ସବୁଠି ପାଣି, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୦।୮: ମହାନଦୀର ହୀରାକୁଦ ଜଳଭଣ୍ଡାର ଧାରଣ କ୍ଷମତାକୁ ଲକ୍ଷ୍ୟ ରଖାଯାଇ ଗେଟ୍‌ଗୁଡ଼ିକ ବନ୍ଦ ହେଉଛି। ତଳମୁଣ୍ଡରେ କଟକର ମୁଣ୍ଡଳିଠାରେ ବନ୍ୟା ଜଳ ପ୍ରବାହ ହ୍ରାସ ପାଉଛି। ଏହାସତ୍ତ୍ୱେ ମହାନଦୀ ସିଷ୍ଟମରେ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ହେଉଥିବା ଲୁଣା, କରାଣ୍ଡିଆ, ଚିତ୍ରୋପତ୍ଳା, ପାଇକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଚାଲୁଛି। ଗତ ୩ ଦିନ ଧରି ୮୬ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିଲା ବେଳେ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ସେହିପରି ନଦୀବନ୍ଧଗୁଡ଼ିକର ଘଳିଆ ସଂଖ୍ୟା ୧୦୫ରେ ପହଞ୍ଚତ୍ଛି। ଲୋକଙ୍କୁ ସ୍ଥାନାନ୍ତର କରି ଖାଦ୍ୟ, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ପରି ମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ବନ୍ୟା ଯୋଗୁ ଚାରି ଆଡେ ପାଣି ଥିବାବେଳେ ବିପନ୍ନଙ୍କୁ ପାନୀୟ ଜଳ ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ୭ ବ୍ଲକ ଅଞ୍ଚଳ ବନ୍ୟା ଘେରରେ ଅଛି। ଅଦ୍ୟାବଧି ମୋଟ ୯୩ ପଞ୍ଚାୟତର ୯୨,୮୨୨ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ୮୫ଟି ଗ୍ରାମର ୨୧,୫୬୦ ଅଧିବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ୮,୧୧୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩୨ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ ସହ ଅନ୍ୟ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରାଯାଇଛି। ସେହିପରି ମୋଟ ୨୧,୮୮୨ଟି ଗୃହପାଳିତ ପଶୁ ବନ୍ୟା ଜଳ ଘେରରେ ଥିବା ବେଳେ ବନ୍ୟା ସମୟରେ ୩ଟି ଗାଈ ମରିଛନ୍ତି। ୨୫ଟି କଚ୍ଚା ଘର, ଗୋଟିଏ କୁଡିଆ, ୨ଟି ଗୁହାଳ ଏହି ବନ୍ୟାରେ ଭାଙ୍ଗିଛି। ୧୦୫ଟି ଘଳିଆ ବିଭିନ୍ନ ନଦୀବନ୍ଧରେ ହୋଇଥିବା ବେଳେ ଏହାର ମରାମତି ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି।
ମାର୍ଶାଘାଇ ବ୍ଲକ ଡିହବଳରାମପୁର ଗଁାର ଅମର ନାୟକ କହିଛନ୍ତି, ଏହି ବନ୍ୟା ଆମ ଜୀବନଯାତ୍ରାକୁ ଠପ କରି ଦେଇଛି। ଦୈନନ୍ଦିନ ଜୀବନରେ ଥିବା କର୍ତ୍ତବ୍ୟଗୁଡିକ ପାଳନ କରି ହେଉନାହିଁ। ଗତ ୬ ଦିନ ଧରି ବନ୍ୟା ସ୍ଥିତି ସହ ସଂଘର୍ଷ କରୁଛୁ। ନାନକାର ଗ୍ରାମର ମାଧବ ଚନ୍ଦ୍ର ପଲାଇ କହିଛନ୍ତି, କରାଣ୍ଡିଆରେ ବନ୍ଧ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଛି। ଏହି ଦାବି ପ୍ରତି କେହି ସମ୍ବେଦନଶୀଳ ନୁହନ୍ତି। ଫଳରେ କରାଣ୍ଡିଆର ବନ୍ୟାଜଳ ଖରିଫ ଚାଷ, ପନିପରିବା ନଷ୍ଟ କରିବା ପରେ ଏବେ ଗ୍ରାମର ସମସ୍ତଙ୍କ ଘରେ ପାଣି ପଶିଛି। ନିଜକୁ ଥଇଥାନ କରିବା କଷ୍ଟକର ହୋଇଛି। ଗ୍ରାମର ଅଧିକାଂଶ ଲୋକ ବନ୍ୟା ପାଇଁ ଉଚ୍ଚ ସ୍ଥାନରେ ରହୁଥିବା ବେଳେ ବର୍ଷା ଦୁର୍ଦ୍ଦଶାକୁ ଅଧିକ କରିଛି। ବାଳିସିଂ ଗ୍ରାମର ଅମୃତା ନାୟକ କହିଛନ୍ତି, ବନ୍ୟା ପାଣି ସବୁଆଡ଼େ ଖେଳିଯାଇଛି। ଗ୍ରାମ ମଧ୍ୟରେ ଥିବା ପାନୀୟ ଜଳଉତ୍ସ ଏବେ ବନ୍ୟାଜଳରେ ବୁଡିଯାଇଛି। ଶୁଖିଲା ଖାଦ୍ୟ ଖାଇବା ପରେ ପାଣି ଟିକେ ପିଇବାକୁ ମିଳୁନାହିଁ। ଶିଶୁ, ରୋଗୀ, ବୃଦ୍ଧାବୃଦ୍ଧ ଏହି ବନ୍ୟାରେ ଅସହାୟ ହୋଇପଡିଛନ୍ତି। ସେହିପରି ଘରେ ସାପ ରହିବା ଭୟ ଆରମ୍ଭ ହୋଇଛି। ଏଭଳି ସ୍ଥିତି ଆଉ ଦିନେ ଦୁଇଦିନ ରହିଲେ ଝାଡାବାନ୍ତି ପରି ଜଳବାହିତ ରୋଗ ବ୍ୟାପିବା ସମ୍ଭାବନା ବଢ଼ିଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ନଦୀର ଜଳସ୍ତର କମିବା ଆରମ୍ଭ ହୋଇଛି। ବନ୍ୟା ଘେରରେ ଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ୭୮ଟି ପାୱାର ବୋଟ ଓ ଡଙ୍ଗା ବ୍ୟବହାର କରାଯାଉଛି। ୨୦ଟି ମେଡିକାଲ ଓ ୯ଟି ପଶୁସମ୍ପଦ ବିଭାଗ ଟିମ ବନ୍ୟାଞ୍ଚଳରେ ସେବା ଯୋଗାଉଛନ୍ତି। ଏବେ ବନ୍ୟାଞ୍ଚଳରେ ମୌଳିକ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦିଆଯାଇଛି। ନଦୀବନ୍ଧରେ ହୋଇଥିବା ଘଳିଆକୁ ବନ୍ଦ କରାଯାଇଛି। ଜଳସ୍ତର କମୁଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି। ଆଗାମୀଦିନରେ କ୍ଷୟକ୍ଷତି ଆକଳନ ସହ ଲୋକଙ୍କ ଜୀବନଜୀବିକାକୁ ସାବଲୀଳ ପାଇଁ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?