ତୃଷାର୍ତ୍ତ ପ୍ରାଣୀପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା

ନୀଳଗିରି,୧୯।୪ (ସ୍ବ.ପ୍ର) ପ୍ରକୃତି, ପ୍ରାଣୀପକ୍ଷୀ ଆଉ ମଣିଷ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ। ପରିବେଶର ଜାଗ୍ରତ ପ୍ରହରୀ ସାଜି ନୀଳଗିରିର କେତେଜଣ ପ୍ରକୃତିପ୍ରେମୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ସଂରକ୍ଷଣ ଜଙ୍ଗଲରେ ପକ୍ଷୀ ଓ ସହରରେ ପ୍ରାଣୀମାନଙ୍କ ପାଇଁ ଜଳ ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ଦିନ ସେମାନେ ଏହି ଜଳପାତ୍ରରେ ଜଳ ମଧ୍ୟ ଭର୍ତ୍ତି କରୁଛନ୍ତି। ଫଳରେ ବହୁ ପ୍ରାଣୀପକ୍ଷୀ ଏଥିରେ ତୃଷା ମେଣ୍ଟାଉଥିବା ପରିଲକ୍ଷିତ ହୋଇଛି।
ନୀଳଗିରି ଅଞ୍ଚଳର ମହାବୀର ଫାଉଣ୍ଡେସନ ପକ୍ଷରୁ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ଜଳଦାନ ଉଦ୍ଦେଶ୍ୟରେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ୩୦ରୁ ଅଧିକ ସ୍ଥାନରେ ବ୍ୟବସ୍ଥା କରାଯାଇଛି। ଏଥିସହ ନୀଳଗିରି ବଜାରର ବିଭିନ୍ନ ସ୍ଥାନରେ ପ୍ରାଣୀମାନଙ୍କ ପାଇଁ ଜଳପାତ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଏହି ଜଳପାତ୍ରରେ ଜଳ ମଧ୍ୟ ଭର୍ତ୍ତି କରାଯାଉଛି। ଏହି ଉଦ୍ୟମ ବଳରେ ନିରୀହ ପକ୍ଷୀଙ୍କ ଜୀବନ ବଞ୍ଚତ୍ବା ସହ ବନାଞ୍ଚଳବାସୀଙ୍କ ମଧ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସଚେତନତା, ଦାୟିତ୍ୱବୋଧ ଓ ପ୍ରକୃତିକୁ ଅଧିକ ଭଲ ପାଇବା ସମ୍ବନ୍ଧୀୟ ବାର୍ତ୍ତା ସୃଷ୍ଟି କରିବ ବୋଲି ଉକ୍ତ ଫାଉଣ୍ଡେଶନ ପ୍ରତିଷ୍ଠାତା ବିଦ୍ୟାଧର ବାରିକ କହିଛନ୍ତି। ସେହିପରି ସଙ୍ଗଠନ ପକ୍ଷରୁ ନିସ୍ବାର୍ଥପର ସେବା ସମାଜ ପାଇଁ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ମତ ରଖିଛନ୍ତି। ଏଭଳି ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ ସହ ସଙ୍ଗଠନ ପକ୍ଷରୁ ପୂର୍ବରୁ ନୀଳଗିରି ଅଞ୍ଚଳରେ ନିଆଁଦାଉରୁ ଜଙ୍ଗଲକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାନର ମାରି ପାଦଚଲା ଲୋକଙ୍କୁ ପ୍ରକୃତିକୁ ବଞ୍ଚାଇବାକୁ ନିବେଦନ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ବିଶ୍ୱସୁନ୍ଦର ବାରିକ, ସରୋଜ ବାରିକ, ଜୟନ୍ତ ଜୀ, ଦିଗମ୍ବର ବେହେରା, ପ୍ରଦୀପ ମଲିକ ଓ ପ୍ରମେୟଜ୍ୟୋତି ବେହେରା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri