ବଜାରରେ ମାରୁତି ସୁଜୁକିର ଏପିକ୍‌ ନ୍ୟୁ ସୁ୍‌ଇଫ୍ଟ

ଭୁବନେଶ୍ୱର,୧୫।୫(ଅଭୟ ଦାଶ): ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସୁଇଫ୍ଟ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏମଏସଆଇଏଲ ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ନାରାୟଣୀ ମୋଟର୍ସ ପ୍ରାଇଭେଟ ଲିମିଟେଡ (ନାରାୟଣୀ ମୋଟର୍ସ) ପରିସରରେ ମଙ୍ଗଳବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ନାରାୟଣୀ ମୋଟର୍ସର ଏମଡି ପୁରୁଷୋତ୍ତମ ବୁଧରାଜଙ୍କ ସମେତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଏଜିଏମ ବିଶ୍ୱଜିତ ଦାସ, ବିଏମ ଦିଲୀପ ମିଶ୍ର ଏବଂ କାନାରା ବ୍ୟାଙ୍କ ଆରଓର ସିଏମ ଶୁଭାଶିଷ ଭଟ୍ଟାଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ।
ଉଲ୍ଲେଖଯୋଗ୍ୟ, ଏପିକ୍‌ ନ୍ୟୁ ସୁଇଫ୍ଟରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ସହ ଆଧୁନିକ ବୈଶିଷ୍ଟ୍ୟ ସାମିଲ ରହିଛି। ଏପରିକି ୫ଟି ଭାରିଆଣ୍ଟ ସହ ୨ଟି ଆକର୍ଷଣୀୟ କଲରରେ ଉପଲବ୍ଧ। ସେହିଭଳି ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ (ଏକ୍ସଶୋ’ରୁମ) ୬.୪୯ ଲକ୍ଷ ଟଙ୍କା ରହିଛି। ଅପରପକ୍ଷରେ ଏହାର ପ୍ରି-ବୁକିଂ ମାତ୍ର ୧୧,୦୦୦ ଟଙ୍କା ରହିଥିଲାବେଳେ କମ୍ପାନୀର ଲକ୍ଷ ଲକ୍ଷ ଗ୍ରାହକ ଓ ଆଶାୟୀ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ଏମଏସଆଇଏଲ ପକ୍ଷରୁ କୁହାଯାଇଛି। ସେହିପରି ଏପିକ୍‌ ନ୍ୟୁ ସୁଇଫ୍ଟ ବ୍ରାଣ୍ଡର ସିଗ୍ନେଚର ସ୍ପୋର୍ଟି ଡିଜାଇନ୍‌ ଉପରେ ନିର୍ମିତ ହୋଇଥିବା ବେଳେ ଏହାର ଗତିଶୀଳତା ଏବଂ ଫନ-ଟୁ-ଡ୍ରାଇଭ୍‌ ଅନୁଭବକୁ ବଢ଼ାଇଥାଏ।
ମାରୁତି ସୁଜୁକିର ସୁଇଫ୍ଟ ମଡେଲ ଅନାବରଣ ଓ ବଜାର ପ୍ରବେଶ ହେବା ପରଠାରୁ ୨୯ ଲକ୍ଷରୁ ଅଧିକ ଗର୍ବିତ ମାଲିକଙ୍କ ସହ ବ୍ରାଣ୍ଡ ଭାରତର ଏକ ନମ୍ବର ପ୍ରିମିୟମ୍‌ ହ୍ୟାଚ ବ୍ୟାକ୍‌ ମଡେଲ ଭାବେ ମାନ୍ୟତା ପାଇଛି, ଉତ୍କଷ୍ଟ ଫ୍ୟାନ୍‌ ଫଲୋଇଂ ସହିତ ବ୍ରାଣ୍ଡର ଏହି ସ୍ପୋର୍ଟି ପ୍ରିମିୟମ୍‌ ହ୍ୟାଚବ୍ୟାକ୍‌ କ୍ରମାଗତ ଭାବେ ସ୍ପୋର୍ଟି ଏବଂ ଗତିଶୀଳ ଡ୍ରାଇଭିଂ ପ୍ରଦର୍ଶନ ପାଇଁ ସେଗମେଣ୍ଟ ବେଞ୍ଚମାର୍କକୁ ପୁନଃନିର୍ଦ୍ଧାରିତ କରିଛି।
ବର୍ତ୍ତମାନ ଏପିକ୍‌ ନ୍ୟୁ ସ୍ବିଫ୍ଟ ଏହି ସମୃଦ୍ଧ ପରମ୍ପରାକୁ ପ୍ରକୃତ ଏପିକ ଢଙ୍ଗରେ ଉପସ୍ଥାପିତ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?