ଖରାଦିନ ଆରମ୍ଭରୁ ଜଳକଷ୍ଟ

ଜଳେଶ୍ୱର,୨୦ା୨(ଡି.ଏନ.ଏ.): ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଭୂତଳ ଜଳସ୍ତର ତଳକୁ ତଳକୁ ଖସି ଖସିଯାଉଛି। ପୁଣି ରବି ଋତୁରେ ବ୍ୟାପକ ଧାନଚାଷ ହୋଇଥିବାରୁ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ହେଉଛି। ଆସନ୍ତା ଦିନରେ ବର୍ଷା ନ ହେଲେ ପରିସ୍ଥିତି ଜଟିଳ ହେବ ବୋଲି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଞ୍ଚଳରେ।
ଗତ ଅକ୍ଟୋବରଠାରୁ ବର୍ଷା ହୋଇନାହିଁ। ୫ମାସ ଧରି ଆଦୌ ବର୍ଷା ନ ଥିବାରୁ ଭୂତଳ ଜଳସ୍ତର ଖସି ଖସି ଯାଉଛି।
ଏବେଠୁ ନାଳ, ପୋଖରୀ, ଗଡ଼ିଆର ଜଳସ୍ତର କମି କମି ଚାଲିଥିବା ବେଳେ ନଦୀରୁ ପାଣି ମଧ୍ୟ ଶୁଖିଲାଣି। ଭୂତଳ ଜଳସ୍ତର କମି କମି ଆସୁଥିବାରୁ ଭୂପୃଷ୍ଠ ଜଳସ୍ତର ଉପରେ ପ୍ରଭାବ ପଡୁଥିବା କୁହାଯାଇଛି। ଅନ୍ୟପକ୍ଷରେ ଜଳେଶ୍ୱର ବ୍ଲକ ଅଞ୍ଚଳରେ ଏବେ ପ୍ରାୟ ୭ ହଜାର ହେକ୍ଟର ଜମିରେ ରବିଧାନ ରୁଆପୋତା ସରିଲାଣି। ଅଧିକ ମାତ୍ରାରେ ଧାନଚାଷ ହେଉଥିବାରୁ ଏକମାତ୍ର ବିକଳ୍ପ ଭାବେ ଭୂତଳ ଜଳ ବ୍ୟବହାର କରାଯାଇ ଆସୁଛି।
ଏକ ଆକଳନରୁ ପ୍ରକାଶ ଜଳେଶ୍ୱର ବ୍ଲକ ଅଞ୍ଚଳରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ସରକାରୀ ଉଠା ଜଳସେଚନ ଓ ୨ ହଜାରରୁ ଅଧିକ ସେଲୋ କାର୍ଯ୍ୟ କରୁଥିବାରୁ ଭୂତଳ ଜଳସ୍ତର ଉପରେ ଏହାର ପ୍ରଭାବ ପଡୁଛି।
ସାଧାରଣତଃ ଧାନ ଚାଷରେ ସର୍ବାଧିକ ଜଳ ବ୍ୟବହାର ହୋଇଥାଏ। ଚାଷୀଙ୍କ ମଧ୍ୟରେ ସଚେତନତା ଅଭାବରୁ ଅର୍ଥକରୀ ଫସଲ ପ୍ରତି କୃଷକ ଆକୃଷ୍ଟ ନ ହୋଇ ପାରମ୍ପରିକ ଭାବେ ରବି ଧାନଚାଷ କରିଆସୁଛନ୍ତି। ଫଳରେ ଏବେଠୁ ପ୍ରତିଗଁାରେ ଶହ ଶହ ବେସରକାରୀ ଅଗଭୀର ନଳକୂପ ଅଚଳ ହେଲାଣି। ନଦୀକୂଳିଆ ଗଁାଗୁଡିକର ବେସରକାରୀ ନଳକୂପ ଅଚଳ ହୋଇଥିବାରୁ ଲୋକେ ପିଇବା ପାଣି ଅଭାବର ସମ୍ମୁଖୀନ ହେଉଛନ୍ତି। କେବଳ ବେସରକାରୀ ନୁହେଁ ସରକାରୀ ଭାବେ ଖନନ ହୋଇଥିବା ଇଣ୍ଡିଆନ୍‌ ମାର୍କ-୨ ନଳକୂପରୁ ସ୍ବଳ୍ପ ପାଣି କିମ୍ବା ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳୁଛି। ଏପରିକି ପିଇବା ପାଣି ପ୍ରକଳ୍ପରୁ ମଧ୍ୟ ଅଳ୍ପ ଜଳ ବାହାରୁଥିବାରୁ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ସେଠାରେ ଲୋକଙ୍କ ଜଳକଷ୍ଟ ତୀବ୍ର ହୋଇଛି। ଗଁାରେ ବସିଥିବା ବସୁଧା ଯୋଜନାର ପ୍ରକଳ୍ପ ମଧ୍ୟରୁ କେତେକ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ତାହା ଲୋକଙ୍କ କାର୍ଯ୍ୟରେ ଆସୁନାହିଁ। ପିଇବା ପାଣି ସଂଗ୍ରହ ଲାଗି ଗଁାରେ ଥିବା ନଳକୂପ କିମ୍ବା ଉତ୍ସ ନିକଟରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି।
କେତେକ ବିଦ୍ୟାଳୟରେ ପିଇବା ପାଣି ପ୍ରକଳ୍ପ ନ ଥିବାରୁ ଏବଂ ନଳକୂପ ଅଚଳ ହୋଇଥିବାରୁ ପିଲାମାନେ ଦୂରସ୍ଥାନକୁ ପାଣି ପାଇଁ ଯାଉଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ବର୍ଷା ନ ହେଲେ ଉଠାସେଚନ ପ୍ରକଳ୍ପଗୁଡିକ ମଧ୍ୟରୁ କେତେକ ଅଚଳ ହେବାର ସମ୍ଭାବନା ରହିଛି। ଭୂତଳ ଜଳର ବ୍ୟାପକ ବ୍ୟବହାର ଯୋଗୁ ଭୂତଳ ସ୍ଥାନର ପୂରଣ ଲାଗି ସମୁଦ୍ର ଲୁଣିପାଣି ସ୍ଥଳଭାଗକୁ ପଶି ଆସିବାର ସମ୍ଭାବନା ଦେଖାଦେଇଛି।
ବୈଜ୍ଞାନିକ ଡ. ଦିଲୀପ ପଣ୍ଡାଙ୍କୁ ଏ ସମ୍ପର୍କରେ ପଚାରିବାରୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପୋଖରୀ ଓ ଜଳଉତ୍ସ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସହକାରୀ ଯନ୍ତ୍ରୀ ଇଂ. ପ୍ରଦ୍ୟୁମ୍ନ ଦାସ କହିଛନ୍ତି, ଏବେ ଜଳେଶ୍ୱରର ଭୂତଳ ଜଳ ୨୦ରୁ ୨୪ ମିଟର ଖସିଯାଇଥିବାରୁ ପାଣି ସମସ୍ୟା ଉକତ୍ଟ ହୋଇଛି। ପ୍ରତିଦିନ କର୍ମଚାରୀମାନେ ଯାଇ ଅଚଳ ନଳକୂପଗୁଡିକୁ ମରାମତି କରିବାରେ ଲାଗିଛନ୍ତି। ଜଳେଶ୍ୱର ବ୍ଲକରେ ଏକ ମେଗା ଜଳ ପ୍ରକଳ୍ପ ଲାଗି ବହୁଦିନରୁ ଦାବି ହୋଇଆସୁଛି। ସୁବର୍ଣ୍ଣରେଖା ନଦୀର ରାଜଘାଟ, ପଞ୍ଚୁଘଣ୍ଟା, କୂଅଁରପୁରଠାରେ ନଦୀରୁ ପାଣି ଉତ୍ତୋଳନ କରି ବିଶୋଧନ ପରେ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଯାଇପାରିଲେ ସ୍ଥାୟୀ ସମସ୍ୟା ଦୂର ହୋଇପାରନ୍ତା ବୋଲି ନଦୀକୂଳିଆ ବହୁ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri