ଆମେ ଦାୟୀ

ଗତବର୍ଷ ସେପ୍ଟେମ୍ବର ପ୍ରାରମ୍ଭରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଓ ଡିସେମ୍ବର ଶେଷ ଆଡ଼କୁ କ୍ରିକେଟର ରିଷଭ ପନ୍ତ ଆହତ ହେବା ପରେ ଦିଲ୍ଲୀରେ ଏବକାର କାର୍‌ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣା ବିତର୍କକୁ ଉଜାଗର କରିଛି। ଦିଲ୍ଲୀରେ ଏକ କାର୍‌ ଜଣେ ସ୍କୁଟି ଚଳିକାଙ୍କୁ ଧକ୍କାଦେବା ପରେ ତାଙ୍କୁ ୧୩ କି.ମି ଘୋଷାଡ଼ି ନେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସହ ଥିବା ଅନ୍ୟଜଣେ ଯୁବତୀ ସାମାନ୍ୟ ଆହତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଜୀବନ ରକ୍ଷା କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ଦୁର୍ଘଟଣା ଘଟାଇଥିବା ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଭାରତୀୟ ଜନତା ପାର୍ଟିର ବୋଲି ଏଏପି ଓ କଂଗ୍ରେସ ଅଭିଯୋଗ ଆଣିବା ପରେ ରାଜନୀତି ଆରମ୍ଭ ହୋଇଯାଇଛି। କିନ୍ତୁ ସଡ଼କ ଦୁର୍ଘଟଣାର ଗମ୍ଭୀରତାକୁ ନେଇ ସେଭଳି ଚିନ୍ତାପ୍ରକଟ କରାଯାଉନାହିଁ। ଦେଖିବାକୁ ଗଲେ ଭାରତରେ ସଡ଼କ ଦୁର୍ଘଟଣା ସଂଖ୍ୟା ଓ ଏଥିଜନିତ ମୃତ୍ୟୁ ଅତ୍ୟନ୍ତ ଚିନ୍ତାଜନକ। ସାରା ବିଶ୍ୱକୁ ଦେଖିଲେ ଭାରତରେ ସର୍ବାଧକ ସଡ଼କ ଦୁର୍ଘଟଣାରେ ସବୁଠୁ ବେଶି ଲୋକଙ୍କ ମୃତ୍ୟୁ ହେଉଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ, ୨୦୨୧ରେ ରାସ୍ତା ଦୁର୍ଘଟଣାରେ ପାଖାପାଖି ୧.୫୪ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ପ୍ରାୟ ଅଧା ଦୁଇଚକିଆ ଗାଡ଼ି ଚାଳକ। ଏପରି କି ଗତବର୍ଷ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଦେଶରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ସାମାଜିକ ଓ ଆର୍ଥିକ କ୍ଷତି ପରିମାଣ ୧,୪୭,୧୧୪ କୋଟି ଟଙ୍କାରୁ ଅଧିକ, ଯାହା ଦେଶର ମୋଟ ଘରୋଇ ଉତ୍ପାଦର ୦.୭୭ ପ୍ରତିଶତ।
ଭାରତରେ ସଡ଼କ ଦୁର୍ଘଟଣା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାର ମୁଖ୍ୟ କାରଣଗୁଡ଼ିକ ହେଲା-ଦ୍ରୁତଗତିରେ ଗାଡ଼ି ଚଳାଚଳ, ମଦ ପିଇ କିମ୍ବା ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା, ଭୁଲ୍‌ ପଟେ ଗାଡ଼ି ଚଳାଚଳ, ଯାନବାହନ ଡିଜାଇନ୍‌ରେ ତ୍ରୁଟି ଓ ଗାଡ଼ିଗୁଡ଼ିକର ଖରାପ ଅବସ୍ଥା ଏବଂ ରାସ୍ତା ନିର୍ମାଣରେ ବୈଷୟିକ ତ୍ରୁଟି। ଯେତେ ସଚେତନ କରାଗଲେ ମଧ୍ୟ ଦୁଇଚକିଆ ଯାନ ଚଲାଇବା ବେଳେ ହେଲମେଟ୍‌ ଓ ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ବ୍ୟବହାରକୁ ଅଣଦେଖା କରି ଲୋକେ ନିଜ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଅନେକ ଦୁର୍ଘଟଣା ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ମଧ୍ୟ ଘଟୁଛି। ଅନ୍ୟପକ୍ଷରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଇଚକିଆ ଏବଂ ଚାରିଚକିଆ ଯାନ ନିର୍ମାଣ ଓ ବିକ୍ରି ବହୁଗୁଣିତ ହୋଇଛି। ଟିକସ ଆକାରରେ ସରକାର ବହୁ ଅର୍ଥ ପାଇଲେ ମଧ୍ୟ ସମାନୁପାତିକ ଭାବେ ସଡ଼କର ଉନ୍ନତୀକରଣ ବା ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଉପରୋକ୍ତ ଯାହା ଲେଖିଲୁ ତାହା ହେଉଛି ସମସ୍ୟା, ଯାହାକୁ ସମସ୍ତେ ଜାଣନ୍ତି ଓ ହୃଦ୍‌ବୋଧ କରନ୍ତି। କିନ୍ତୁ ରାସ୍ତା ଦୁର୍ଘଟଣା ସୀମିତ କାରଣରୁ କିମ୍ବା ସରକାରଙ୍କ ବିଫଳତାରୁ ଘଟୁ ନାହିଁ। ଦେଶରେ ରାସ୍ତାକୁ ବ୍ୟବହାର କରୁଥିବା ପ୍ରତ୍ୟେକ ନାଗରିକ ସଡ଼କ ସୁରକ୍ଷା ପାଇର୍ଁ ଦାୟୀ। ପିଲାଙ୍କୁ ପାଠ ପଢ଼ାଇ ଭଲ କ୍ୟାରିୟର ତିଆରି କରାଇବା ପାଇଁ ମାତାପିତାଙ୍କ ମଧ୍ୟରେ ଥିବା ପରୀକ୍ଷା ମାର୍କ୍ସ ପାଇଁ ବ୍ୟାକୁଳତାକୁ ବୁଝିହୁଏ। ସେହିଭଳି ବ୍ୟାକୁଳତା ବିଦେଶରେ ପିଲାଙ୍କର ଗାଡ଼ି ଚଳାଇବା ଲାଇସେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମନ୍ତେ ଦେଖାଯାଏ। ଭାରତରେ କୌଣସି ପରିବାରରେ ପିଲା ଗାଡ଼ି ଚଳାଇବାର ଦକ୍ଷତା ପାଇଁ ଲାଇସେନ୍ସ ହାସଲ କଲେ କେହି ଉତ୍‌ଫୁଲ୍ଲିତ ହେବା ଦେଖାଯାଏ ନାହିଁ। କାରଣ ଏହି ଦେଶରେ ସମ୍ଭବତଃ କେହି ଜଣେ ବି ବାସ୍ତବରେ ଗାଡ଼ି ଚାଳକ ଲାଇସେନ୍ସ ପାଇଁ କୌଣସି ପରୀକ୍ଷା ଦେଇନାହାନ୍ତି। ଯେତେବେଳେ ଏହି ମୌଳିକ ସ୍ତରରେ କାହାରିକୁ ରାସ୍ତା ନିୟମାବଳୀ ଶିଖାଯାଉନାହିଁ ସେଭଳି ଦେଶରେ ରାସ୍ତା ଦୁର୍ଘଟଣା ସର୍ବାଧିକ ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri