Posted inଖେଳ

ଧୈର୍ଯ୍ୟ, ସଂକଳ୍ପ, ସାହସିକତା ଦେଖାଇଛୁ: କୋହଲି

ଚେନ୍ନାଇ,୧୭।୨(ପି.ଟି.): ଦ୍ୱିତୀୟ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଖୁସିକୁ ଛପାଇ ରଖିପାରି ନାହାନ୍ତି। ଏହା ଆମ ପାଇଁ ଏକ ବଡ଼ ସଫଳତା। ତେବେ ଚେପକ୍‌ର ଏହି ପିଚ୍‌ ସ୍ପିନ୍‌ ବୋଲରଙ୍କୁ ସୁହାଉଥିବା ନେଇ ହେଉଥିବା ସମାଲୋଚନା ତଥା ଆକ୍ଷେପକୁ ସେ ପ୍ରତ୍ୟାଖାନ କରିଛନ୍ତି। ଏହି ଟେଷ୍ଟରେ ଆମ ଦଳର ସଦସ୍ୟମାନେ ଅଦମ୍ୟ ଧୈର୍ଯ୍ୟ, ସଂକଳ୍ପ ଓ ସାହସିକତା ପ୍ରଦର୍ଶନ କରିଛନ୍ତି ବୋଲି କୋହଲି ମ୍ୟାଚ୍‌ ପରେ କହିଛନ୍ତି। ତେବେ ଏହି ବିଜୟରେ ଟସ୍‌ର ଭୂମିକାକୁ ସେ ଏଡାଇ ଦେଇଛନ୍ତି। ଟସ୍‌ ନ ଜିତିଥିଲେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିଥାନ୍ତୁ ବୋଲି ସେ କହିଛନ୍ତି।
ପୂର୍ବରୁ ଏହି ପିଚ୍‌କୁ ଇଂଲଣ୍ଡ ପୂର୍ବତନ ଅଧିନାୟକ ମାଇକେଲ ଭନ ବେଶ୍‌ ସମାଲୋଚନା କରିଛନ୍ତି। ଟର୍ନ ଓ ବାଉନ୍ସ ଦେଖି ଆମେ ଡରିଯାଇ ନ ଥିଲୁ ଓ ସାହସର ସହିତ ପରିସ୍ଥିତିର ମୁକାବିଲା କରିଥିଲୁ। ମ୍ୟାଚ୍‌ରେ ଆମେ ୬୦୦ ରନ ସଂଗ୍ରହ କରିଛୁ। ଯଦି ସ୍କୋର ବୋର୍ଡରେ ରନ୍‌ ସଂଗ୍ରହ କରିବୁ ତା’ହେଲେ ବୋଲରମାନେ ଆମ ପାଇଁ ବାକି କାର୍ଯ୍ୟ କରିବେ ବୋଲି ଜାଣିଥିଲୁ ବୋଲି ସେ କହିଛନ୍ତି।
ପ୍ରଥମ ଦିବସରୁ ବଲ୍‌ ଟର୍ନ କରିବାରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସନ ମଧ୍ୟ ଏହି ପିଚ୍‌କୁ ସମାଲୋଚାନ କରିଥିଲେ। ଯଦି ଟସ୍‌ ହାରି ଭାରତ ଦ୍ୱିତୀୟରେ ବ୍ୟାଟିଂ କରିଥାନ୍ତା ତାହାହେଲେ ନିଶ୍ଚିତ ଭାବେ ହାରିଥାନ୍ତା ବୋଲି ସେ କହିଛନ୍ତି। ତେବେ କୋହଲି ଏହାକୁ ଖଣ୍ଡନ କରିଛନ୍ତି। ଟସ୍‌ ହାରିଥିଲେ ମଧ୍ୟ ଆମେ ହାରି ନ ଥାନ୍ତୁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ପିଚ୍‌ରେ ଦ୍ୱିତୀୟ ଇନିଂସରେ ମଧ୍ୟ ଆମେ ୩୦୦ ପାଖାପାଖି ରନ୍‌ ସଂଗ୍ରହ କରିଥିଲୁ। ସ୍ପିନ୍‌ ହେଉ ବା ସିମ୍‌ ହେଉ ପିଚ୍‌ ଦୁଇ ଦଳ ପାଇଁ ସମାନ ରହିଥିଲା। ଚେନ୍ନାଇରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଏହି ବିଜୟ ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି। ଦର୍ଶକମାନେ ଉତ୍ସାହିତ କରିଥିଲେ ଓ ଏମାନେ ଆମ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରୁଛନ୍ତି ବୋଲି ସେ କହିଛନ୍ତି।
କୋଭିଡ୍‌-୧୯ କାରଣରୁ ଏଠାରେ ପ୍ରଥମ ମ୍ୟାଚ୍‌ ରୁଦ୍ଧଦ୍ୱାରରେ ଆୟୋଜିତ ହୋଇଥିଲା। କୋହଲିଙ୍କ ନେତୃତ୍ୱରେ ଭାରତ ଏବେ ୨୧ଟି ଟେଷ୍ଟରେ ବିଜୟୀ ହୋଇଛି। ଏହି ଟେଷ୍ଟ ଆମ ପାଇଁ ଆଦୌ ସହଜ ନ ଥିଲା। ବରଂ ବିଜୟୀ ହେବାକୁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା। ଏହା ଏକ ସ୍ବୟଂସମ୍ପୂର୍ଣ୍ଣ ମ୍ୟାଚ୍‌ ଥିଲା। ଉଇକେଟକିପର ରିଷଭ ପନ୍ତ କିପିଂରେ ବହୁତ ଉନ୍ନତି କରିଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ସେ କଠିନ ପରିଶ୍ରମ କରିଥିଲେ। ଓଜନ କମାଇବା ସହ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି। ଟର୍ନ ଓ ବାଉନ୍ସ ବଲ୍‌ରେ ଭଲ କିପିଂ କରିଛନ୍ତି। ଜଣେ କିପର ହିସାବରେ ସେ ଆହୁରି ଉନ୍ନତି କରିବାକୁ ଚାହିଁବା ବଡ଼ କଥା ବୋଲି କୋହଲି କହିଛନ୍ତି।
ଅପରପକ୍ଷରେ ଭାରତ ଆମକୁ ସବୁ ବିଭାଗରେ ପରାସ୍ତ କରିଛି ବୋଲି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ମ୍ୟାଚ୍‌ ପରେ କହିଛନ୍ତି। ଏହି ପରାଜୟରୁ ଆମେ ବହୁତ କିଛି ଶିକ୍ଷା କରିବୁ। କଷ୍ଟକର ପରିସ୍ଥିତିରେ କିଭଳି ରନ୍‌ ସଂଗ୍ରହ କରିବାକୁ ହେବ ଓ କ୍ରିଜ୍‌ରେ ତିଷ୍ଠି ରହିବାକୁ ହେବ ତାହା ଆମକୁ ଶିକ୍ଷା କରିବାକୁ ହେବ। ଦ୍ୱିତୀୟ ଦିନରୁ ଏହି ପିଚ୍‌ରେ ବ୍ୟାଟିଂ କରିବା କଷ୍ଟକର ଥିଲା। ତେବେ ଆଗକୁ ଆମକୁ ଏଭଳି ସ୍ଥିତିରେ ଭଲ ଖେଳିବାକୁ ହେବ ବୋଲି ରୁଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri