ମିଳିଲା ନାହିଁ ଜଳ ନମୁନା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୧୯ା୧୦: ରାଜ୍ୟର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ୧୦ ହେକ୍ଟରରୁ ଊର୍ଦ୍ଧ୍ୱ ଜଳାଶୟକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଏନେଇ ରୁଜୁ ହୋଇଥିବା ଏକ ମାମଲା(ନଂ.୩୨୫/୨୦୧୫)କୁ ଅନୁପାଳନ କରିବାକୁ ୬ା୯ା୨୦୨୨ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ା ୨୮୧ ଜଳାଶୟର ଜଳ ନମୁନା ପରୀକ୍ଷା କରିବାକୁ କୁହାଯାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସହାୟତା ନେଇ ଏହି ପ୍ରକ୍ରିୟା ୨୦ା୯ା୨୦୨୨ ସୁଦ୍ଧା ସମ୍ପନ୍ନ କରିବାକୁ ଜଳ ସମ୍ପଦ ବିଭାଗର ନୋଡାଲ ଅଫିସର ଡି.ଡି.ଆର.ଆର. ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶକୁ ବିଭାଗୀୟ ଅଧିକାରୀମାନେ ଶୁଣିନାହାନ୍ତି। ତେଣୁ ନୋଡାଲ ଅଫିସର ପଟ୍ଟନାୟକ ପୁଣି ଥରେ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବଙ୍କୁ ପତ୍ର ଲେଖି ୨୦ା୧୦ା୨୦୨୨ ସୁଦ୍ଧା ଜଳ ନମୁନା ପରୀକ୍ଷା ରିପୋର୍ଟ ଏବଂ ଜଳାଶୟ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜବରଦଖଲ ଯୋଗୁ ରାଜ୍ୟରେ ଜଳାଶୟ କିସମ ଜମି କମିବାରେ ଲାଗିଛି ା ପୋଖରୀ ପୁନରୁଦ୍ଧାର ଅବା ଖୋଳାଯିବା ପରିବର୍ତ୍ତେ ପୁରାତନ ପୋଖରୀକୁ ପୋତା ଚାଲିଛି ା ଚାରିଆଡେ କଂକ୍ରିଟ ଜଙ୍ଗଲ ସୃଷ୍ଟି ହୋଇଛି ା ଏହାବାଦ୍‌ ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲାରେ ଗଢି ଉଠୁଥିବା ବିଭିନ୍ନ ଶିଳ୍ପ କାରଖାନାକୁ ଆଖିବୁଜା ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି ା ଏଣୁ ଜଳ ସଂରକ୍ଷଣ ସମେତ ଭୂତଳ ଜଳ ଉତ୍ସ ବୃଦ୍ଧି କରିବାକୁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଭୂତଳ ଜଳ ନିମ୍ନଗାମୀ ଅଣାୟତ୍ତ ହେବାରେ ଲାଗିଛି ବୋଲି ପରିବେଶବିତ୍‌ମାନେ ପ୍ରକାଶ କରୁଛନ୍ତି ା ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହ କେତେକ ପ୍ରାକୃତିକ ଜଳଉତ୍ସ, ଝରଣା, ନଦୀ, ନାଳ ଶୁଖିଯାଇଛି ା ଫଳରେ ମଣିଷଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି ା ରାଜ୍ୟରେ ପ୍ରଗତି ନାମରେ ପ୍ରାକୃତିକ ପରିବେଶକୁ ଧ୍ୱଂସ କରାଯାଉଥିବା କାରଣରୁ ଏହି ଅବସ୍ଥା ସୃଷ୍ଟି ହୋଇଛି ା ରାଜ୍ୟରେ ଖଣି ଖନନ, ଶିଳ୍ପାୟନ ଓ ଗୃହ ନିର୍ମାଣ ପାଇଁ ବ୍ୟାପକ ଭାବେ ବୃକ୍ଷଲତା କଟାଯାଇଛି ା ହେଲେ ସେହି ପରିମାଣର ଚାରା ରୋପଣ ସହ ବନୀକରଣ କରା ନ ଯିବା କାରଣରୁ ଜଳାଶୟର ଜଳ ନିର୍ଗମନ କ୍ଷମତା ହ୍ରାସ ପାଉଛି ା ଫଳରେ ଜଳଉତ୍ସଗୁଡ଼ିକ ଦିନକୁ ଦିନ ଶୁଷ୍କ ହେବା ସହ ତାହା ମୃତପ୍ରାୟ ହୋଇପଡୁଛି ା ଏହାକୁ ଦୃଷ୍ଟିରେ ରଖି ଭୂତଳ ଜଳ ପୁନଃଭରଣ, ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳକୁ ପ୍ରଦୂଷଣମୁକ୍ତ କରିବାକୁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ ଜାନୁୟାରୀରେ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର ଏବଂ ସହରାଞ୍ଚଳର ନିର୍ବାହୀ ଅଧିକାରୀମାନଙ୍କୁ ଏନେଇ ତାଗିଦା କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଳାଶୟ କିସମ ଜମିକୁ ସୁରକ୍ଷା କରିବାକୁ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏଥିରେ ଜିଲାପାଳ ଆବାହକ, ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ, ନିର୍ବାହୀ ଅଧିକାରୀ, ଉନ୍ନୟନ ପରିଷଦର ଯୋଜନା ଅଧିକାରୀ ପ୍ରମୁଖ ସଭ୍ୟ ରହିଥିଲେ। ହେଲେ ଏଯାଏ ଜଳାଶୟଗୁଡିକର ସୁରକ୍ଷା ତ ଦୂରର କଥା ଉପଯୁକ୍ତ ଭାବେ ଚିହ୍ନଟ ହୋଇ ପାରିନାହିଁ। ଏହି କ୍ରମରେ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଜଳାଶୟ ଥିଲା ବୋଲି ଜନଶ୍ରୁତି ରହିଛି ା କିନ୍ତୁ ଏବେ ୨୩୮୯ଟି ପୋଖରୀ ରହିଥିବା ସରକାରୀ ଭାବେ କୁହାଯାଇଛି ା ୧୦ ହେକ୍ଟରରୁ ଊର୍ଦ୍ଧ୍ୱ ମାତ୍ର ଗୋଟିଏ ପୋଖରୀ ରହିଥିବା ଏସ୍‌ପିସିବି ପକ୍ଷରୁ ଜଣାପଡିଛି। ସରକାରୀ ଭାବେ ଥିବା ଏହି ଗୋଟିଏ ପୋଖରୀର ଜଳନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଏଯାଏ ଏସ୍‌ପିସିବିର ସହାୟତା ଲୋଡା ଯାଇନାହିଁ। ଅନୁରୂପ ଭାବେ ରାଜ୍ୟର ଅନ୍ୟ ଜିଲାଗୁଡିକରେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରାଯାଇଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଳ ନମୁନା ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri