Posted inଜାତୀୟ

ଦେଶ ପାଇଁ ଛିଡ଼ା ହେବାକୁ ପଡ଼ିବ, ନହେଲେ ଦେଶ ବଞ୍ଚିବ ନାହିଁ: ରାହୁଲ…

ନୂଆଦିଲ୍ଲୀ, ୪।୯ : ଦେଶରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଭାଜପାକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବଡ ରାଲିର ଆୟୋଜନ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ଆମକୁ ଦେଶ ପାଇଁ ଛିଡ଼ା ହେବାକୁ ପଡ଼ିବ। ନହେଲେ ଦେଶ ବଞ୍ଚିବ ନାହିଁ। ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଦେଶର ସାଧାରଣ ଜନତାଙ୍କ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ମୋତେ ଇଡି ୫୫ ଘଣ୍ଟା ଧରି ପଚରାଉଚରା କରିଥିଲେ। କିନ୍ତୁ ଏହା ମୋ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଦେଶ କୁ ବଞ୍ଚାଇବାକୁ ପଡ଼ିବ। କାରଣ ଏହି ଦେଶ ହେଉଛି ଏକ ସମ୍ବିଧାନ। ଦେଶ ହେଉଛି ଲୋକଙ୍କ ସ୍ବର। ଦେଶ ହେଉଛି ଲୋକଙ୍କ ଭବିଷ୍ୟତ। ଏହି ଦେଶ ଦୁଇଟି ଶିଳ୍ପପତିଙ୍କର ନୁହେଁ ।

ଦେଶରେ ବେକାରୀ, ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି ବଢ଼ି ଚାଲିଛି। ଦେଶର ସମସ୍ତ ସମ୍ପତ୍ତି ଦୁଇ ଶିଳ୍ପପତିଙ୍କ ହାତରେ ରହିଛି। ଏହି ଦୁଇ ଶିଳ୍ପପତି ନରେନ୍ଦ୍ର ମୋଦିଙ୍କ ପାଇଁ ଦିନକୁ ୨୪ ଘଣ୍ଟା କାମ କରନ୍ତି। ଏହି ଦୁଇ ଶିଳ୍ପପତିଙ୍କ ପାଇଁ ମୋଦି ମଧ୍ୟ ଦିନରାତି କାମ କରିଥାନ୍ତି। ମୋଦି ଦେଶର ପ୍ରଧାନମନ୍ତ୍ରୀ। କିନ୍ତୁ ସେହି ଦୁଇ ଶିଳ୍ପପତିଙ୍କ ବିନା ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଏହା କହିବାକୁ ପସନ୍ଦ କରେ ନାହିଁ, କିନ୍ତୁ ଏହି ଦେଶ ଏହାର ଯୁବକମାନଙ୍କୁ ରୋଜଗାର ଯୋଗାଇ ପାରି ନାହିଁ । ଦୁଇ ଶିଳ୍ପପତି ଦେଶକୁ ରୋଜଗାର ଯୋଗାଇ ପାରିବେ ନାହିଁ। କ୍ଷୁଦ୍ର ଉଦ୍ୟୋଗଗୁଡିକ ଦେଶକୁ ରୋଜଗାର ଦିଅନ୍ତି। କୃଷକମାନେ ଦେଶର ରୋଜଗାର ପାଇଁ ଗୁରୁତ୍ୱ ପୂର୍ଣ୍ଣ। କିନ୍ତୁ ମୋଦି ସରକାର ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri