ସ୍ମୃତିଶକ୍ତି ବୃଦ୍ଧିର ଉପାୟ

ଶୀଘ୍ର ଉଠିବାକୁ ଚେଷ୍ଟା କରିବା ଦରକାର। କିଛି ବର୍ଷ ପୂର୍ବେ ଏସବୁ ନିୟମକୁ ଲୋକେ ଉପଯୋଗ କରୁଥିଲେ। ଏବେ କିନ୍ତୁ ଅଧିକାଂଶ ଲୋକେ ସକାଳ ୮ଟା ପରେ ଶଯ୍ୟା ତ୍ୟାଗ କରୁଥିବାର ଦେଖିବାକୁ ମିଳୁଛି। ହେଲେ ଏପରି କରିବା ଆଦୌ ଠିକ୍‌ ନୁହେଁ। ଭୋରବେଳା ଉଠି କିଛି ସମୟ ଛାତ ଉପରେ ଚାଲିବା ସହ ସୂର୍ଯ୍ୟୋଦୟକୁ ଦେଖିବାର ଅଭ୍ୟାସ କରିବା ଉଚିତ୍‌। ସ୍ମୃତିଶକ୍ତି ବଢାଇବାର ଏହା ଏକ ସର୍ବୋତ୍ତମ ଉପାୟ ଅଟେ।

ଭାରତୀୟଙ୍କର ଏକ ମୁଖ୍ୟ ପାନୀୟ ହେଉଛି ଚା’ ଓ କଫି। ଅଧିକାଂଶ ଲୋକ ଦିନକୁ ୪-୫ ଥର ଏହି ପାନୀୟ ପିଇଥାନ୍ତି। ବିଶେଷଜ୍ଞଙ୍କ ମତରେ କଫି କିମ୍ବା ଚା’ ପିଇବା ପରିବର୍ତ୍ତେ ବରଂ ଗ୍ରୀନ୍‌ ଟି ପିଇବାର ଅଭ୍ୟାସ କରିବା ଉଚିତ୍‌। ସ୍ବାସ୍ଥ୍ୟ ପାଇଁ ହିତକାରୀ ଗ୍ରୀନ୍‌-ଟି ଆମ ସ୍ମୃତିଶକ୍ତି ବଢାଇବାରେ ବି ସହାୟକ ବୋଲି ଗବେଷଣାରୁ ଜଣାପଡିଛି।

ଜଙ୍କଫୁଡ୍‌ଠାରୁ ଦୂରେଇବା ଆବଶ୍ୟକ। ଏସବୁ ଖାଦ୍ୟ ଓଜନ ବଢାଇବା ସହ ଆମ ସ୍ମୃତିଶକ୍ତିକୁ ମଧ୍ୟ ଦୂର୍ବଳ କରିଥାଏ। ନିୟମିତ ଭାବେ ଫଳ ଖାଇବାର ଅଭ୍ୟାସ କରନ୍ତୁ। ପ୍ରଚୁର ପରିମାଣର ପୋଷକତତ୍ତ୍ୱରେ ଭରପୂର ଫଳ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ସ୍ମୃତିଶକ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ପୁଷ୍ୟ ନକ୍ଷତ୍ରରେ ଗୋଚର କରିବେ ବୃହସ୍ପତି, ୧୯ ଜୁଲାଇରୁ ଖୋଲିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ । ଏହାକୁ ଜ୍ଞାନ, ଶିକ୍ଷା, ଧନ ଏବଂ ସନ୍ତାନର ପ୍ରମୁଖ କର୍ତ୍ତା ଭାବରେ ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri