ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ ବିଦ୍ୟାଳୟ ଏବେ ସରକାରୀ ଅବହେଳାର ଶିକାର ହୋଇଛି। ପୂର୍ବ ସରକାରଙ୍କ ସମୟରେ ୫-ଟି ଯୋଜନାରେ ବିଦ୍ୟାଳୟର ରୂପାନ୍ତରଣ କରାଯାଇଥିଲା। ହେଲେ ନିମ୍ନମାନର କାମ ଯୋଗୁ ଏବେ ବର୍ଷା ସମୟରେ ଶ୍ରେଣୀଗୃହ ଛାତରୁ ପାଣି ଝରିବା ସହ ପ୍ଲାଷ୍ଟର ଖସୁଛି। ଏହା ସତ୍ତ୍ୱେ ମଧ୍ୟ ଛତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ସେଠାରେ ପଢ଼ୁଛନ୍ତି, ଯାହାକି ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବ୍ରତ ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବିଦ୍ୟାଳୟରେ ବାଲବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୯୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଛନ୍ତି। ତେବେ ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୨ଟି ଶ୍ରେଣୀଗୃହ ରହିଥିବାରୁ ଗୋଟିଏ କୋଠରିରେ ବାଲ୍‌ ବାଟିକାରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଅନ୍ୟ ଏକ କୋଠରିରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପିଲାଙ୍କୁ ବସାଇ ଶିକ୍ଷାଦାନ କରାଯାଉଛି। ସପ୍ତମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ରହିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଭାଗରେ ୩ ଜଣ ଶିକ୍ଷକ ନିଯୁକ୍ତ ଥିଲେ। ସେଥିରୁ ଜଣଙ୍କୁ ଡେପୁଟେଶନରେ ଅନ୍ୟତ୍ର ପଠାଯାଇଥିବାରୁ ବର୍ତ୍ତମାନ ମାତ୍ର ୨ ଜଣ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଛି। ସେହିପରି ସପ୍ତମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ସମସ୍ତ ବିଷୟରେ ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ଉଭୟ ବାଳିକା ଓ ବାଳକଙ୍କ ପାଇଁ ପୃଥକ୍‌ ଶୌଚାଳୟ ରହିଥିଲେ ସୁଦ୍ଧା ଅଧିକାଂଶ ସମୟରେ ପାଣି ସମସ୍ୟା କାରଣରୁ ପିଲାମାନେ ତାହାକୁ ବ୍ୟବହାର କରିପାରୁ ନାହାନ୍ତି। ପାନୀୟ ଜଳ କ୍ଷେତ୍ରରେ ମଧ୍ୟ ସମସ୍ୟା ରହିଛି। ବିଦ୍ୟାଳୟରେ କୌଣସି ବୋରିଂ ବ୍ୟବସ୍ଥା ନ ଥିବାରୁ କେବଳ ବସୁଧା ଯୋଜନା ପାଣି ଭରସାରେ ଚାଲିଛି। ହେଲେ ଅନେକ ସମୟରେ ପାଣି ଆସୁ ନ ଥିବାରୁ ପିଲାମାନେ ଜଳକଷ୍ଟ ମଧ୍ୟ ଭୋଗୁଛନ୍ତି। ବିଦ୍ୟାଳୟରେ କମ୍ପ୍ୟୁଟର ଉପଲବ୍ଧ ଥିଲେ ସୁଦ୍ଧା ଶିକ୍ଷକ କିମ୍ବା ତାଲିମ ବ୍ୟବସ୍ଥା ଅଭାବରୁ ଛାତ୍ରୀଛାତ୍ର କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚତ୍ତ ରହୁଛନ୍ତି। ସବୁଠାରୁ ଗୁରୁତର ସମସ୍ୟା ହେଉଛି ଛାତରୁ ପାଣି ଝରିବା। ଏଥିଯୋଗୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏ ସମ୍ପର୍କରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ କହିଛନ୍ତି, ବର୍ଷା ହେଲେ ଛାତରୁ ପାଣି ଗଳି ବେଞ୍ଚ ଓ ଖାତାବହି ଭିଜିଯାଉଛି, ଫଳରେ ବସିବା ଓ ଲେଖିବାରେ ଅସୁବିଧା ଭୋଗିବା ସହ ନିଜେ କ୍ଲାସ୍‌ରୁମ୍‌ ପୋଛୁଥିବା କହିଛନ୍ତି। ବିଭାଗୀୟ ଅଧିକାରୀ ପରିଦର୍ଶନରେ ଆସି ସମସ୍ୟା ନେଇ ଅବଗତ ହୋଇଥିଲେ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭିକାରୀ ମାଝୀଙ୍କୁ ପଚାରିବାରୁ ସରକାର ସ୍କୁଲ ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ ନଚେତ୍‌ ଆମେ ପିଲାଙ୍କ ଭବିଷ୍ୟତ ପାଇଁ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ପ୍ରଧାନ ଶିକ୍ଷକ କହିଛନ୍ତି, ବିଗତ ୫ବର୍ଷ ମଧ୍ୟରେ କେବଳ ୫-ଟି ଅଧୀନରେ ଯାହା ବିଦ୍ୟାଳୟ ରୂପାନ୍ତରଣ କାମ ହୋଇଥିଲା। ଏହାପରେ ଆଉ କିଛି କାମ ହୋଇ ନାହିଁ କିମ୍ବା ସରକାରଙ୍କ କୌଣସି ପାଣ୍ଠି ଆସି ନାହିଁ ବୋଲି କହିଥିଲେ। ସରକାର ବିଦ୍ୟାଳୟର ଛାତ ମରାମତି, ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ସ୍ଥାୟୀ ପାନୀୟ ଜଳ ବ୍ୟବସ୍ଥା, ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ଅଭିଭାବକ ମହଲରୁ ଦାବି ହୋଇଛି। ଏନେଇ ଏବିଇଓ ଦାୟିତ୍ୱରେ ଥିବା ନରେନ୍ଦ୍ର କାମପାଲଙ୍କୁ ପଚାରିବାରୁ ପୂର୍ବରୁ ୫-ଟି ଅଧୀନରେ ବିଦ୍ୟାଳୟ ଛାତରୁ ପାଣି ଗଳିବା ସମସ୍ୟାର ସମାଧାନ ପାଇଁ ଟିଣ ଚାଦର ଲଗାଯାଇଥିଲା। ହେଲେ ବର୍ତ୍ତମାନ ବିଭାଗୀୟ ସ୍ତରରେ ଆମେ କିଛି କରିପାରିବୁ ନାହିଁ। ବିଦ୍ୟାଳୟ ପରିଚାଳନା କମିଟି ପ୍ରସ୍ତାବ ପାରିତ କରି ବିଡିଓଙ୍କୁ ଜଣାଇଲେ କିମ୍ବା ସରପଞ୍ଚ ଚାହିଁଲେ କିଛି ସମାଧାନ ହୋଇପାରିବ। ସେହିପରି ସରକାରଙ୍କ ପକ୍ଷରୁ କୌଣସି ନୂଆ ବିଜ୍ଞପ୍ତି କିମ୍ବା ପଦବୀ ବାହାରୁ ନ ଥିବାରୁ ଶିକ୍ଷକ ସମସ୍ୟା ଲାଗିରହିଛି ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ବୁଧବାରଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ: ୪ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସାବଧାନ

ବୁଧବାର ଦିନ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ପାଇଁ ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିବ। ୨ ସେପ୍ଟେମ୍ବର ୨୦୨୬ରେ ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ବୈଭବ ସୂର୍ଯ୍ୟବଂଶୀଙ୍କ ୬ ଐତିହାସିକ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ!

ନୂଆଦିଲ୍ଲୀ,୨।୯: ଖୁବ କମ ବୟସରେ କ୍ରିକେଟ ଜଗତରେ ବଡ଼ ନାଁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ଯେଉଁ ସିରିଜ କିମ୍ବା ଟୁର୍ନାମେଣ୍ଟରେ ଖେଳୁଛନ୍ତି, ସେଠାରେ କୌଣସି ନା…

ଓଡ଼ିଶାରେ ‘ପରମାଣୁ ଶକ୍ତି’ କେନ୍ଦ୍ର ପାଇଁ ଜମି ଖୋଜାଚାଲିଛି

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ସରକାର ଓ ବୃହତ୍‌ ଶିଳ୍ପସଂସ୍ଥା ଜମି ଖୋଜୁଛନ୍ତି। ଏଥିପାଇଁ ଦୁଇଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri