ଯନ୍ତାରେ ପଡ଼ିଛୁ

ଭାରତୀୟ କ୍ରିକେଟ୍‌ର ଏଲ୍‌. ଶିବରାମକ୍ରିଷ୍ଣନ୍‌ ବର୍ଣ୍ଣବୈଷମ୍ୟର ଶିକାର ହୋଇ ଆସୁଛନ୍ତି ଏବଂ ବିଦେଶ ନୁହେଁ, ବରଂ ନିଜ ଦେଶରେ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତିକୁ ବାରମ୍ବାର ସାମ୍‌ନା କରିଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଭାରତୀୟ କ୍ରକ୍ରେଟର ଅଭିନବ ମୁକୁନ୍ଦ ଏପରି ଅଭିଯୋଗ ଆଣିଥିଲେ। ସମ୍ପ୍ରତି ଇଂଲଣ୍ଡ କାଉଣ୍ଟି କ୍ଲବ୍‌ ୟାର୍କସାୟାରର ପୂର୍ବତନ ଖେଳାଳି ଅଜିମ ରଫିକ୍‌ ବର୍ଣ୍ଣବୈଷମ୍ୟ କଥା ଉଠାଇବା ପରେ ଶିବରାମକ୍ରିଷ୍ଣନ୍‌ ତାଙ୍କ ତିକ୍ତ ଅନୁଭବ ପ୍ରକାଶ କରିଛନ୍ତି। ବହୁ ସମୟରେ ଦକ୍ଷିଣ ଆଫ୍ରିକା ଟିମ୍‌ରେ ବର୍ଣ୍ଣଭେଦ ସାମ୍ନାକୁ ଆସେ। କ୍ରିକେଟ ଭଳି ଖେଳରେ ଏଭଳି ମାନସିକତା ଜୋର ଧରିଛି। ହେଲେ ବର୍ଣ୍ଣବୈଷମ୍ୟ କ୍ରିକେଟରେ ସୀମିତ ନୁହେଁ, ଏହା ମଣିଷ ଜାତିର ବିବର୍ତ୍ତନରୁ ରହି ଆସିଛି। କିନ୍ତୁ ଏହାର ଉଗ୍ର ରୂପ ହୁଏତ ଉପନିବେଶବାଦରୁ ଆରମ୍ଭ ହୋଇଛି। ପୂର୍ବରୁ ସବୁ ଆଦିବାସୀ ଗୋଷ୍ଠୀ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ। ସେମାନଙ୍କ ଗୋଷ୍ଠୀ ମଧ୍ୟରେ ବର୍ଣ୍ଣବୈଷମ୍ୟ ମାନସିକତା ସୃଷ୍ଟି ହୋଇଥିବ ବୋଲି ବିଶ୍ୱାସ କରିବା କଷ୍ଟକର। ସେତେବେଳେ ସମସ୍ତେ ଏକ ପ୍ରକାର ଥିଲେ। ଯେତେବେଳେ ବିଦେଶୀ ଆସିଲେ ଓ ଶାସନ କରିବାକୁ ଚାହିଁଲେ ସେତେବେଳେ ସେହି ଛୋଟ ବଡ଼ ଗୋଷ୍ଠୀକୁ ଏକାଠି କରି ଶାସନ କଲେ। ସେତେବେଳେ ହୁଏତ ନିଜର ଶାସନକୁ ଦୃଢ଼ୀଭୂତ କରିବା ପାଇଁ ଗୋରା ବିଦେଶୀମାନେ ସ୍ଥାନୀୟ ଲୋକଙ୍କୁ ନୀଚ ଦର୍ଶାଇବା ଲାଗି ଚମଡ଼ାର ରଙ୍ଗକୁ ଏକ ଅସ୍ତ୍ର ଭାବେ ବ୍ୟବହାର କଲେ। ସମ୍ଭବତଃ ସେଥିରୁ ଜନ୍ମିତ ବର୍ଣ୍ଣବୈଷମ୍ୟ କ୍ରମଶଃ ଆମ ସମସ୍ତଙ୍କ ମାନସିକତାରେ ପ୍ରବେଶ କଲା। ଆଜି ମଧ୍ୟ ଶିକ୍ଷିତ ଏବଂ ଶୃଙ୍ଖଳିତ ବ୍ୟକ୍ତିମାନେ ଏହି ରୋଗ ଦ୍ୱାରା ଆକ୍ରାନ୍ତ। ଭାରତରେ ଏହାର ଆବିର୍ଭାବ ବହୁ ଆଗରୁ ହୋଇଆସିଛି ବୋଲି ଧାରଣା ସୃଷ୍ଟି ହୁଏ। ଉତ୍ତରଭାରତର ତଥାକଥିତ ଗୋରା ଲୋକ ଭାବନ୍ତି ଯେ, ସବୁ କଳା ଲୋକ ହେଉଛନ୍ତି ମାଡ୍ରାସୀ। କାଳିଆ ଭୁଷୁଣ୍ଡା ପୁତ୍ରକୁ ବାହା କଲାବେଳକୁ ଗୋରୀ ଝିଅଟିଏ ମାତାପିତାଙ୍କ ଦ୍ୱାରା ଖୋଜାଯାଏ। ଏପରି କି ‘ଫେୟାର ଆଣ୍ଡ୍‌ ଲଭ୍‌ଲି’ ନାମକ କ୍ରିମ୍‌ ଖୋଲାଖୋଲି ବଜାରରେ ମିଳେ, ଯାହାକୁ ପରିବାର ଲୋକ ଅବିବାହିତ ଝିଅଙ୍କ ମୁହଁରେ ବୋଳି ଦିଅନ୍ତି। ଭାବନ୍ତି ଗୋରାହେଲେ ବାହା କରିବା ସହଜ ହୋଇଯିବ। ମନେପଡ଼େ ଏକ ଲୋକପ୍ରିୟ ହିନ୍ଦୀ ଗୀତ-‘ରାଧା କ୍ୟୁଁ ଗୋରୀ ମେ କ୍ୟୁଁ କାଲା..’। ଏହି ପ୍ରଶ୍ନ କୃଷ୍ଣ ତାଙ୍କ ମାତା ଯଶୋଦାଙ୍କୁ ପଚାରିଥିଲେ ବୋଲି ଆମକୁ କୁହାଯାଉଛି। କିନ୍ତୁ କୃଷ୍ଣଙ୍କର ସବୁ ଛବିରେ ତାଙ୍କର ବର୍ଣ୍ଣ କଳା। ସେହିଭଳି ଜଗନ୍ନାଥ ମହାପ୍ରଭୁ କଳା ରୂପରେ ବିଦ୍ୟମାନ। ଏପରିକି ଅଯୋଧ୍ୟାରେ ମୁଖ୍ୟ ରାମମନ୍ଦିର ମୂର୍ତ୍ତିରେ ରାମଙ୍କର ବର୍ଣ୍ଣ କିଟିକିଟି କଳା। ଏବେକାର ଛବିରେ ହିନ୍ଦୁ ଦେବଦେବୀଙ୍କର ବର୍ଣ୍ଣ ବଦଳାଇ ଦିଆଯାଉଛି, କାରଣ ଉତ୍ତର ଭାରତୀୟଙ୍କର ମାନସିକତାରେ ଏହି ହିନ୍ଦୁଧର୍ମର ପ୍ରତୀକମାନେ କଳା ହୋଇପାରିବେ ନାହିଁ। ଚିତ୍ରକର ରାଜା ରବି ବର୍ମା ସେହି ମାନସିକତା ଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ହିନ୍ଦୁ ଠାକୁରାଣୀଠାକୁରଙ୍କର ପୂର୍ବ ଛବିଠାରୁ ଭିନ୍ନ ଆଙ୍କିଥିଲେ। ଏହି ମାନସିକତା ଆମର ଅସ୍ଥିମଜ୍ଜାଗତ ହୋଇଯାଇଛି। ଏଭଳି ଯନ୍ତାରୁ ବାହାରିବା ଅତ୍ୟନ୍ତ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri