ପାଣି ପଞ୍ଚାୟତ

ଗଙ୍ଗାଧର ସାମଲ

ଆମ ରାଜ୍ୟର ପ୍ରାୟ ସତୁରି ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। ଏଠାରେ ଅଣଜଳସେଚିତ ଜମି ଅଧିକ ଥିବାରୁ ବନ୍ୟା, ମରୁଡ଼ିର ଚାଷୀ ଶିକାର ହୋଇ ଋଣ ଶୁଝି ନ ପାରି ସର୍ବସ୍ବାନ୍ତ ହୁଅନ୍ତି। ଏହି ପରିପ୍ରେକ୍ଷୀରେ ଜଳସେଚନର ସୁବ୍ୟବସ୍ଥା ଲାଗି ପାଣି ପଞ୍ଚାୟତର ସୃଷ୍ଟି। ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ନେଇ ଏହି ଯୋଜନା ରାଜ୍ୟ ସରକାରଙ୍କର ଏକ ନୂତନ ପଦକ୍ଷେପ। ସାରା ପୃଥିବୀର ଜଳନୀତି ଓ ଆମ ଦେଶର ଜଳନୀତିକୁ ନେଇ ଓଡ଼ିଶା ସରକାର, ଓଡ଼ିଶା ପାଣିପଞ୍ଚାୟତ ଅଧିନିୟମ ୨୦୦୨, ଓଡ଼ିଶା ପାଣି ପଞ୍ଚାୟତ ନିୟମାବଳୀ-୨୦୦୩ ଏବଂ ଓଡ଼ିଶା ପାଣି ପଞ୍ଚାୟତ (ସଂଶୋଧନ) ଅଧିନିୟମ ୨୦୦୮କୁ ପର୍ଯ୍ୟାୟକ୍ରମେ ଆଇନରେ ପରିଣତ କରିଛନ୍ତି। ତେବେ ଏହି ଯୋଜନାର ସଫଳ ରୂପାୟନ ଲାଗି ଆହୁରି କେତେକ ପଦକ୍ଷେପର ଆବଶ୍ୟକତା ରହିଛି। ଓଡ଼ିଶା ଉଠାଜଳସେଚନ ସମସ୍ୟା ରହିତ ହେଲେ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ତେବେ ନିମ୍ନରେ କେତୋଟି ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ତା’ହେଲେ ଓଡ଼ିଶାର ଚାଷୀମାନେ ଉପକୃତ ହେବା ସହ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ଜଳସେଚନ କରି କୃଷି ଉପତ୍ାଦନରେ ସହାୟ ହୋଇପାରିବେ।
କୃଷି କାର୍ଯ୍ୟରେ ବ୍ୟବହୃତ ଉଠାଜଳସେଚନ ପ୍ରକଳ୍ପ ବିଦ୍ୟୁତ୍‌ ଶୁଳ୍କ କୃଷକମାନଙ୍କୁ ଛାଡ଼ କରି ସରକାର ଭରଣା କରିବା ବ୍ୟବସ୍ଥା ହେଉ, ଯାହାକି ଆନ୍ଧ୍ରପ୍ରଦେଶ, ପଞ୍ଜାବ, ହରିୟାଣା ଓ ମହାରାଷ୍ଟ୍ର ପ୍ରଭୃତି କୃଷି ବିକଶିତ ରାଜ୍ୟରେ ପ୍ରଣୟନ କରାଯାଇଛି। ମୋଟର, ଷ୍ଟାର୍ଟର ଆଦି ସମସ୍ତ ଯନ୍ତ୍ରାଂଶ ବିଭାଗୀୟ ଯନ୍ତ୍ରୀମାନଙ୍କ ପାଖରେ ଷ୍ଟକ୍‌ ରଖାଯାଉ। ଯନ୍ତ୍ରାଂଶ ଅଚଳ ଅବସ୍ଥାକୁ ଆସିବା ବିଭାଗୀୟ ଯନ୍ତ୍ରୀ ଅନୁଭବ କଲେ ଆବଶ୍ୟକସ୍ଥଳେ ଚାଷୀମାନଙ୍କୁ ପାଣି ପଞ୍ଚାୟତରେ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉ। ଲୋ-ଭୋଲ୍‌ଟେଜ ପ୍ରତିକାର ପୂର୍ବକ ଚାଷୀମାନଙ୍କୁ ସେଚ ପ୍ରକ୍ରିୟା ପାଇଁ ଉପଯୁକ୍ତ ବିଦ୍ୟୁତ୍‌ ଯୋଗାଇ ଦିଆଯାଉ। ପ୍ରକଳ୍ପଟିର ଟ୍ରାନ୍ସଫର୍ମର ପୋଡ଼ିଗଲେ ଅତିଶୀଘ୍ର ନୂତନ ଟ୍ରାନ୍ସଫର୍ମର ବସାଇବା ବ୍ୟବସ୍ଥା କରାଯାଉ। ସେଥିପାଇଁ ନୂତନ ଟ୍ରାନ୍ସଫର୍ମର ସ୍ବତନ୍ତ୍ର ଭାବେ ଷ୍ଟକ୍‌ ରଖାଯାଉ। ଏହି ନୂତନ ଟ୍ରାନ୍ସଫର୍ମର ଉଠାଜଳସେଚନ ନିର୍ବାହୀଯନ୍ତ୍ରୀଙ୍କ ନିକଟରେ ମହଜୁଦ ରଖାଯାଉ। ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ପାଣିନାଳ ମାଟିରେ ହୋଇଛି। ତେଣୁ ନାଳରେ ଅନେକ ଜଳ ନଷ୍ଟ ହେଉଥିବାରୁ ସିମେଣ୍ଟ ନାଳ କିମ୍ବା ପିଭିସି ପାଇପ ଦ୍ୱାରା ପାଣି ନାଳ ତିଆରି କରିବା ଲାଗି ସରକାର ଅର୍ଥର ବ୍ୟବସ୍ଥା କରିବା ଆବଶ୍ୟକ। ଯେଉଁ ପାଣି ପଞ୍ଚାୟତର ପ୍ରକଳ୍ପ ଗୃହ ନାହିଁ ସେଠାରେ ରହୁଥିବା ଷ୍ଟାର୍ଟର, ମୋଟର, ବିଭିନ୍ନ ଯନ୍ତ୍ରାଂଶ ନଷ୍ଟହୁଏ ଓ ଚୋରି ଭୟ ଥାଏ। ତେଣୁ ସେଚ୍‌ ପ୍ରକଳ୍ପ ଗୃହ ନିର୍ମାଣ କରିବା ଲାଗି ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଉ। ଉଠାଜଳସେଚନ ପ୍ରକଳ୍ପ ଲାଗି ବଜେଟରେ ବାର୍ଷିକ ବ୍ୟୟର ଅର୍ଥ ବରାଦ କରାଯାଉ। ଫଳରେ କୃଷି, କୃଷକର ଉନ୍ନତି ହେବ ଓ ପାଣି ପଞ୍ଚାୟତର ସ୍ବପ୍ନ ସାକାର ହେବା ସଙ୍ଗେ ସଙ୍ଗେ ରାଜ୍ୟର ପ୍ରଗତି ହେବ ଓ ଓଡ଼ିଶା ଏକ ବିକାଶଶୀଳ ରାଜ୍ୟ ଭାବେ ପରିଣତ ହୋଇପାରିବ। ରାଜ୍ୟକୁ ସବୁଜ ଶସ୍ୟ ଶ୍ୟାମଳାରେ ପରିଣତ କରାଯାଇପାରିବ। ପାଣି ପଞ୍ଚାୟତଗୁଡ଼ିକୁ ଧାନ ବିକ୍ରିୟ କରିବା ପାଇଁ ସ୍ବତନ୍ତ୍ର ସ୍ବାଧୀନତା ଦେବା ଆବଶ୍ୟକ; ଯେପରି ଗ୍ରାମାଞ୍ଚଳରେ ସେବା ସମବାୟ ସମିତିଗୁଡ଼ିକୁ ସରକାର କ୍ଷମତା ପ୍ରଦାନ କରିଛନ୍ତି। ଏହାଦ୍ୱାରା ଚାଷୀ ଉପକୃତ ହୋଇପାରିବେ। ତା’ସହିତ ବ୍ୟାଙ୍କରୁ କମ୍‌ ସୁଧରେ ଋଣ ମିଳିବା ଏବଂ ପଣ୍ୟାଗାର ଆଦି ତିଆରି କରାଗଲେ ପାଣି ପଞ୍ଚାୟତଗୁଡ଼ିକର ସମୃଦ୍ଧି ହୋଇପାରିବ। କୃଷି କାର୍ଯ୍ୟର ପରିବ୍ୟୟ ହ୍ରାସ କରିବା ପାଇଁ କମ୍‌ ସୁଧରେ ସମସ୍ତ ଚାଷୀଙ୍କୁ ଆନୁଷ୍ଠାନିକ ଋଣ ଓ ଶସ୍ତାରେ ଉତ୍କୃଷ୍ଟ ଧରଣର ବିହନ, ସାର, କୀଟନାଶକ, ଆଧୁନିକ କୃଷି ଯନ୍ତ୍ରପାତି ଯୋଗାଇଦେବା ଆବଶ୍ୟକ। କୃଷକମାନେ ଦରଦାମ୍‌ର ଅସ୍ଥିରତାର ସୁରକ୍ଷା ପାଇଁ ମୂଲ୍ୟ ସ୍ଥିରତା ପାଣ୍ଠି ଗଠନ କରିବା, ଖାଦ୍ୟଶସ୍ୟ ସଂରକ୍ଷଣ ସୁବିଧା, ଶସ୍ୟବୀମା ଯୋଜନା ସୁବିଧା ସରକାର ଯୋଗାଇଦେବା ଆବଶ୍ୟକ। ପାଣି ପଞ୍ଚାୟତଗୁଡ଼ିକୁ ସାମୂହିକ ଭାବରେ ଲାଭଦାୟକ ସଂସ୍ଥାରେ ପରିଣତ କରିବା ପାଇଁ ହେଲେ ସହଭାଗୀ ଜଳସେଚନ ପ୍ରକ୍ରିୟାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହାଦ୍ୱାରା ଧାନଚାଷ ସହିତ ଅର୍ଥକରୀ ଫସଲ ମଧ୍ୟ ଉପତ୍ାଦନ ହୋଇପାରିବ। ପାଣିପଞ୍ଚାୟତ ମାଧ୍ୟମରେ ସହଭାଗୀ ଜଳସେଚନ ଦ୍ୱାରା କୃଷି କ୍ଷେତ୍ରରେ କୃଷକ ଲାଭବାନ ହୋଇପାରିବ। କିନ୍ତୁ ଉଠାଜଳସେଚନ ପ୍ରକଳ୍ପର ଜଳ ପାଇବା ପାଇଁ ପାଣି ପଞ୍ଚାୟତଗୁଡ଼ିକୁ ଅପେକ୍ଷାକୃତ ଅଧିକ ବ୍ୟୟ କରିବାକୁ ପଡ଼ିଥାଏ। ତେଣୁ ସରକାରୀ ସ୍ତରରେ ଏହି ସମସ୍ୟାକୁ ନଜର ଦିଆଯାଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବା ଆବଶ୍ୟକ। ପ୍ରତି ବ୍ଲକରେ ଜଳସେଚିତ କୃଷିଜମିର ମୃତ୍ତିକା ପରୀକ୍ଷା କରି ତିନିବର୍ଷରେ ଥରେ ପ୍ରତି ଚାଷୀଙ୍କୁ ମୃତ୍ତିକାର ବିଶେଷ ବ୍ୟବସ୍ଥା ଦିଆଯାଉ। ଫଳରେ ମୃତ୍ତିକାର ଉର୍ବରତା ଦ୍ୱାରା ଅଧିକ ଫସଲ ଆମଦାନୀ କରାଯାଇପାରିବ। ପାଣି ପଞ୍ଚାୟତ ଦ୍ୱାରା ଓଡ଼ିଶା ପରି ଏକ କୃଷିପ୍ରଧାନ ରାଜ୍ୟର ଚାଷୀ ଓ ଚାଷ ଉପରେ ନିର୍ଭରଶୀଳ ବ୍ୟକ୍ତିମାନେ ବ୍ୟାପକ ସୁଫଳ ପାଇପାରିବେ। ପାଣିପଞ୍ଚାୟତ ସହିତ ଜଳ ସଂରକ୍ଷଣ ଜନିତ ସଚେତନତା ମଧ୍ୟ ବୃଦ୍ଧି ପାଇବା ଜରୁରୀ। ପାଣି ପଞ୍ଚାୟତ ପାଇଁ କେନ୍ଦ୍ରର ଅନୁଦାନ ମଧ୍ୟ ଦ୍ୱିଗୁଣିତ ହେବା ପ୍ରାସଙ୍ଗିକ ମନେହୁଏ। ପାଣି ପଞ୍ଚାୟତ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀମାନଙ୍କୁ ବହୁଳ ଉପକାର ଦେଇପାରୁଥିବା ଚାଷ ବ୍ୟବସ୍ଥାର ମୂଳ କ୍ଷେତ୍ର। ତେବେ ଏ କ୍ଷେତ୍ରରେ ସଚେତନତା ସହିତ ଚାଷୀମାନଙ୍କର ମଧ୍ୟ ସହଯୋଗ ଗୁରୁତ୍ୱପୂର୍ଣ୍ଣ ଓ ଅପରିହାର୍ଯ୍ୟ।
ମାଣିକପାଟଣା, ଆଳି, କେନ୍ଦ୍ରାପଡ଼ା, ମୋ:୯୪୩୭୨୨୬୬୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri