Posted inଖେଳ

୨୦୩୬ ଅଲିମ୍ପିକ୍ସ ଭାରତରେ !

ଅହମ୍ମଦାବାଦ,୯।୧୦: ୨୦୩୬ ସମର ଅଲିମ୍ପିକ୍ସ ଭାରତରେ ଆୟୋଜିତ ହୋଇପାରେ। ଏହି ଅଲିମ୍ପିକ୍ସ ଆୟୋଜନ ଅଧିକାର ହାସଲ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସହ ଆଲୋଚନା ଚାଲିଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଶ୍ରେଷ୍ଠ ଭେନ୍ୟୁ ବୋଲି କହିଛନ୍ତି ଇଣ୍ଡିଆନ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା।

ବିଶ୍ୱର ବୃହତ୍‌ କ୍ରିକେଟ ଷ୍ଟାଡିୟମ ଭାବେ ଜଣାଶୁଣା ମୋଟେରା ଗ୍ରାଉଣ୍ଡକୁ ଚଳିତ ଫେବୃୟାରୀରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ନାମିତ କରାଯାଇଥିଲା।

“ମୋ ମତରେ ଅଲିମ୍ପିକ୍ସର ଉଦ୍‌ଘାଟନ ଉତ୍ସବ ଲାଗି ମୋଟେରା ଷ୍ଟାଡିୟମ ଶ୍ରେଷ୍ଠ ଭେନ୍ୟୁ। ଅଲିମ୍ପିକ୍ସ ଭଳି ଇଭେଣ୍ଟ ଆୟୋଜନ କରିବା ପାଇଁ ପୂରା ଭାରତରେ ସେଭଳି ଦକ୍ଷତା ଥିବା ଷ୍ଟାଡିୟମ ନାହିଁ। ୨୦୩୬ ସୁଦ୍ଧା କ’ଣ ହେବ, ମୁଁ କହି ପାରିବି ନାହିଁ। କିନ୍ତୁ ଓପନିଂ ସେରିମନି ଲାଗି ମୁଁ ଭେନ୍ୟୁ ଭାବେ ଅହମ୍ମଦାବାଦର ପ୍ରସ୍ତାବ ଦେବି। ଅଲିମ୍ପିକ୍‌ ଖେଳ ଭାରତର ୩ରୁ ୪ଟି ସହରରେ ଆୟୋଜିତ ହୋଇପାରିବ” ବୋଲି ଆଇଓଏ ମୁଖ୍ୟ କହିଛନ୍ତି।

୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ କରିବାକୁ ଚାହୁଁଛୁ। ଏ ନେଇ ଆମେ ଆଇଓସି ସହ କଥା ହେଉଛୁ। ଏହି ଅଲିମ୍ପିକ୍ସ କେଉଁଠାରେ ହେବ, ତାହା ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଜଣାପଡ଼ିବ ବୋଲି ବାତ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇରାନ ଶାସକ-ବିରୋଧୀ ସମର୍ଥକ ମୁହାଁମୁହିଁ

ଅଲ୍‌ ରାୟାନ (କାତାର), ୨୬।୧୧(ଏପି): ଚଳିତ ବିଶ୍ୱକପ୍‌ରେ ଶୁକ୍ରବାର ଇରାନର ଦ୍ୱିତୀୟ ମ୍ୟାଚ ବେଳେ ଇରାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ଏକ ଛାପ ଦେଖିବାକୁ ମିଳିଥିଲା।...

ମହିଳା ହକି:ଜାପାନକୁ ହରାଇ ଭାରତ ଚାମ୍ପିୟନ

ହିରୋଶିମା, ୨୩ା୬ (ପି.ଟି.)- ଭାରତ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୩-୧ ଗୋଲରେ ଜାପାନକୁ...

ଦେଶର ହୃଦୟ ଜିତିଲେ ପ୍ରମୋଦ

ନୂଆଦିଲ୍ଲୀ,୪।୯: ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଶନିବାର ପୁରୁଷ ସିଙ୍ଗଲ୍ସ (ଏସ୍‌ଏଲ୍‌୩) ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।...

ମାଇଲଷ୍ଟୋନଠୁ ୫ ଉଇକେଟ ଦୂରରେ

କେପ ଟାଉନ୍‌,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ସର୍ବାଧିକ ଉଇକେଟ ନେଇଥିବା ମହମ୍ମଦ ଶାମି ତୃତୀୟ ଟେଷ୍ଟରେ ଏକ ମାଇଲଷ୍ଟୋନ...

ଶୁଟିଂ ବିଶ୍ୱକପ: ଶେଷ ଦିନରେ ସାମରାଙ୍କୁ ମିଳିଲା ବ୍ରୋଞ୍ଜ

ଭୋପାଳ,୨୬ା୩: ଭୋପାଳରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଶେଷ ଦିନରେ ଲଢୁଆ ପ୍ରଦର୍ଶନ ସହିତ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ଭାରତର ସିଫ୍ଟ କୌର୍‌ ସାମରା।...

ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଆଇପିଏଲ୍‌ ଖେଳିବି: ଓ୍ବାର୍ନର

ନୂଆଦିଲ୍ଲୀ,୨୧।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବୁ ବୋଲି ଅଷ୍ଟ୍ରେଲିଆ ତାରକା...

୨୦୧୮ରେ କେଉଁ କାରଣ ପାଇଁ ଅବସର ନେଇଥିଲେ ଡି ଭିଲର୍ସ

ଜୋହାନ୍ସବର୍ଗ, ୧।୭- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ୨୦୧୮ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଡି ଭିଲର୍ସ ଯେଉଁ...

ଭିଜି ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍‌

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରାୟପୁରରେ ଚାଲିଥିବା ଭିଜି ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଇଷ୍ଟଜୋନ୍‌ ପ୍ରବେଶ କରିଛି।...

Advertisement
Archives

Model This Week