ପ୍ରାର୍ଥୀ କିଏ ଆମେ ଜାଣିନୁ

ଭୁବନେଶ୍ୱର,୧୫ା୫(ଅନିଲ ଦାସ):କେଉଁ ଦଳର କିଏ ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ଆମେ ତାଙ୍କ ନଁା ଜାଣିନୁ। ଚିହ୍ନ ଦେଖି ଭୋଟ ଦେଉଛୁ। ଏଥର ବି ଦେବୁ। ଆମକୁ ଯିଏ ଚାଉଳ, ଭତ୍ତା ଦେଉଛି, ଆମେ ତାଙ୍କୁ ଭୋଟ ଦେଉଛୁ। ଏଥର ବି ସେୟା କରିବୁ। ବସ୍ତି ଅଞ୍ଚଳରେ ରହୁଥିବା କେତେକ ମତଦାତାଙ୍କଠାରୁ ଏଭଳି ଉତ୍ତର ଶୁଣିବା ପରେ ନିର୍ବାଚନରେ କେବଳ ଚିହ୍ନକୁ ନେଇ ଲଢ଼େଇ ଜୋରଦାର ହେଉଥିବା ସୂଚନା ମିଳୁଛି।
ରାଜଧାନୀ ଭୁବନେଶ୍ୱରରେ ଲୋକ ସଭା ଓ ବିଧାନସଭା ଆସନ ନିର୍ବାଚନ ପାଇଁ ପ୍ରଚାର ସରଗରମ ରହିଛି। ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସକୁ ବାଦ୍‌ ଦେଲେ ବାମପନ୍ଥୀ, ସ୍ବାଧୀନ ପ୍ରାର୍ଥୀ ମଧ୍ୟ ମଇଦାନରେ ଅଛନ୍ତି। ଖରାକୁ ଦେଖି ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ଧରି ସକାଳ ୭ଟାରୁ ପ୍ରଚାରକୁ ବାହାରି ଯାଉଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ଫେରି ଆସୁଛନ୍ତି। ପୁଣି ଖରା ନରମିବା ପରେ ଅପରାହ୍ନ ୪ଟାରୁ ରାତି ୧୦ ଯାଏ ଦୁଆର ଦୁଆର ବୁଲି ପ୍ରଚାର ସହ ରୋଡ୍‌ ଶୋ’ କରି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ ଚଳାଇଛନ୍ତି। ଘର ଘର ବୁଲିଲେ ମଧ୍ୟ ରାଜନୀତିକୁ ନେଇ ଲୋକଙ୍କ ମନରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ।
ଏ ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀର କେତେକ ସ୍ଥାନରୁ ଭୋଟରଙ୍କଠାରୁ ନିର୍ବାଚନକୁ ନେଇ ମତାମତ ସଂଗ୍ରହ କରାଯାଇଛି। ତେବେ କୌତୂହଳର ବିଷୟ ଅଧିକାଂଶ ଭୋଟର ନିର୍ବାଚନ ଲଢୁଥିବା ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ନାମ ଜାଣି ନ ଥିବା କହିଛନ୍ତି। ସେମାନେ କେବଳ ଶଙ୍ଖ ଚିହ୍ନ ଓ ପଦ୍ମ ଚିହ୍ନକୁ ନେଇ ମତ ରଖୁଛନ୍ତି। ଭୋଟ ଦେବାକୁ ପ୍ରସ୍ତୁତ ହେଉଥିବା ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ସତ, ହେଲେ ଯେଉଁ ପ୍ରାର୍ଥୀମାନଙ୍କୁ ସେମାନେ ଭୋଟ ଦେବାକୁ ଯାଉଛନ୍ତି ସେମାନଙ୍କର କାମ କ’ଣ ଓ ନିର୍ବାଚିତ ହେବା ପରେ କ’ଣ କରିବେ ସେ ସମ୍ପର୍କରେ ମଧ୍ୟ ସଚେତନ ନାହାନ୍ତି। ଅଧିକାଂଶ ମତଦାତା କହିଛନ୍ତି, ଯିଏ ଆମର ଭଲ କରିବ ଆମେ ତାକୁ ଭୋଟ ଦେବୁ। ତେବେ ଯେଉଁ ବିଧାୟକ କିମ୍ବା ଏମ୍‌ପି ଆଗରୁ ଥିଲେ ସେମାନେ କ’ଣ କରିଛନ୍ତି। ଏହାର ଉତ୍ତରରେ ମିଳୁଛି କିଏ କ’ଣ କରିଥିବେ ଆମେ ଜାଣିନୁ। ଯାହାକୁ ହେଲେ ଭୋଟ ଦେବାକୁ ହେବ ବୋଲି ଏମାନେ କହିଛନ୍ତି।
ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚକେଇସିହାଣି କେନାଲ କଡ଼ ବସ୍ତିରେ ରହୁଥିବା ବାସନ୍ତୀ ସାହୁ କହିଛନ୍ତି, ଗତ ୨୦ ବର୍ଷ ହେବ ଆମେ ଏଠି ରହୁଛୁ। ଭୋଟ ଦେଉଛୁ। ଆମେ ପଚାରିଥିଲୁ ଏଠାରେ କେଉଁ ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେ କହିଥିଲେ ମୁଁ କହିପାରିବି ନାହଁି। ନବୀନ ପଟ୍ଟନାୟକଙ୍କୁ ଆମେ ଭୋଟ ଦେବୁ। ସେ ଆମକୁ ଚାଉଳ ଦେଉଛନ୍ତି। ଏମ୍‌ପି, ବିଧାୟକ ଯିଏ ଥିଲେ ଆପଣଙ୍କ ପାଇଁ କ’ଣ କାମ କରିଛନ୍ତି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଆମେ ତାଙ୍କୁ ଚିହ୍ନିନୁ। କିନ୍ତୁ ଚିହ୍ନକୁ ଦେଖି ଭୋଟ ଦେବୁ।
ସେହିପରି ନୟାଗଡ଼ର ଚୈତନ୍ୟ ନାୟକ କହିଛନ୍ତି, ମୁଁ ଏଠାରେ ୪୦ ବର୍ଷ ହେବ ରହୁଛି। କେତେଥର ଭୋଟ ଦେଲିଣି। ଭୋଟ ବେଳେ ନେତାମାନେ ଆସୁଛନ୍ତି। ତା’ପରେ ଦେଖାନାହିଁ। କିଏ କ’ଣ କାମ କରୁଛନ୍ତି ଆମେ ଜାଣିନୁ। ଭୋଟ ତ ଦେବାକୁ ହେବ। ଆମେ କେବଳ ନବୀନ ପଟ୍ଟନାୟକ ଓ ମୋଦିଙ୍କୁ ଚିହ୍ନିଛୁ। କିଏ ଏମ୍‌ପି, କିଏ ବିଧାୟକ ଆମେ ଜାଣିନୁ। ଚିହ୍ନ ଦେଖି ଭୋଟ ଦେଉଛୁ।
ଭିଏସ୍‌ଏସ୍‌ ନଗର ବାସିନ୍ଦା ତଥା ଶିକ୍ଷାବିତ୍‌ ରାମଚନ୍ଦ୍ର ସ୍ବାଇଁ କହିଛନ୍ତି, ଭୋଟ ଦେବା ଆମର ସାମ୍ବିଧାନିକ ଅଧିକାର। ଲୋକମାନଙ୍କ ପାଇଁ କାମ କରୁଥିବା ପ୍ରାର୍ଥୀଙ୍କୁ ବାଛିବା ଦରକାର। ମୁଁ ଜଣେ ସଚେତନ ନାଗରିକ ହିସାବରେ ଭୋଟ ଦେଇ ଆସୁଛି। ବିଜେଡି, କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ମୁଖ୍ୟତଃ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କୁୁ ଲୋକ ବାଛିବେ। ଆଜିକାଲି ଆଉ ଲୋକମାନେ ପ୍ରାର୍ଥୀ ଦେଖୁନାହାନ୍ତି। ଦଳ ଓ ଚିହ୍ନ ଦେଖି ଭୋଟ ଦେଉଛନ୍ତି। ତେବେ ରାଜ୍ୟ ଓ କେନ୍ଦ୍ରରେ ଯେଉଁମାନେ ଶାସନ କରୁଛନ୍ତି ସେମାନେ ପୁଣି କ୍ଷମତାକୁ ଫେରି ପାରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ

ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri