୧୦ ହଜାର ହେକ୍ଟର ଜମିରେ ତରଭୁଜ ଚାଷ

କେନ୍ଦ୍ରାପଡ଼ା ଅଫିସ, ୨୫ା୩: ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ପ୍ରତି ଛକ ବଜାରରେ ଏବେ ତରଭୁଜ ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଚାଷ ହୋଇଛି। ଚାଷ ପାଇଁ ସରକାରୀ ବିହନରେ ସବ୍‌ସିଡି ଯୋଗାଇ ଦିଆଯାଉଛି। ତେବେ ଜଳସେଚନ ଓ ତାଲିମ ବ୍ୟବସ୍ଥା ନ ଥିବାରୁ ଏହି ଅର୍ଥକରୀ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ତରଭୁଜ କେବଳ ଚଟପଟି ଖାଦ୍ୟ ନୁହେଁ ବରଂ ଏଥିରେ ଭରପୂର ପ୍ରୋଟିନ ମିଳୁଛି ବୋଲି ଚାଷୀ, ବ୍ୟବସାୟୀ ଓ ଗବେଷକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସିଂହଗଁାର ପୂର୍ବତନ ସରପଞ୍ଚ ତଥା ଚାଷୀ ନିର୍ମଳ ମଲ୍ଲିକ କହିଛନ୍ତି, ଖରା ବିଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ଚଳିତବର୍ଷ ଆଳି, ରାଜକନିକା, ରାଜନଗର, ଗରଦପୁର, ଡେରାବିଶ, ମହାକାଳପଡ଼ା ଆଦି ବ୍ଲକ ଅଞ୍ଚଳର ନଦୀ ପଠାରେ ଚାଷ ହୋଇଛି। ଦୁଇ ସପ୍ତାହ ପୂର୍ବରୁ ଫସଲ ଉପତ୍ାଦନ ଆରମ୍ଭ ହୋଇଛି। ପୂର୍ବରୁ କୁଇଣ୍ଟାଲ ପିଛା ଅଢ଼େଇ ହଜାର ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ବୃଦ୍ଧି ହୋଇ ୩ ହଜାର ଟଙ୍କାରେ ପହଞ୍ଚତ୍ଛି। ଚଳିତବର୍ଷ ଫସଲରୁ ଇତିମଧ୍ୟରେ ୮ କୁଇଣ୍ଟାଲ ତରଭୁଜ ବିକ୍ରି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ନ ହେଲେ ପ୍ରାୟ ୩୦ କୁଇଣ୍ଟାଲ ତରଭୁଜ ବିକ୍ରିର ସେ ଆଶା ରଖିଛନ୍ତି। ତେବେ ଏହି ଅର୍ଥକରୀ ଫସଲ ପାଇଁ ନଦୀର ଅତି ନିକଟ ପଠା ବ୍ୟତୀତ ଅନ୍ୟ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନାହିଁ। ସେହିପରି ଚାଷ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଆତ୍ମା ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଲିମ ବ୍ୟବସ୍ଥା ପାଇଁ ସେ ଦାବି କରିଛନ୍ତି। ରାଜନଗରର ମା’ ଶକ୍ତିମୟୀ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ପ୍ରଣତି ଦାସ କହିଛନ୍ତି, ଚଳିତବର୍ଷ ଗୋଷ୍ଠୀ ପକ୍ଷରୁ ଆରମ୍ଭ ହୋଇଥିବା ତରଭୁଜ ଚାଷ ଆଗକୁ ବଢ଼ିବାର ସାହସ ଯୋଗାଇଛି। ମିଳିମିଶି ସଦସ୍ୟାମାନେ ରକ୍ଷଣାବେକ୍ଷଣ କରିବା ପରେ ଏହାର ଲାଭ ଆମକୁ ମିଳୁଛି। ଏହି ଚାଷ ପାଇଁ ସ୍ବାବଲମ୍ବୀ ହୋଇପାରିଥିବା ସମ୍ପାଦିକା ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri