ଜମିକୁ ନିଅଣ୍ଟ ଜଳ

ବଇଣ୍ଡା, ୧୪।୭(ପରିକ୍ଷିତ ସାହୁ) – ଜ୍ୟେଷ୍ଠ ସରିଲା। ଆରମ୍ଭ ହେଲାଣି ଆଷାଢ଼। ବିହନ ବୁଣି ଆକାଶକୁ ଅନାଇଛି ଚାଷୀ। ହେଲେ ନା ହେଉଛି ବର୍ଷା, ନା ରୋଇବା ପାଇଁ ଦେଉଛି ଅନୁକୂଳ ପାଗ। ଅନିୟମିତ ବୃଷ୍ଟିପାତ ଯୋଗୁ କେଉଁଠି ଗଜା ମରୁଡ଼ି ତ ଆଉ କେଉଁଠି ମରିବାକୁ ବସିଲାଣି କଅଁଳିଆ ଧାନତଳି। ଚାଷୀମାନେ ତଳି ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବାବେଳେ ସପ୍ତାହକ ଭିତରେ ବର୍ଷା ନ ହେଲେ ପରିସ୍ଥିତି ସଙ୍ଗିନ ହୋଇପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀକୁଳ।
କିଶୋରନଗର ବ୍ଲକର ୨୫ ହଜାର ୭୦୭ ହେକ୍ଟର ଚାଷ ଜମି ମଧ୍ୟରୁ ୮ ହଜାର ୪୩୨ ହେକ୍ଟରରେ ଧାନ ଏବଂ ୧୭ ହଜାର ୨୭୫ ହେକ୍ଟରରେ ଅଣଧାନ ଚାଷ ହେଉଛି। ଚଳିତବର୍ଷ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ଅନୁମାନ କରାଯିବା ପରେ ଚାଷୀମାନେ ଉତ୍ସାହିତ ଥିଲେ। ଠିକ୍‌ ସମୟରେ ବିହନ ବୁଣା କାମ ସାରି ତଳି ରୋଇବା ପାଇଁ ଅପେକ୍ଷା କରିଥିଲେ। ହେଲେ ଧାନ ଗଜା ହୋଇ ତଳି ବଢ଼ିବା ବେଳକୁ ବର୍ଷା ହେଉନାହିଁ। ଫଳରେ ତଳି ବଞ୍ଚାଇବାକୁ ଚାଷୀକୁଳ ସଂଘର୍ଷ କରୁଛନ୍ତି। ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ନଳକୂଅ ଓ ଖୋଲା କୂଅରୁ ପାଣି ମଡ଼ାଉଛନ୍ତି। ସୂଚନାଯୋଗ୍ୟ, ବ୍ଲକରେ ଜୁନ୍‌ରେ ହାରାହାରି ୨୪୬. ୪ ମିଲିମିଟର ବର୍ଷା ଆବଶ୍ୟକ ଥିବାବେଳେ ହୋଇଛି ୯୧.୨୦ ମିମି, ଯାହା ଅଧାରୁ ମଧ୍ୟ କମ୍‌। ସ୍ବଳ୍ପ ଏବଂ ଅନିୟମିତ ବୃଷ୍ଟିପାତ ଯୋଗୁ ୩୦% ଜମିରେ ହଳ ବୁଲିନାହିଁ। ଫଳରେ ଖରିଫ୍‌ ଧାନ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
ଅପରପକ୍ଷେ ଅଧିକାଂଶ ପଞ୍ଚାୟତରେ ବିହନ ଅଭାବ ଚାଷୀଙ୍କ ସମସ୍ୟା ବଢ଼ାଇଛି। ବ୍ଲକ ପାଇଁ ମୋଟ ୧୮୭୫ କୁଇଣ୍ଟାଲ ବିହନ ଆବଶ୍ୟକତା ଥିବାବେଳେ ଯୋଗାଣ ହୋଇଛି ୭୫୯.୬୦ କୁଇଣ୍ଟାଲ। ରଣିଆକଟା, ହିମିତିରା, ଉରୁକୁଳା, ଅଙ୍ଗପଡା, ଲୁହାମୁଣ୍ଡା, ଧଉରାପାଲି, ଲୁହାମୁଣ୍ଡା, ହଣ୍ଡପା ସେବା ସମବାୟ ସମିତିକୁ ବିହନର ସୁଷମ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ହେଲେ ଆବଶ୍ୟକତା ଏବଂ ଯୋଗାଣ ମଧ୍ୟରେ ରହିଥିବା ତାରତମ୍ୟ ଯୋଗୁ ଚାଷୀଙ୍କ ନିକଟରେ ବିହନ ପହଞ୍ଚତ୍ପାରୁନାହିଁ। ଫଳରେ ବିକଳ୍ପ ଭାବେ ପୁରୁଣା ବିହନକୁ ଚାଷୀ ଭରସା କରୁଛନ୍ତି। ଏ ସଂକ୍ରାନ୍ତରେ ବଇଣ୍ଡା କୃଷି ଅଧିକାରୀ ଚଣ୍ଡୀପ୍ରସାଦ ମହାଳିକ କହିଛନ୍ତି, ଜୁନ୍‌ ରେ ଆବଶ୍ୟକତାଠାରୁ କମ୍‌ ବର୍ଷା ହୋଇଛି। ବିହନ ବୁଣିଥିବା ଚାଷୀ ଧାନତଳି ବଞ୍ଚାଇବାକୁ କୂଅପୋଖରୀରୁ ପାଣି ବୋହି ମଡ଼ାଉଛନ୍ତି। ବର୍ଷା ନ ହେଲେ ସମସ୍ୟା ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି।
ସବ୍‌ସିଡିରେ ପାଣିପମ୍ପ ଯୋଗାଇ ଦିଆଯାଉ
ଧାନ ଚାଷ ପାଇଁ ଆବଶ୍ୟକ ପରିମାଣର ବର୍ଷା ହୋଇ ନାହିଁ। ଜମିରେ ପାଣି ନ ଥିବାରୁ ତଳି ଉଠିବାରେ ସମସ୍ୟା ହେଉଛି। ଚାଷୀଙ୍କୁ ସବ୍‌ସିଡି ମାଧ୍ୟମରେ ପାଣିପମ୍ପ୍‌ ଯୋଗାଇ ଦିଆଯାଉ।
-କୃଷ୍ଣଚନ୍ଦ୍ର ଦ୍ୱାରି, ଚାଷୀ, ଇଚ୍ଛାପୁର
ନିର୍ମାଣ ହେଉନି ସେଚ ପ୍ରକଳ୍ପ
କିଶୋରନଗର ବ୍ଲକରେ ପ୍ରସ୍ତାବିତ ସୁରେଶ୍ୱରୀ, ଧଉରାଗୋଠ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ପ୍ରକଳ୍ପ ନିର୍ମାଣ ହେଲେ ଅଧିକାଂଶ ପଞ୍ଚାୟତର ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହେବ।
-ଦୀନବନ୍ଧୁ ପ୍ରଧାନ, ଚାଷୀନେତା, କିଶୋରନଗର
ଆବଶ୍ୟକ ବିହନ ମିଳୁନାହିଁ
ବିହନ ଆବଶ୍ୟକତା ପୂରଣ ହେଉ ନ ଥିବାରୁ ଚାଷୀମାନେ ଗତବର୍ଷର ବିହନ ବ୍ୟବହାର କରିଛନ୍ତି। ସରକାରଙ୍କ କୃଷିଭିତ୍ତିକ ଯୋଜନା ଚାଷୀଙ୍କ ନିକଟରେ ନ ପହଞ୍ଚତ୍ବା ଦୁର୍ଭାଗ୍ୟଜନକ।
-ସୁଶାନ୍ତ ସାହୁ, ଚାଷୀ, ତୁରୁଡ଼ା
ଜଳସେଚନ ବ୍ୟବସ୍ଥା ନାହିଁ
ଜଳସେଚନରୁ ବଞ୍ଚତ୍ତ ଚାଷୀମାନେ ପାଣି ଚିନ୍ତାରେ ଦିନ କାଟୁଛନ୍ତି। ବିନା ବର୍ଷାରେ ତଳି ବଞ୍ଚାଇବା ଲାଗି ସଂଘର୍ଷ କରିବାକୁ ପଡୁଛି। ଫଳରେ ଏକର ଏକର ଜମିରେ ପଡ଼ିଥିବା ବିହନ ନଷ୍ଟ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି।
-ଚେରୁ ସାହୁ, ଚାଷୀ, ସଞ୍ଜମୁରା
ଜମିକୁ ମାଡୁନି କେନାଲ ପାଣି
ଜୟଗଡ଼ ପ୍ରୋଜେକ୍ଟରୁ କେନାଲ ମାଧ୍ୟମରେ ଠେଲକନାଳି ପଞ୍ଚାୟତର ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି। ତେବେ କେନାଲ ପୋତି ହୋଇଯାଇଥିବାରୁ ଅନେକ ଜମିକୁ ପାଣି ମାଡ଼ିପାରୁନାହିଁ।
-କୁମୁଦିନୀ ସାହୁ, ଠେଲକନାଳି, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri