙ୍କୁ ରୋଜଗାର ଯୋଗାଇ ପାରି ନାହିଁ । ଦୁଇ ଶିଳ୍ପପତି ଦେଶକୁ ରୋଜଗାର ଯୋଗାଇ ପାରିବେ ନାହିଁ। କ୍ଷୁଦ୍ର ଉଦ୍ୟୋଗଗୁଡିକ ଦେଶକୁ ରୋଜଗାର ଦିଅନ୍ତି। କୃଷକମାନେ ଦେଶର ରୋଜଗାର ପାଇଁ ଗୁରୁତ୍ୱ ପୂର୍ଣ୍ଣ। କିନ୍ତୁ ମୋଦି ସରକାର ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri