୪୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା

ଜଗତ୍‌ସିଂହପୁର ଅଫିସ, ୨୮।୮: ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହୋଇଗଲେ ଅଧିକାଂଶ ବିଲରୁ ଜଳ ନିଷ୍କାସନ ସହଜ ହେଉନି। ଏ ପରିସ୍ଥିତିରେ ଗତ ଲଗାଣ ବର୍ଷା ଓ ବନ୍ୟା ପରେ ଧାନ, ପନିପରିବା ଚାଷ ଉପରେ ଗୁରୁତର ପ୍ରଭାବ ପକାଇଛି। ବିଶେଷ କରି ଜିଲାର ହଂସୁଆ ଓ ଏଥି ସଂଲଗ୍ନ ଡ୍ରେନ୍‌ଗୁଡିକ ପାଖାପାଖି ୬୫ ହଜାର ହେକ୍ଟର ଚାଷ ଜମିରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା ଥିଲେ ସୁଦ୍ଧା ଏହାର ଆଶାଜନକ ପୁନରୁଦ୍ଧାର ହେଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି । ଚଳିତ ବର୍ଷା ଓ ବନ୍ୟାରେ ଜିଲାର ପାଖାପାଖି ୪୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନରେ ସମସ୍ୟା ହୋଇଛି ବୋଲି ନବ ନିର୍ମାଣ କୃଷକ ସଙ୍ଗଠର ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି। ତେଣୁ ହଂସୁଆର ଉତ୍ପତ୍ତିସ୍ଥଳରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇପାରିଲେ ସମସ୍ୟାର ସମାଧାନ ହୋଇପାରିବ। ଏଥିସହ ଜଳ ନିଷ୍କାସନ ପାଇଁ ଡ୍ରେନ୍‌ଗୁଡିକର ଶଯ୍ୟା ଖନନ, ବେଆଇନ ଘେରିବନ୍ଧ ଉଚ୍ଛେଦ, ହଂସୁଆ ପାର୍ଶ୍ୱରେ ଲାଗିଥିବା ସନ୍ତରା ଓ କଣ୍ଟା ବୁଦାଗୁଡ଼ିକର ମୁଳୋତ୍ପାଟନ, ଅତି ଅଣଓସାରିଆ ସ୍ଥାନକୁ ଗଭୀର ଓ ପ୍ରସାରିତ କରିବା, ବିଭିନ୍ନ ସ୍ଥାନରେ ସ୍ଲୁଇସ୍‌ ଆଦି କରିବା ଜରୁରୀ ହୋଇପଡ଼ିଛି। ସଫେଇ ସମୟରେ ବାହାରୁଥିବା ଦଳ ଆଦିକୁ ଖତ କରାଗଲେ ଉପକାର ମିଳନ୍ତା। ପ୍ରତିବର୍ଷ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଅନେକ କିଛି ପ୍ରତିଶ୍ରୁତି ଦିଆଯାଉଥିବାବେଳେ ପରବର୍ତ୍ତୀ ସମୟରେ କୌଣସି ପ୍ରତିକାର ହେଉ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନି ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ହଂସୁଆ ଡ୍ରେନ୍‌ କଟକ ସଦର ଅଞ୍ଚଳରୁ ବାହାରି ଜଗତ୍‌ସିଂହପୁର ଜିଲାର ୯୮ କିଲୋମିଟର ୬୦୦ ମିଟର ପର୍ଯ୍ୟନ୍ତ ଲମ୍ବିଛି। ଜିଲାର ପାଖାପାଖି ୬୫ ହଜାର ହେକ୍ଟର ଚାଷ ଜମିରୁ ଉଦ୍‌ବୃତ୍ତ ଜଳ ଏହି ଡ୍ରେନ୍‌ ଓ ତତ୍‌ସଂଲଗ୍ନ ଛୋଟ ଡ୍ରେନେଜ୍‌ କଟ୍‌କୁ ନିଷ୍କାସିତ ହେବା କଥା। କିନ୍ତୁ ହଂସୁଆର ଉଦ୍‌ବୃତ୍ତ ଜଳ ଚାଷ ଜମିକୁ ମାଡି ଆସି ବିପଦ ସୃଷ୍ଟି କରୁଛି। ସେହିପରି ବିନା ଯୋଜନାରେ ପ୍ରାକୃତିକ ନାଳ ଉପରେ ଆର୍‌ଡି ପକ୍ଷରୁ ଏକାଧିକ ପୋଲ କରାଯିବା ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ସାଦେଇପୁର, ଗନେଇଲୋ ଆଦି କେତେକ ଅଞ୍ଚଳରେ ଚିଙ୍ଗୁଡି ଘେରି ହୋଇଥିବାରୁ ସମସ୍ୟା ଦେଖା ଦେଇଛି। ରଘୁନାଥପୁର ବ୍ଲକର କିଛି ଅଞ୍ଚଳ ସମେତ ବିରିଡ଼ି, ତିର୍ତ୍ତୋଲ, ବାଲିକୁଦା, ଏରସମା ଓ ନାଉଗାଁ ବ୍ଲକର ଶହସ୍ରାଧିକ ହେକ୍ଟର ଜମି ଏଥିଯୋଗୁ ପ୍ରଭାବିତ ହେଉଛି। ସେହିପରି ଅଳକା ଡ୍ରେନ୍‌ ସମସ୍ୟା ଯୋଗୁ ବାଲିକୁଦାର କଣିଆ, ଥାଇଲୋ, କଟିକଟା, ନବାଙ୍ଗ, ନାରଦିଆ, ରମ୍ବିଳା, ତିତିରା, ସୋମପୁର ଓ ଜଗତ୍‌ସିଂହପୁର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହେଉଛି। ଯଦିଓ ଏହି ଡ୍ରେନ୍‌ ସଫେଇ କାମ ଚାଲିଛି ଆଶାଜନକ ଅଗ୍ରଗତି ଘଟୁ ନ ଥିବାରୁ ସମସ୍ୟା ଲାଗି ରହିଛି। ଜଗତ୍‌ସିଂହପୁରରୁ ବାହାରିଥିବା ମାଧପୁର ଡ୍ରେନେଜ୍‌ କଟ୍‌ ନାଲିବର ପାଖରେ ହଂସୁଆରେ ମିଶି ପୁଅଖାଇ ଡ୍ରେନେଜ୍‌ କଟ୍‌ ଅଳା, ଶିଙ୍ଗାରପୁରରୁ ବାହାରି ପଳାଶୋଳ, ସମଙ୍ଗ, ଜେନାସାହି, ଜୈନାବାଜ, ଡିଙ୍ଗେଶ୍ୱର ପର୍ଯ୍ୟନ୍ତ ଯାଇଛି। ଏସବୁ ଡ୍ରେନ୍‌ ସମସ୍ୟା ବାଦ୍‌ ବନ୍ୟା କାରଣରୁ ଜିଲାର ପାଖାପାଖି ୮ ହଜାର ହେକ୍ଟର ଧାନ ଫସଲରେ ପାଣି ଜମି ରହିଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାଶ କହିଛନ୍ତି, ଏଥିମଧ୍ୟରେ ନାଉଗାଁ, ବିରିଡ଼ି, ତିର୍ତ୍ତୋଲ ଓ ବାଲିକୁଦା ବ୍ଲକର ପାଖାପାଖି ଅଧା ଜମି ଉପରେ କ୍ଷୟକ୍ଷତି ଅନୁଧ୍ୟାନ କରାଯାଇଛି। ରଘୁନାଥପୁର, ଜଗତ୍‌ସିଂହପୁର ଓ ଏରସମା ବ୍ଲକ ଅଞ୍ଚଳରେ ସେଭଳି କ୍ଷତି ହୋଇନାହିଁ। କୁଜଙ୍ଗ ଓ ବାଲିକୁଦାର ଅବଶିଷ୍ଟ ଜମିର କ୍ଷୟକ୍ଷତି ଅନୁଧ୍ୟାନ ହେବ । ପ୍ରାଥମିକ ଆକଳନରୁ ଏ ପର୍ଯ୍ୟନ୍ତ ୨୧୪୦ ହେକ୍ଟର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଆଗକୁ ଏହି ସଂଖ୍ୟା ବଢିବ। ତେବେ ଜିଲାରେ ଜଳ ନିଷ୍କାସନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ ଉଦ୍‌ବେଗ ପ୍ରକାଶ କରିବା ସହ ସରକାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ଜଗତ୍‌ସିଂହପୁର ଜଳ ନିଷ୍କାସନ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ବେହେରା କହିଛନ୍ତି, ହଂସୁରାର ୪୦ କିଲୋମିଟର ଡ୍ରେନ୍‌ କାମ ହୋଇଛି। କେବଳ ବିଭିନ୍ନ ପୋଲ ସ୍ଥାନରେ ଦଳ ଜମିବାରୁ ସଫା କରିବାକୁ ପଡୁଛି। ତେବେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri