କଡ଼ମାରେ ଜଳ ସଙ୍କଟ ଉତ୍କଟ

କୋରେଇ,୫।୩(ଡି.ଏନ୍‌.ଏ): ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ କୋରେଇ ବ୍ଲକ ଅଧୀନ ଏକାଧିକ ପଞ୍ଚାୟତରେ ଜଳ ସମସ୍ୟା ଚିନ୍ତା ବଢ଼ାଇଛି। ୨୦ ବର୍ଷ ପଛ ତଥା ପୂର୍ବଭଳି ଖୋଲା କୂପ ଉପରେ ଲୋକେ ଭରସା କରିଛନ୍ତି। ଏହି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ୮ଟି ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ବନ୍ଦ ରହିଥିବାବେଳେ ଏହାର ମରାମତି ତଥା ପୁନଃ ଜଳଯୋଗାଣ ପାଇଁ ବ୍ଲକ କର୍ତ୍ତୃପକ୍ଷ କିମ୍ବା ଗ୍ରାମ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଚେଇଁ ଶୋଇଛି। ଅନ୍ୟପକ୍ଷରେ ବ୍ଲକର ତଳଗଡ଼ ପଞ୍ଚାୟତର ଉପୁଳେଇ ଗ୍ରାମ ଓ ମକୁନ୍ଦୁପୁର ପଞ୍ଚାୟତ ତଥା ମକୁନ୍ଦୁପୁର ଗ୍ରାମର ଓଭରହେଡ୍‌ ପାଣିଟାଙ୍କି ବିଦ୍ୟୁତ୍‌ ବିଲ୍‌ ପୈଠ ହୋଇ ନ ଥିବା କାରଣରୁ ବିଜୁଳି ବିଚ୍ଛିନ୍ନ ହୋଇ ଜଳଯୋଗାଣ ବନ୍ଦ ରହିଛି। ଜହ୍ନା ଓ ମୂଳାପାଳ ପଞ୍ଚାୟତର ଧନତ୍ରୀ ଗ୍ରାମରେ ଟ୍ରାନ୍ସଫର୍ମର ଫେଲ୍‌ ଯୋଗୁ ଜଳଯୋଗାଣ ହୋଇପାରୁନାହିଁ। ସେହିପରି ପାଣିକୋଇଲି ପଞ୍ଚାୟତ ଅଳତିରି ଓ ପାଣିକୋଇଲି ଗ୍ରାମରେ ମେଗା ଜଳ ପ୍ରକଳ୍ପ କାମ ଚାଲୁ ରହିଛି । ଯେଉଁଥିରେ ପୁରୁଣା ପାଇପ୍‌ଗୁଡ଼ିକ ନଷ୍ଟ ହୋଇ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଅମୃତିଆ ପଞ୍ଚାୟତ ତଥା ଅମୃତିଆ ଗ୍ରାମ ଓ ପଛିକୋଟ ପଞ୍ଚାୟତ କଡମା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପ୍ରସାରଣ ପାଇଁ ଠିକାଦାର ପାଇପ୍‌ଗୁଡ଼ିକ ତାଡ଼ି ନଷ୍ଟ କରିଥିବାରୁ ଜଳଯୋଗାଣ ବନ୍ଦ ରହିଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ପାଇପ୍‌ଗୁଡ଼ିକ ୩ ଫୁଟ ତଳେ ପୋତିବାକୁ ଅନୁମତି ରହିଛି। ହେଲେ ନିର୍ମାଣ ସମୟରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଆଗରେ ସରକାରୀ ନିୟମ ଫିକା ପଡ଼ୁଛି। ଯନ୍ତ୍ରୀଙ୍କୁ ହାତକରି ଠିକାଦାରମାନେ ଏକାଧିକ ପ୍ରକଳ୍ପରେ କେଉଁଠି ୧ ଫୁଟ ତ କେଉଁଠି ମାଟି ଉପରେ ପାଇପ ବିଛାଇ ବିପୁଳ ଟଙ୍କା ଆତ୍ମସାତ୍‌ କରାଯାଇଛି। ଡମା ଗ୍ରାମରେ ରାସ୍ତା କାମ ଚାଲୁଥିବାବେଳେ ସାଇଡ୍‌ ଫିଲିଂ ପାଇଁ ଠିକାଦାର ରାସ୍ତା କଡ଼ରୁ ୧ଫୁଟ ଲେଖାଏ ଖନନ କରିଥିଲେ । ଯେଉଁଥିରେ ୪ଟି ଗ୍ରାମକୁ ଜଳ ଯୋଗାଣ ପାଇଁ ରଗଡିି ଛକ ମା’ କାମୁଡଇ ନିକଟରେ ଥିବା ଓଭରହେଡ୍‌ ପାଣିଟାଙ୍କିରୁ କଡ଼ମାକୁ ବିଛାଯାଇଥିବା ପାଇପ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି॥ ଫଳରେ କଡ଼ମାର ଆଇଚିପୁର, ମାଦଳା, ଉଆସପୋଖରୀ ଆଦି ୪ ବସ୍ତିର ପ୍ରାୟ ୪୮୦ ପରିବାର ୨ମାସ ହେବ ଜଳକଷ୍ଟ ଭୋଗୁଛନ୍ତି। ଗାଁରୁ ୧ କି.ମି ଦୂରରେ ଥିବା ଏକ ପୁରୁଣା କୂଅକୁ ଗ୍ରାମବାସୀ ଭରସା କରିଛନ୍ତି। ମହିଳାମାନେ ପାନୀୟ ଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଗାଧୋଇବା ପାଇଁ ଏକ ଅପରିଷ୍କାର ପୋଖରୀ ଉପରେ ନିର୍ଭର କରୁଛନ୍ତି। ଏ ବିଷୟରେ ଗ୍ରାମ୍ୟ ଉନ୍ନୟନ ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କର୍ତ୍ତୃପକ୍ଷ ଏହାର ମରାମତି କରିବେ ବୋଲି ଠିକାଦାର କହୁଛନ୍ତି। କିନ୍ତୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri