ଜିଲା ପାଇଁ ଜଳ ହେବ ମହରଗ

କେନ୍ଦ୍ରାପଡା ଅଫିସ, ୨୧ା୧୨: ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀ ନଦୀର ଜୋକଡିଆଠାରେ ଦ୍ୱିତୀୟ ବ୍ୟାରେଜ କାର୍ଯ୍ୟକାରୀ ପରେ ଏହି ଜଳ ସଙ୍କଟ କେନ୍ଦ୍ରାପଡ଼ା ଜିଲା ପାଇଁ ମହରଗ ହେବ। ଡିସେମ୍ବର ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା ନଦୀ ଶୁଖିଲା ପଡିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ଆବଶ୍ୟକ ମୁତାବକ ମଧୁର ଜଳ ମିଳୁନାହିଁ। ଏହା ଆଗକୁ ଭୟଙ୍କର ହେବ। ନଦୀର ଉପରମୁଣ୍ଡରେ ହେଉଥିବା ଶିଳ୍ପ ଓ ଜଳ ପ୍ରକଳ୍ପକୁ ନେଇ ଜିଲାବାସୀଙ୍କ ଚିନ୍ତା ବଢ଼ିଛି। କେନ୍ଦ୍ରାପଡ଼ା ଜିଲାରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ୭ ନଦୀ ପ୍ରବାହିତ ହେଉଛି। ଏହାର ଜଳ ଦୈନନ୍ଦିନ ନିତ୍ୟକର୍ମ ସହ କୃଷି ପାଇଁ ବ୍ୟବହାର କରାଯାଉଛି। ଏଥିସହ ଏହାର ମଧୁର ଜଳ ଜାତୀୟଉଦ୍ୟାନ ଭିତରକନିକାର ଜୈବ ବିବିଧତାକୁ ରକ୍ଷା କରୁଛି। ତେବେ ନଦୀ ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ଆଗାମୀ ୩ ଦଶନ୍ଧିରେ ଚଳନ୍ତି ଭାବେ ମହରଗରେ ଥିବା ଜଳ ଆଗାମୀ ଦିନରେ କାନ୍ତାରରେ ପରିଣତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଶିକ୍ଷାବିତ୍‌ ଭୂବନମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, କ୍ଷୀତିଶ କୁମାର ସିଂହ, ଶ୍ରୀକାନ୍ତ ନାୟକ ପ୍ରମୁଖ ନଦୀ ଜଳ ପରିଚାଳନାକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଓଡ଼ିଶା ଓ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହ ବିବାଦକୁ ତୁରନ୍ତ ସମାଧାନ କରିବା ଦରକାର। ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ଏଥିନେଇ ବହୁ ଭାବରେ ପ୍ରଭାବିତ ହେଉଥିବା ବେଳେ ଆଗାମୀଦିନରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ଓ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଉପରେ ପ୍ରଭାବ ପଡିବ। ସେହିପରି ଯାଜପୁରଠାରେ ବ୍ୟାରେଜ ନିର୍ମାଣ ପରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବୈତରଣୀ ନଦୀର ଜଳ ପ୍ରବାହ କମିବ। ବ୍ରାହ୍ମଣୀ ନଦୀ ଉପର ମୁଣ୍ଡରେ ରେଙ୍ଗାଲି ପ୍ରୋଜେକ୍ଟ ନିର୍ମାଣ ଚାଲିଛି। ଏହା ଚାଷ ପାଇଁ ବ୍ୟବହାର ହେବ। ସେହିପରି ଏହି ନଦୀ ଜଳ ଉପରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ନିର୍ଭର କରୁଛି। ଏହି ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ୧୨୦ କ୍ୟୁସେକ ପାଣି ଉତ୍ତୋଳନ ହେଉଛି। ପଙ୍କପାଳସ୍ଥିତ ବ୍ରାହ୍ମଣୀ ନଦୀ ମୁହାଣରେ ଇଡ୍‌କୋ ପକ୍ଷରୁ ଉଚ୍ଚଶକ୍ତିସମ୍ପନ୍ନ ପମ୍ପ ହାଉସ ନିର୍ମାଣ କରିଛି। ସେହିପରି ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରୁ ମାର୍ଥାପୁରଠାରେ ଶିଳ୍ପକୁ ପାଣି ଯୋଗାଣ ହେଉଛି। ଆଗାମୀ ଦିନରେ ମେସ୍କୋ, ମୈଥାନ ଆଦି ଶିଳ୍ପ ବ୍ରାହ୍ମଣୀ ନଦୀକୁ ଉପଯୋଗ କରିବେ। ଶିଳ୍ପ ପରି ରାଜ୍ୟ ସରକାର କୃଷି ଓ ପାନୀୟ ଜଳକୁ ଗୁରୁତ୍ୱ ଦେଉଛନ୍ତି। ସୁକିନ୍ଦା ଓ ଦାନଗଦୀ ବ୍ଲକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା ହୋଇଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ବିଞ୍ଚାରପୁର, ଯାଜପୁର, କୋରେଇ ଓ ରସୁଲପୁର ବ୍ଲକ ଅଞ୍ଚଳର ୨୮୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଏଥିସହ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକର ୪ ବ୍ଲକ ଅଞ୍ଚଳ ପାଇଁ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ନିକଟରେ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୬୫ ପଞ୍ଚାୟତରେ ପିଇବା ପାଣି ଯୋଗାଇବା ପାଇଁ ଜଳ ଜୀବନ ମିଶନରେ ବ୍ୟୟ ବରାଦ ହୋଇଛି। ଏହା ବ୍ୟତୀତ କୃଷି ପାଇଁ ଜିଲାରେ ପ୍ରବାହିତ ବହୁ ନଦୀରେ ପ୍ରକଳ୍ପ ଅଛି। ଜିଲାର ଭୂତଳ ଜଳ ଚିନ୍ତାଜନକ ସ୍ଥିତିରେ ଥିବା ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡିଛି। ୨୦୧୭ ମସିହାରେ କେନ୍ଦ୍ର ଭୂତଳ ଜଳ ବୋର୍ଡ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଆଗାମୀ ୩ ଦଶନ୍ଧିରେ ବ୍ରାହ୍ମଣୀରେ ଯେତିକି ଜଳ ପ୍ରବାହିତ ହେବ, ତା’ଠାରୁ ପ୍ରାୟ ୩ ହଜାର କ୍ୟୁବିକ ମିଟର ଅଧିକ ଜଳ ଆବଶ୍ୟକ କରିବ। ରାଜ୍ୟରେ ଉପଲବ୍ଧ ହେଉଥିବା ମୁଣ୍ଡପିଛା ହାରାହାରି ଜଳ ପରିମାଣ ଦ୍ରୁତ ବେଗରେ ହ୍ରାସ ପାଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ ପରି ପ୍ରମୁଖ ନଦୀଗୁଡିକରେ ଯେଉଁ ଜଳାଭାବ ଦେଖାଦେବ, ସେଥିଯୋଗୁ ମୁଣ୍ଡ ପିଛା ଜଳ ଉପଲବ୍ଧତା ଆହୁରି ହ୍ରାସ ପାଇବ ବୋଲି ସେମାନେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri