ପଟ୍ଟାମୁଣ୍ଡାଇ ବ୍ଲକରେ ଜଳ କଷ୍ଟ

ପଟ୍ଟାମୁଣ୍ଡାଇ,୨ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ମାର୍ଗ ବାହାରି ପାରୁନି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ କରାଯାଇ ଥିବା ପାନୀୟଜଳ ପ୍ରକଳ୍ପର ଓଭରହେଡ୍‌ ଟାଙ୍କି କାମରେ ଲାଗୁ ନାହିଁ। ଫଳରେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଆକାଶକୁ ମଥାଟେକି ଗାଁ ମୁଣ୍ଡରେ ପାଣିଟାଙ୍କିଗୁଡିକ ଠିଆ ହୋଇଛି। ହେଲେ ସେଥିରୁ ଅଧିକାଂଶ ଅଚଳ ଅବସ୍ଥାରେ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚତ୍ତ ହେଉଥିବା କହିଛନ୍ତି। ବୈଷୟିକ ତ୍ରୁଟି ପାଇଁ ପାନୀୟଜଳ ପ୍ରକଳ୍ପରୁ ଓଭରହେଡ ଟାଙ୍କିଗୁଡିକରେ ପାଣି ଭର୍ତ୍ତି ହୋଇ ନ ପାରିବା ଫଳରେ ଗାଁ ଶେଷମୁଣ୍ଡରେ ଥିବା ପରିବାର ନିକଟରେ ପାଇପ୍‌ ପାଣି ପହଞ୍ଚୁ ନାହିଁ। ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ଏବଂ ବ୍ଲକ୍‌ ଜଳ ଯୋଗାଣ ବିଭାଗ ଯନ୍ତ୍ରୀମାନେ ଏଥିପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
ସୂଚନ ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୩୧ ପଞ୍ଚାୟତରେ ୫୭ଟି ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଛି। ସେଥିମଧ୍ୟରୁ ୪୦ଟି ପାନୀୟଜଳ ପ୍ରକଳ୍ପର ଓଭରହେଡ୍‌ ଟାଙ୍କି ନିର୍ମାଣ ହୋଇଥିବା ବେଳେ ୧୭ ଟିରେ କେବଳ ମଟର ଦ୍ୱାରା ପାଇପରେ ପାଣି ଯାଉଛି। ୪୦ଟି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ତାହାର ଫାଇଦା ଲୋକମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। କେବଳ ପାଣିପମ୍ପ ଯୋଗେ ପାଇପ୍‌ ଲାଇନରେ ପାଣି ଯୋଗାଇ ଦିଆଯାଉଛି। ହେଲେ ଏହି ପାଣି ଗ୍ରାମର ନିର୍ଦ୍ଧାରିତ ଲୋକମାନଙ୍କ ନିକଟରେ ପହଞ୍ଚୁ ନାହିଁ। ଗତ କିଛିଦିନ ତଳେ ଖଡିଅଣ୍ଟା ପଞ୍ଚାୟତର ଖଡିଅଣ୍ଟା ଓ ବାଇପଦା ଗ୍ରାମବାସୀ ପାଣି ପାଉ ନ ଥିବା ଦର୍ଶାଇ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ସେହି ସମସ୍ୟାର ସମାଧାନ ହୋଇପାରି ନାହଁି।ସେହିପରି ବ୍ଲକର ଅଳପୁଆ, ନରସିଂହପୁର, ଶ୍ରୀରାମପୁର, କଖାରୁଣୀ, ଅଣ୍ଢରା, ବଡ଼ମହନପୁର, ବଡ଼ପଡ଼ା, ସାନଜରିଆ ଆଦି ପଞ୍ଚାୟତରେ ଏଭଳି ପାଣି କଷ୍ଟ ଲାଗି ରହିଛି। ପଞ୍ଚାୟତର ଲୋକମାନଙ୍କୁ ପାଇପ ଯୋଗେ ସିଧାସଳଖ ପାଣି ଯୋଗାଇଦେବା ବ୍ୟବସ୍ଥା କରାଯାଇଥିବାରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ବ୍ୟତିକ୍ରମ ଘଟିଛି ବୋଲି ପଞ୍ଚାୟତବାସୀ କହିଛନ୍ତି।
ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ଯୋଗାଯୋଗ କରିବାକୁ ସେ କୌଣସି ପ୍ରଶ୍ନର ସଠିକ୍‌ ଉତ୍ତର ନ ଦେଇ ଏଡାଇ ଯାଇଥିଲେ। ବ୍ଲକ୍‌ ପାନୀୟଜଳ ଯୋଗାଣ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କୁ ଯୋଗାଯୋଗା କରିବାରୁ ସମସ୍ତ ଓଭରହେଡ୍‌ ଟାଙ୍କିରେ ପମ୍ପ ଯୋଗେ ପାଣି ଭର୍ତ୍ତି କରାଯାଉଛି। ସେହି ଟାଙ୍କିରୁ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି। ଏଭଳି ଅଭିଯୋଗ ଆମ ପାଖରେ ନାହିଁ । ତଥାପି ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ବୈଷୟିକ ତ୍ରୁଟି ପାଇଁ ଓଭରହେଡ ଟାଙ୍କିଗୁଡିକ କାର୍ଯ୍ୟକ୍ଷମ ହୋଇ ନ ପାରିବା ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ କେନ୍ଦ୍ରାପଡ଼ା ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ନରେଶ ଜେନା, ମାଗୁଣି ଲେଙ୍କା, ଯଦୁମଣୀ ଦାସ, ଦିଲ୍ଲୀପ ଜେନା, ନିମାଇ କର,ବିଜୟ ନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri