୧୦ ହଜାର ହେକ୍ଟର ଜମିରେ ତରଭୁଜ ଚାଷ

କେନ୍ଦ୍ରାପଡ଼ା ଅଫିସ, ୨୫ା୩: ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ପ୍ରତି ଛକ ବଜାରରେ ଏବେ ତରଭୁଜ ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଚାଷ ହୋଇଛି। ଚାଷ ପାଇଁ ସରକାରୀ ବିହନରେ ସବ୍‌ସିଡି ଯୋଗାଇ ଦିଆଯାଉଛି। ତେବେ ଜଳସେଚନ ଓ ତାଲିମ ବ୍ୟବସ୍ଥା ନ ଥିବାରୁ ଏହି ଅର୍ଥକରୀ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ତରଭୁଜ କେବଳ ଚଟପଟି ଖାଦ୍ୟ ନୁହେଁ ବରଂ ଏଥିରେ ଭରପୂର ପ୍ରୋଟିନ ମିଳୁଛି ବୋଲି ଚାଷୀ, ବ୍ୟବସାୟୀ ଓ ଗବେଷକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସିଂହଗଁାର ପୂର୍ବତନ ସରପଞ୍ଚ ତଥା ଚାଷୀ ନିର୍ମଳ ମଲ୍ଲିକ କହିଛନ୍ତି, ଖରା ବିଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ଚଳିତବର୍ଷ ଆଳି, ରାଜକନିକା, ରାଜନଗର, ଗରଦପୁର, ଡେରାବିଶ, ମହାକାଳପଡ଼ା ଆଦି ବ୍ଲକ ଅଞ୍ଚଳର ନଦୀ ପଠାରେ ଚାଷ ହୋଇଛି। ଦୁଇ ସପ୍ତାହ ପୂର୍ବରୁ ଫସଲ ଉପତ୍ାଦନ ଆରମ୍ଭ ହୋଇଛି। ପୂର୍ବରୁ କୁଇଣ୍ଟାଲ ପିଛା ଅଢ଼େଇ ହଜାର ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ବୃଦ୍ଧି ହୋଇ ୩ ହଜାର ଟଙ୍କାରେ ପହଞ୍ଚତ୍ଛି। ଚଳିତବର୍ଷ ଫସଲରୁ ଇତିମଧ୍ୟରେ ୮ କୁଇଣ୍ଟାଲ ତରଭୁଜ ବିକ୍ରି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ନ ହେଲେ ପ୍ରାୟ ୩୦ କୁଇଣ୍ଟାଲ ତରଭୁଜ ବିକ୍ରିର ସେ ଆଶା ରଖିଛନ୍ତି। ତେବେ ଏହି ଅର୍ଥକରୀ ଫସଲ ପାଇଁ ନଦୀର ଅତି ନିକଟ ପଠା ବ୍ୟତୀତ ଅନ୍ୟ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନାହିଁ। ସେହିପରି ଚାଷ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଆତ୍ମା ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଲିମ ବ୍ୟବସ୍ଥା ପାଇଁ ସେ ଦାବି କରିଛନ୍ତି। ରାଜନଗରର ମା’ ଶକ୍ତିମୟୀ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ପ୍ରଣତି ଦାସ କହିଛନ୍ତି, ଚଳିତବର୍ଷ ଗୋଷ୍ଠୀ ପକ୍ଷରୁ ଆରମ୍ଭ ହୋଇଥିବା ତରଭୁଜ ଚାଷ ଆଗକୁ ବଢ଼ିବାର ସାହସ ଯୋଗାଇଛି। ମିଳିମିଶି ସଦସ୍ୟାମାନେ ରକ୍ଷଣାବେକ୍ଷଣ କରିବା ପରେ ଏହାର ଲାଭ ଆମକୁ ମିଳୁଛି। ଏହି ଚାଷ ପାଇଁ ସ୍ବାବଲମ୍ବୀ ହୋଇପାରିଥିବା ସମ୍ପାଦିକା ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?