ତୃଷାର୍ତ୍ତ ପ୍ରାଣୀପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା

ନୀଳଗିରି,୧୯।୪ (ସ୍ବ.ପ୍ର) ପ୍ରକୃତି, ପ୍ରାଣୀପକ୍ଷୀ ଆଉ ମଣିଷ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ। ପରିବେଶର ଜାଗ୍ରତ ପ୍ରହରୀ ସାଜି ନୀଳଗିରିର କେତେଜଣ ପ୍ରକୃତିପ୍ରେମୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ସଂରକ୍ଷଣ ଜଙ୍ଗଲରେ ପକ୍ଷୀ ଓ ସହରରେ ପ୍ରାଣୀମାନଙ୍କ ପାଇଁ ଜଳ ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ଦିନ ସେମାନେ ଏହି ଜଳପାତ୍ରରେ ଜଳ ମଧ୍ୟ ଭର୍ତ୍ତି କରୁଛନ୍ତି। ଫଳରେ ବହୁ ପ୍ରାଣୀପକ୍ଷୀ ଏଥିରେ ତୃଷା ମେଣ୍ଟାଉଥିବା ପରିଲକ୍ଷିତ ହୋଇଛି।
ନୀଳଗିରି ଅଞ୍ଚଳର ମହାବୀର ଫାଉଣ୍ଡେସନ ପକ୍ଷରୁ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ଜଳଦାନ ଉଦ୍ଦେଶ୍ୟରେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ୩୦ରୁ ଅଧିକ ସ୍ଥାନରେ ବ୍ୟବସ୍ଥା କରାଯାଇଛି। ଏଥିସହ ନୀଳଗିରି ବଜାରର ବିଭିନ୍ନ ସ୍ଥାନରେ ପ୍ରାଣୀମାନଙ୍କ ପାଇଁ ଜଳପାତ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଏହି ଜଳପାତ୍ରରେ ଜଳ ମଧ୍ୟ ଭର୍ତ୍ତି କରାଯାଉଛି। ଏହି ଉଦ୍ୟମ ବଳରେ ନିରୀହ ପକ୍ଷୀଙ୍କ ଜୀବନ ବଞ୍ଚତ୍ବା ସହ ବନାଞ୍ଚଳବାସୀଙ୍କ ମଧ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସଚେତନତା, ଦାୟିତ୍ୱବୋଧ ଓ ପ୍ରକୃତିକୁ ଅଧିକ ଭଲ ପାଇବା ସମ୍ବନ୍ଧୀୟ ବାର୍ତ୍ତା ସୃଷ୍ଟି କରିବ ବୋଲି ଉକ୍ତ ଫାଉଣ୍ଡେଶନ ପ୍ରତିଷ୍ଠାତା ବିଦ୍ୟାଧର ବାରିକ କହିଛନ୍ତି। ସେହିପରି ସଙ୍ଗଠନ ପକ୍ଷରୁ ନିସ୍ବାର୍ଥପର ସେବା ସମାଜ ପାଇଁ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ମତ ରଖିଛନ୍ତି। ଏଭଳି ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ ସହ ସଙ୍ଗଠନ ପକ୍ଷରୁ ପୂର୍ବରୁ ନୀଳଗିରି ଅଞ୍ଚଳରେ ନିଆଁଦାଉରୁ ଜଙ୍ଗଲକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାନର ମାରି ପାଦଚଲା ଲୋକଙ୍କୁ ପ୍ରକୃତିକୁ ବଞ୍ଚାଇବାକୁ ନିବେଦନ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ବିଶ୍ୱସୁନ୍ଦର ବାରିକ, ସରୋଜ ବାରିକ, ଜୟନ୍ତ ଜୀ, ଦିଗମ୍ବର ବେହେରା, ପ୍ରଦୀପ ମଲିକ ଓ ପ୍ରମେୟଜ୍ୟୋତି ବେହେରା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri