ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବା ଲାଗି ଉପାୟ: କମାଯିବ ସୂର୍ଯ୍ୟ ଆଲୋକ…

ଲଣ୍ଡନ,୯।୧୨ : ଏହା ସ୍ପଷ୍ଟ ହେବାରେ ଲାଗିଛି ବିଭିନ୍ନ ଦେଶ ଜଳବାୟୁ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବାରେ ଲାଗିଛନ୍ତି। ୨୦୨୨ ମସିହାରେ ତାପମାତ୍ରା ବୃଦ୍ଧି ୧.୨୬ ଡିଗ୍ରୀ ସେଲସିୟସ ହେବା ନେଇ ନାନା ଆଲୋଚନା କରାଯାଇଥିଲା। ୨୦୩୦ ମଧ୍ୟଭାଗରେ ଏହା ୧.୫ ଡିଗ୍ରୀ ସେଲସିୟସରେ ପହଞ୍ଚିବା ସମ୍ଭାବନା ଦେଖାଦେଇଛି। ଅନୁସନ୍ଧାନରୁ ଏହା ମଧ୍ୟ ଦର୍ଶାଯାଇଛି ବର୍ତ୍ତମାନର ଜଳବାୟୁ ନୀତି ଅନୁସାରେ ଏହି ଶତାବ୍ଦୀର ଶେଷ ସୁଦ୍ଧା ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି କରିବ। ଏହି ତୀବ୍ର ଉତ୍ତାପ ସମଗ୍ର ବିଶ୍ୱରେ ଅସୁରକ୍ଷିତ ସମ୍ପ୍ରଦାୟ ଏବଂ ଇକୋସିଷ୍ଟମକୁ ନଷ୍ଟ କରିଦେବ। ବର୍ତ୍ତମାନ ବୈଜ୍ଞାନିକମାନେ କିଛି ମୌଳିକ ନୂତନ ଯୋଜନା ଊପରେ ଚିନ୍ତା କରୁଛନ୍ତି ଯାହା ଦ୍ୱାରା ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନକୁ ରୋକା ଯାଇପାରିବ। ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବା ଲାଗି ଏହା ହିଁ ବିକଳ୍ପ ଉପାୟ।

ସୂର୍ଯ୍ୟ ଆଲୋକ କମାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ପୃଥିବୀର ବାୟୁମଣ୍ଡଳରେ ପ୍ରତିଫଳିତ କଣିକା ପକାଇବା ପାଇଁ ଉଚ୍ଚ ଫ୍ଲାଇଙ୍ଗ ଜେଟର ଜାହାଜ ବ୍ୟବହାର କରିବାକୁ ଯୋଜନା କରାଯାଇଛି। ଏହା ଦ୍ୱାରା ସୂର୍ଯ୍ୟର ଆଲୋକ ପ୍ରତିଫଳିତ କଣିକା ଉପରେ ପଡି ପ୍ରତିଫଳିତ ହୋଇ ପୃଥିବୀରେ ନ ପଡି ଫେରିଯିବ। ଏହା ଦ୍ୱାରା ପୃଥିବୀରେ ପଡୁଥିବା ସୂର୍ଯ୍ୟର ଆଲୋକକୁ କମାଯାଇ ପାରିବ। କିନ୍ତୁ ଏହା ଦ୍ୱାରା ପୃଥିବୀ ଉପରେ ଖରାପ ପ୍ରଭାବ ପଡିବାର ଆଶଙ୍କା ରହିଛି।

ସୂର୍ଯ୍ୟକିରଣ ହ୍ରାସ କରିବା ଜଳବାୟୁ ପରିବେଶକୁ ସଂପୂର୍ଣ୍ଣ ଓଲଟାଇ ଦେବ। ଖରାଦିନେ, ଗ୍ରୀଷ୍ମ ସମୟରେ ଏବଂ ଟ୍ରପିକାଲ ଅଞ୍ଚଳରେ ସୂର୍ଯ୍ୟଙ୍କ ଉଷ୍ମତା କମିବ।

ଯଦିଓ ସୂର୍ଯ୍ୟକିରଣ ହ୍ରାସ କରିବା ପୃଥିବୀକୁ ଥଣ୍ଡା କରିପାରେ, ତଥାପି ଏହା ଜଳବାୟୁ ସମସ୍ୟାର ମୂଳ, କାର୍ବନ ଡାଇଅକ୍ସାଇଡର ନିର୍ଗମନର ମୁକାବିଲା କରି ପାରିବ ନାହିଁ। କାର୍ବନ ଡାଇଅକ୍ସାଇଠ କେବଳ ପୃଥିବୀକୁ ଗରମ କରେ ନାହିଁ, ଏହା ସମୁଦ୍ରକୁ ମଧ୍ୟ ଅମ୍ଳ କରିଥାଏ। ସୂର୍ଯ୍ୟ ଆଲୋକ କମାଇବା ଦ୍ୱାରା ଏଥିରେ ପରିବର୍ତ୍ତନ ହେବ ନାହିଁ।

ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିବ। କଣିକାର ଏହି ବିପଜ୍ଜନକ ସ୍ତର ଆକାଶକୁ ଧଳା କରିଦେବ। ଏହା ସହିତ ଏସିଡ ବର୍ଷା ସମସ୍ୟାକୁ ମଧ୍ୟ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ, ମହାଲକ୍ଷ୍ମୀକୁ ରସଗୋଲା ଖୁଆଇ କରିବେ ମାନଭଞ୍ଜନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

ଇସ୍ତଫା ପରେ ବି ନରମି ନାହାନ୍ତି ଧର୍ମେନ୍ଦ୍ର; କଂଗ୍ରେସ ନେତା ଜୟରାମ ରମେଶଙ୍କୁ ଦେଲେ କଡ଼ା ଜବାବ, କହିଲେ-ମୁଁ ଜଣେ …

ନୂଆଦିଲ୍ଲୀ, ୨୭।୭: ଜନ୍ତର-ମନ୍ତରରେ ମାସେରୁ ଅଧିକ ସମୟ ଧରି ଚାଲିଥିବା CJPର ଆନ୍ଦୋଳନ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସୋମବାର…

ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

ନୂଆଦିଲ୍ଲୀ, ୨୭।୭: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜନୈତିକ ଭାବେ ଘେରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri