ଖଣ୍ଡାଧାର ଜଳପ୍ରପାତ

କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳାଠାରେ ପ୍ରାକୃତିକ ସବୁଜିମା ପରିବେଶ ମଧ୍ୟରେ ରହିଛି ଖଣ୍ଡାଧାର ଜଳପ୍ରପାତ। ଏହି ପ୍ରକୃତିଦତ୍ତ ଜଳପ୍ରପାତ ଓ ଏଠାକାର ଥଣ୍ଡା ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ପ୍ରାୟ ୭ଶହ ଫୁଟ୍‌ ଉପରୁ ଲମ୍ଫ ପ୍ରଦାନ କରୁଥିବା ଜଳରାଶି ତଳେ ପାହାଡ଼ କାନ୍ଥ ଓ ପଥରରେ ପିଟି ହୋଇ କୁହୁଡିଆ ପରିବେଶ ସୃଷ୍ଟି କରିଥାଏ। ଏହି ଜଳରାଶି ଉପରେ ସୂର୍ଯ୍ୟଙ୍କ ତୀର୍ଯକ କିରଣ ପଡିଲେ ଭାସମାନ ଇନ୍ଦ୍ରଧନୁର ମନୋରମ ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର। ବିଶେଷ କରି ଶୀତଋତୁରେ ଜିଲା ଓ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବୁଲିବା ସହ ଏହି ଜଳପ୍ରପାତରେ ଗାଧୋଇବା, ତଳକୁ ପ୍ରବାହିତ ନଦୀ କୂଳରେ ପିକ୍‌ନିକ୍‌ କରିବାର ଅନୁଭୂତି ନିଆରା। ପର୍ଯ୍ୟଟନ ବିଭାଗ, ବନ ବିଭାଗ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି। ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଅଙ୍କାବଙ୍କା ରାସ୍ତାରେ ଯିବା ସମୟରେ ସବୁଜ ପରିବେଶ , ପାହାଡ଼ିଆ ଝରଣା, ହଳଦୀ ରଙ୍ଗର ସୋରିଷ ବା ରାଶି ଫୁଲ ତଥା ପାହାଡ଼ୀ ଫୁଲର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ। ଖଣ୍ଡା ସଦୃଶ ଜଳରାଶି ସୁଉଚ୍ଚରୁ ତଳକୁ ଖସି ପଡୁଥିବା ଏବଂ ସୂର୍ଯ୍ୟକିରଣ ପଡି ଜଳଧାର ଚକ୍‌ ଚକ୍‌ କରୁଥିବାରୁ ଏହାର ନାମକରଣ ଖଣ୍ଡାଧାର ହୋଇଛି ବୋଲି ଅନେକେ ମତବ୍ୟକ୍ତ କରିଛନ୍ତି। ସେଠାରେ ଏକ ଶିବମନ୍ଦିର ଅଛି। ଯେଉଁଠି ମକର ସଂକ୍ରାନ୍ତି, ଶିବରାତ୍ରି ଆଦି ସମୟରେ ପୂଜାର୍ଚ୍ଚନା ହୋଇଥାଏ ଏବଂ ମେଳା ବସେ।


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?