Posted inଫୁରସତ

ସମୁଦ୍ରରେ ‘ଓ୍ବାଟରସ୍ପାଉଟ୍‌’, ଭିଡିଓ ଦେଖିଲେ…

ପ୍ରକୃତି ଯେତିକି କରାଳ ରୂପ ଦେଖାଏ, ସେତିକି ଚମତ୍କାର ଦୃଶ୍ୟ ଦେଖାଏ। ବେଳେବେଳେ ପ୍ରକୃତିରାଣୀ ଏତେ ଶାନ୍ତ ହୋଇଯାଏ ଯେ, ଆମେ ତା’ କୋଳରେ କିଛି ସମୟ ଆରାମରେ ବିତାଇବାକୁ ଚେଷ୍ଟା କରୁ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସମୁଦ୍ର ଉପରୁ ମେଘର ରୂପ ଦେଖି ଲୋକମାନେ ଚକିତ ହୋଇଯାଇଛନ୍ତି।

ଆପଣ ନିଶ୍ଚିତ ବାଲିର ଝଡ଼, ଧୂଳିଝଡ଼ ଏବଂ ପବନର ରୂପ ଦେଖିଥିବେ। କିନ୍ତୁ ଘୂର୍ଣ୍ଣିବଳୟ ଆକାରରେ ମେଘ କେବେ ଦେଖି ନ ଥିବେ। ଭାଇରାଲ ହେଉଥିବା ଏହି ଭିଡିଓରେ ଦୂରରୁ ସମୁଦ୍ର ଉପରେ ଆସୁଥିବା ଏକ ଘୂର୍ଣ୍ଣିବଳୟ ପରି ଦୃଶ୍ୟମାନ ହେଉଛି। ଏହା ସମୁଦ୍ର ପୃଷ୍ଠକୁ ସ୍ପର୍ଶ କରୁଛି। ଏହି ଭିଡିଓ ସ୍ପେନର ମଲୋର୍କା ଦ୍ୱୀପପୁଞ୍ଜରେ ବୋଲି କୁହାଯାଉଛି। ଯାହା ଏକ ଜାହାଜରୁ କଏଦ ହୋଇଥିଲା। ଏହି ଭିଡିଓଟି @cualifyନାମକ ଜଣେ ୟୁଜର ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଏପର୍ଯ୍ୟନ୍ତ ଭିଡିଓଟି ୧.୬ ମିଲିୟନରୁ ଅଧିକଥର ଦେଖାସରିଲାଣି। ହଜାର ହଜାର ଲୋକ ମଧ୍ୟ ଏହି ଦୃଶ୍ୟକୁ ପସନ୍ଦ କରିଛନ୍ତି।

ଭୌଗୋଳିକ ଭାଷାରେ ଏହାକୁ ‘ଓ୍ବାଟରସ୍ପାଉଟ’ କୁହାଯାଏ। ଏହା ସାଧାରଣତଃ ସମୁଦ୍ର ଚଟାଣରେ ପ୍ରବଳ ପବନର ଘୂର୍ଣ୍ଣନ ହେତୁ ସୃଷ୍ଟି ହୁଏ। ଏହା ୫ଟି ଚକ୍ରକୁ ନେଇ ଗଠିତ। ପ୍ରଥମେ ଜଳ ଉପରେ ଅନ୍ଧକାର ସ୍ଥାନ, ତା’ପରେ ଜଳ ପୃଷ୍ଠର ବୃତ୍ତାକାର, ଏହା ଉପରେ ସ୍ପ୍ରେ ରିଙ୍ଗ, ତା’ପରେ ଏକ ଫନେଲ ଏବଂ ଶେଷ ହୋଇଥାଏ। ଏଥିମଧ୍ୟରୁ ଅଧିକାଂଶ ଏପରି ସ୍ଥାନରେ ଘଟିଥାଏ, ଯାହା ଗରମ ଏବଂ ସମୁଦ୍ର ହେତୁ ଆର୍ଦ୍ରତା ଥାଏ। ବର୍ତ୍ତମାନ ସମଗ୍ର ବିଶ୍ୱର ଲୋକମାନେ ଏହି ଦୃଶ୍ୟକୁ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri