ଖରସ୍ରୋତାରୁ ଭଦ୍ରକକୁ ପାଣିଦେବା ବିବାଦ: ପାଣି ନ ଛାଡ଼ିବାକୁ ଜଳ ସତ୍ୟାଗ୍ରହ

କେନ୍ଦ୍ରାପଡ଼ା ଅଫିସ/ରାଜକନିକା,୭ା୧୨ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣିଦେବା ବିବାଦ ତୀବ୍ର ହେବାରେ ଲାଗିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଶତାଧିକ ମହିଳା ରବିବାର ପୂର୍ବାହ୍ନରେ ହାତରେ ଗରା ଧରି ବରୁଣାଡିହାଠାରେ ନଦୀରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି। ଏଥିସହ କୌଣସି ପରିସ୍ଥିତିରେ ଖରସ୍ରୋତା ନଦୀକୁ ମୃତ ହେବାକୁ ଦିଆଯିବ ନାହିଁ ବୋଲି ଶପଥ ନେଇଛନ୍ତି।
ଭଦ୍ରକ ଜିଲାର ବାସୁଦେବପୁର, ତିହିଡି, ଧାମନଗର ଓ ଚାନ୍ଦବାଲି ବ୍ଲକର ୯୧ ପଞ୍ଚାୟତକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବରୁଣାଡିହାଠାରେ ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ଜାନୁୟାରୀରୁ ନିର୍ମାଣାଧୀନ ଅଛି। ୮୯୨ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ଜଳ ବିଶୋଧନାଗାର ନିର୍ମାଣ ଚାଲିଛି। ସ୍ଥାନୀୟ ଅଞ୍ଚଳରେ ପାଇପ୍‌ ବିଛା ଯାଉଛି। ନଦୀରୁ ପାଣି ଉଠାଗଲେ ଲୁଣା ମାଡିଯିବା, ସ୍ଥାନୀୟ ଅଞ୍ଚଳର କୃଷି ଓ ଜାତୀୟ ଉଦ୍ୟାନ ଭିତରକନିକା ପ୍ରଭାବିତ କରିବ ବୋଲି ଆଶଙ୍କା କରି ସମିତି ପକ୍ଷରୁ ପ୍ରକଳ୍ପ ନିର୍ମାଣ ଆରମ୍ଭରୁ ବିରୋଧ କରାଯାଉଛି। ଇତିମଧ୍ୟରେ ଶାସକ ଓ ପ୍ରଶାସକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଚଳାଇଛନ୍ତି। ଏପରି କି ବିରୋଧୀ ଓ ପ୍ରଶାସକଙ୍କ ପକ୍ଷରୁ ଦୁଇଥର ସଭା ଓ ଆଲୋଚନା ହୋଇଥିଲେ ମଧ୍ୟ ତାହା ନିଷ୍ଫଳ ହୋଇଯାଇଛି। ଜଳ ସତ୍ୟାଗ୍ରହ ସମ୍ପର୍କରେ ଆନ୍ଦୋଳନକାରୀ କବିତା ବେହେରା କହିଛନ୍ତି, ଖରସ୍ରୋତା ନଦୀରେ ଆଗ ପରି ସ୍ରୋତ ରହୁନାହିଁ। ନଦୀ ଜଳ ସଂରକ୍ଷଣ ପାଇଁ ଯୋଜନା ଅଭାବରୁ ସ୍ଥାନୀୟ କୃଷି ପାଇଁ ପାଣି ନିଅଣ୍ଟ ହେଉଛି। ସେହିପରି ହେନ୍ତାଳବଣ ପାଇଁ ସମୁଦ୍ରର ଲୁଣି ପାଣି ସହ ମଧୁର ଜଳର ସମ୍ମିଶ୍ରଣ ଆବଶ୍ୟକ। ନଦୀର ତଳମୁଣ୍ଡରେ ସମୁଦ୍ରକୁ କେତେ ପରିମାଣରେ ମଧୁର ପାଣି ନିଷ୍କାସିତ ହେଉଛି, ତାହାର ତର୍ଜମା ହୋଇନାହିଁ। ଏପରିସ୍ଥଳେ ମେଗା ପାନୀୟ ଜଳ ପ୍ରକଳ୍ପରେ ଦୈନିକ ୧୪୮ ମିଲିଅନ ଲିଟର ପାଣି ଉଠାଗଲେ ସମୁଦ୍ରର ଲୁଣାଜଳ ଭିତରକୁ ମାଡିଆସିବ। ପାଣିଉଠା ସ୍ଥାନ ଓ ବିଶୋଧନାଗାର ମଧ୍ୟରେ ବହି ଯାଇଥିବା ବୈତରଣୀରେ ଲୁଣି ପାଣି ଆସିବା ପରି ଖରସ୍ରୋତା ଅଗାମୀଦିନରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୃତା ନଦୀ ହୋଇଯିବ। କୃଷି ଓ ଭିତରକନିକାର ଜୈବ ବିବିଧତା ନଷ୍ଟ ସହ ସୁନାମି ଆସି କେନ୍ଦ୍ରାପଡାର ପ୍ରଭୂତ କ୍ଷତି ଘଟାଇବ। ତୁରନ୍ତ ଏହି ପ୍ରକଳ୍ପ ବନ୍ଦ କରିବାକୁ ଆନ୍ଦୋଳନକାରୀ ବେହେରା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସଂଗ୍ରାମ ସମିତିର ମୋନାଲିସା ବେହେରା, ଅପର୍ଣ୍ଣା ମହାନ୍ତି, ସରସ୍ବତୀ ରାଉତ, ସଂଯୁକ୍ତା ବେହେରା ଓ ଉର୍ମିଳା ବେହେରା ପ୍ରମୁଖ ଜଳ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri