Posted inଜାତୀୟ

ଆମେ ସରକାର ଚଳାଉ ନାହୁଁ, ପରିଚାଳନା କରୁଛୁ, ମନ୍ତ୍ରୀଙ୍କ ଅଡିଓ କ୍ଲିପ୍‌ ଲିକ୍‌…

ବେଙ୍ଗାଲୁରୁ, ୧୬।୮ : କର୍ନାଟକ ସରକାରରେ ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଅଡିଓ କ୍ଲିପ୍‌ ଲିକ୍‌ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କୁ ଅଡୁଆରେ ପକାଇଛି। ମୁଖ୍ୟମନ୍ତ୍ରୀ ଏହି ଅଡିଓ କ୍ଲିପ୍‌ ଲିକ୍‌ ନେଇ ମୁହଁ ଖୋଲିଛନ୍ତି। ବୋମ୍ମାଇ ସ୍ବୀକାର କରିଛନ୍ତି ଯେ ଏହି ମନ୍ତବ୍ୟ ପ୍ରାମାଣିକ, କିନ୍ତୁ ଏହାକୁ ଭୁଲ ପ୍ରସଙ୍ଗରେ ନିଆଯାଇଛି। ସୂଚନାଯୋଗ୍ୟ ଯେ କର୍ନାଟକ ଆଇନ ମନ୍ତ୍ରୀ ଜେସି ମଧୁସ୍ବାମୀ ଏକ ଅଡିଓ କ୍ଲିପ୍‌ରେ କହିଛନ୍ତି ଯେ ଆମେ ସରକାର ଚଳାଉ ନାହୁଁ, ଆମେ ଏହାକୁ ପରିଚାଳନା କରୁଛୁ।

୬୨ ବର୍ଷିୟ ବୋମ୍ମାଇଙ୍କୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ବୋମ୍ମାଇଙ୍କ କାମରେ ଭାଜପା ହାଇକମାଣ୍ଡ ଖୁସି ନୁହନ୍ତି ବୋଲି ଖବର ଆସିଛି। ଏଭଳି ପରିସ୍ଥିତିରେ ସେ ନିର୍ବାଚନ ପୂର୍ବରୁ ଏକ ନୂଆ ଚେହେରାକୁ ସୁଯୋଗ ଦେବାକୁ ଭାଜପା ହାଇକମାଣ୍ଡ ଚାହାଁନ୍ତି । ଯାହାଦ୍ୱାରା ନିର୍ବାଚନ ଫଳାଫଳ ଉପରେ ଖରାପ ପ୍ରଭାବ ପଡ଼ିବ ନାହିଁ।

ତେବେ ଦୁଇ ଦିନ ପୂର୍ବେ ଦଳ ପୁଣି ଥରେ ସରକାର ଗଠନ କରିବ ବୋଲି ଜଣେ ବରିଷ୍ଠ ଭାଜପା ନେତା କହିଥିଲେ। ୨୦୨୧ରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବୋମ୍ମାଇ ଶପଥ ଗ୍ରହଣ କରିଥିଲେ। ଏଥି ସହିତ ୟେଦୁରପ୍ପା ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ସମ୍ପୂର୍ଣ୍ଣ ସୁରକ୍ଷିତ। କିଛି ଦିନ ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ହଠାତ ଏକ ଗସ୍ତରେ କର୍ନାଟକରେ ପହଞ୍ଚିଥିଲେ। ଏହା ପରେ ଅନୁମାନ କରାଯାଉଥିଲା ଯେ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ଦିଆଯାଇପାରେ।

ଆଇନ ମନ୍ତ୍ରୀଙ୍କ ଅଡିଓ କ୍ଲିପ୍‌ ଲିକ ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ କହିଛନ୍ତି ଯେ ସବୁ ଠିକ ଅଛି ଏବଂ କୌଣସି ଅସୁବିଧା ନାହିଁ। ତେବେ ଅନ୍ୟ ଜଣେ ବରିଷ୍ଠ ମନ୍ତ୍ରୀ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏଥି ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ଲୋକଙ୍କ ସହ ଆଲୋଚନା କରିବେ ଏବଂ ଏହାର ସମାଧାନ କରିବେ। ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବେମ୍ମୋଇ କହିଛନ୍ତି ଯେ ଏହାକୁ ଭୁଲ ପ୍ରସଙ୍ଗରେ ନିଆଯାଇଛି। ସେ କହିଛନ୍ତି ଯେ ବ୍ୟାଙ୍କଗୁଡିକ ଦ୍ୱାରା ସୁଧର ଚାହିଦା ସମ୍ପର୍କରେ ଏହି ମନ୍ତବ୍ୟ ଦିଆଯାଇଛି।

ବୋମ୍ମାଇ ସରକାରର ଜଣେ ମନ୍ତ୍ରୀ ଏସ.ଟି ସୋମାଶେକର କହିଛନ୍ତି ଯେ ଯଦି ସେ ଅନୁଭବ କରୁଛନ୍ତି ଯେ ଆମେ ପରିଚାଳନା କରୁଛୁ, ତେବେ ସେ ତୁରନ୍ତ କର୍ନାଟକର ଆଇନ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ସୋମାଶେକର କହିଛନ୍ତି ଯେ ଆଇନ ମନ୍ତ୍ରୀ ସରକାରଙ୍କର ଏକ ଅଂଶ। ସେ ପ୍ରତ୍ୟେକ କ୍ୟାବିନେଟ ବୈଠକରେ ଏବଂ ଏଥିରେ ନିଆଯାଇଥିବା ନିଷ୍ପତ୍ତିରେ ଅଂଶଗ୍ରହଣ କରନ୍ତି। ମନ୍ତ୍ରୀ ପଦରେ ଥିବାବେଳେ ଏଭଳି ବିବୃତ୍ତି ଦେବା ଅତ୍ୟନ୍ତ ଦାୟିତ୍ୱହୀନତାର ପରିଚୟ ଦେଉଛି। ଗତ କିଛି ମାସ ମଧ୍ୟରେ ରାଜ୍ୟରେ ସ୍ଥିତି ଖରାପ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କୁ ସମାଲୋଚନା କରାଯାଇଥିଲା।

କର୍ନାଟକରେ ସାମ୍ପ୍ରଦାୟିକ ଘଟଣା କ୍ରମାଗତ ଭାବରେ ଘଟୁଛି। ଗତ ମାସରେ ଏଠାରେ ଜଣେ ଭାଜପା କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏଥି ସହିତ ଯେତେବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୋମ୍ମାଇଙ୍କୁ ସମାଲୋଚନା କରାଯାଇଥିଲା, ସେତେବେଳେ ସେ ରାଜ୍ୟରେ ସାମ୍ପ୍ରଦାୟିକ ଘଟଣାକୁ ରୋକିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟନ୍ତ୍ରର ଯୋଗୀ ଆଦିତ୍ୟନାଥଙ୍କ ମଡେଲ ଆଣିବା ବିଷୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri