ପ୍ରକଳ୍ପ ଥାଇ ବି ପାଣି ପାଇଁ ହାହାକାର

ଯାଜପୁର ଅଫିସ,୭।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହିକ୍ରମରେ ଗ୍ରାମାଞ୍ଚଳର ଜଳସ୍ତର ଏବେଠୁ ହ୍ରାସ ପାଇଲାଣି। ଏହି ପରିସ୍ଥିତିରେ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିଛି। ମନେହେଉଛି ସରକାରଙ୍କ ବସୁଧା ଯୋଜନା ଯେମିତି ବାଟବଣା ହୋଇଛି। ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ପରିମଳ ସଂସ୍ଥା (ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ପ୍ରାୟ ୩୩୦ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ (ପିଡବ୍ଲ୍ୟୁଏସ୍‌) କାର୍ଯ୍ୟକ୍ଷମ ହେଉଛି ବୋଲି ଦାବି କରାଯାଉଥିବା ବେଳେ ବାସ୍ତବରେ ଏହି ରିପୋର୍ଟ ପାଣିରେ ସର ପକାଇବା ଭଳି ହୋଇଛି ା ବହୁ ବର୍ଷ ହେଲା ବିଭାଗୀୟ ରିପୋର୍ଟରେ ପ୍ରକଳ୍ପ କାମ ଚାଲିଥିବା ଉଲ୍ଲେଖ ରହିଛି। ବିଭାଗୀୟ, ପ୍ରଶାସନିକ ଏବଂ ବିଧାନସଭା କମିଟି ବିଭିନ୍ନ ସମୟରେ ସମୀକ୍ଷାବେଳେ ପ୍ରକଳ୍ପଗୁଡିକର ସ୍ଥିତି ଅପରିବର୍ତ୍ତିତ ରହୁଛି । ଏହାସତ୍ତ୍ବେ ପ୍ରକଳ୍ପ କାମ ତୁରନ୍ତ ସାରିବାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଓ ଭରତପୁର ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱୟକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ୫୬ ଲକ୍ଷ ୭୯ ହଜାର ୭୦୦ ଟଙ୍କାର ଏହି ଦୁଇ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ଏଯାଏ ପାଣି ବୁନ୍ଦାଏ ପାଇ ପାରିନାହାନ୍ତି। ତେଣୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଦୁଇ ପ୍ରକଳ୍ପରେ ବ୍ୟାପକ ହରିଲୁଟ ହେବା ସହ ଉପଯୁକ୍ତ ଭାବେ ନିର୍ମାଣ ହୋଇ ନ ଥିବା ନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଧର୍ମଶାଳା ବ୍ଲକର ଗେଙ୍ଗୁଟିଆ ଗ୍ରାମରେ ୩୧ ଲକ୍ଷ ୪୨ ହଜାର ୨୦୦ ଟଙ୍କା ଓ ଭରତପୁର ଗ୍ରାମରେ ୨୫ ଲକ୍ଷ ୩୭ ହଜାର ୫୦୦ ଟଙ୍କା ବ୍ୟୟରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି ଦୁଇ ପ୍ରକଳ୍ପ ୩୧ା୩ା୨୦୨୧ରେ ସମ୍ପୂର୍ଣ୍ଣ ହୋଇଛି। ପ୍ରକଳ୍ପରେ ୧୬୦ ଏମ୍‌ଏମ୍‌ ଓ ୧୧୬ ଏମ୍‌ଏମ୍‌ ପାଇପ ବ୍ୟବହାର କରାଯାଇଛି। ତେବେ ଅତିନିମ୍ନମାନର କାମ ହୋଇଥିବାରୁ ଏହି ପ୍ରକଳ୍ପ ଦ୍ୱୟ ଏବେ ବି ଅଚଳ ହୋଇ ପଡିଛି। ଆଶ୍ଚର୍ଯ୍ୟର କଥା, ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ନେଇ କୁଆଖିଆ ଇଲେକ୍ଟ୍ରିକାଲ ଡିଭିଜନ ପକ୍ଷରୁ ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଜାରି କରାଯାଇଛି। ଗତ୧୬ା୩ା୨୦୨୨ରେ ଉଭୟ ଗ୍ରାମର ଗ୍ରାମବାସୀ ଧର୍ମଶାଳା ବିଡିଓଙ୍କ ନିକଟରେ ପ୍ରକଳ୍ପ ଦ୍ୱୟ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ କରିଛନ୍ତି। ତେଣୁ ଏ ସଂକ୍ରାନ୍ତରେ ଆବଶ୍ୟକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକାୟୁକ୍ତରେ ଆବେଦନ କରାଯାଇଛି। ଜଳ ଉତ୍ସର ପ୍ରସ୍ତୁତି, ପମ୍ପ ହାଉସ ନିର୍ମାଣ, ସରବରାହ ପାଇଁ ପାଇପ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବିଭାଗୀୟ ରିପୋର୍ଟରେ ଉଲ୍ଲେଖ ରହିଛି ା ହେଲେ ସେହି ପ୍ରକଳ୍ପ ଅଚଳ ହୋଇପଡିଥିବାରୁ ଗେଙ୍ଗୁଟିଆ ଓ ଭରତପୁର ଗ୍ରାମବାସୀ ପାଣି ଗରାଏ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି । ଜିଲାର ୧୦ ବ୍ଲକ ଅଧୀନ ପ୍ରାୟ ୧୮ ଲକ୍ଷ ଅଧିବାସୀଙ୍କୁ ପାନୀୟ ଜଳ ଉପଲବ୍ଧ କରାଇବାକୁ ସରକାରୀ ଯୋଜନା କିଭଳି ଚାଲିଛି ଏଥିରୁ ଅନୁମେୟ ।
ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରକଳ୍ପରୁ ଆବଶ୍ୟକ ପାଣି ବାହାରୁ ନାହିଁ, ଲୌହଅଂଶ ରହିଥିବାରୁ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇ ନାହିଁ। ତେଣୁ ବିକଳ୍ପ ଜଳଉସତ୍ ସନ୍ଧାନ କରି ଅଚଳ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ଜାରି ରହିଛି। କୌଣସି ପ୍ରକଳ୍ପ କାମରେ ଦୁର୍ନୀତି ହୋଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri