ଦିଲ୍ଲୀରେ ଜଳ ଚିନ୍ତା

Dillip Cherian

ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲ ଏବେ ଇଡି ହେପାଜତରେ ରହି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ଏହାସତ୍ତ୍ୱେ ଦିଲ୍ଲୀର ସ୍ବେରେଜ ଓ ଜଳ ଯୋଗାଣ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକ୍ଷମତା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ମାର୍ଲେନା ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିବା ଖବର ବାବୁ ପରିସରରେ ଗୁଞ୍ଜରଣ ସୃଷ୍ଟି କରିଛି। ମାର୍ଲେନା ସ୍ପଷ୍ଟ କରିଛନ୍ତି , ଗ୍ରୀଷ୍ମ ମାସରେ ସହରର ପ୍ରତ୍ୟେକ ଅଞ୍ଚଳ ପାଇଁ ପର୍ଯ୍ୟାପ୍ତ ଜଳ ଟ୍ୟାଙ୍କର ଅଛି ବୋଲି କୁମାର ନିଶ୍ଚିତ କରିବା ଆବଶ୍ୟକ। ଏହା ନିଶ୍ଚତ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କେଜ୍‌ରିୱାଲଙ୍କୁ ଗିରଫ କରିବା ପରେ ତାଙ୍କ କାର୍ଯ୍ୟ କରିବାକୁ ଅତିଶୀ ଆଗକୁ ବଢ଼ିଛନ୍ତି। ଜଣେ ଦିଲ୍ଲୀବାଲା ଭାବେ ଆପଣ ଦିଲ୍ଲୀ ସରକାର ଏବଂ ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭି.କେ. ସାକ୍ସେନାଙ୍କ ବିବାଦ ବିଷୟରେ ଜାଣିଥିବେ। ତେବେ ଏବକାର ନୂଆ ଆଦେଶ ଏବଂ ମୁଖ୍ୟମନ୍ତ୍ରୀ କାରାଗାରରେ ରହିବା ଘଟଣା ମଜାଦାର ହୋଇଛି। ଦୁଇଜଣଙ୍କ ବିବାଦରେ ମଝିରେ ମୁଖ୍ୟ ଶାସନ ସଚିବ ରହିଥିବାରୁ ଏହି କ୍ଷମତା ଯୁଦ୍ଧ ଟିକେ ଥମିଯାଇଛି। । ସାଧାରଣତଃ ଦିଲ୍ଲୀ ଜଳ ବୋର୍ଡର ଲୋକମାନେ ୱାଟର ଟ୍ୟାଙ୍କର ପରିଚାଳନା କରନ୍ତି । କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ମୁଖ୍ୟ ସଚିବଙ୍କୁ ଏହା ଉପରେ ନଜର ରଖିବାକୁ ପଡ଼ିବ। କୁମାର ଜଣେ ବରିଷ୍ଠ ବାବୁ ଓ ସେ ଅନେକ ରଣନୀତିକ ପଦକ୍ଷେପ ନେଇଛନ୍ତିି। ପର୍ଯ୍ୟବେକ୍ଷକମାନେ ସୂଚିତ କରିଛନ୍ତି ଯେ, କୁମାର ବିଜ୍ଞତାର ସହ କାର୍ଯ୍ୟ କରିଛନ୍ତି ଯାହାକି ତାଙ୍କ ପୂର୍ବ ଅଧିକାରୀ ଯଥା ଏମ୍‌.ଏମ୍‌. କୁଟି ଏବଂ ବିଜୟ କୁମାର ଦେବ ହାସଲ କରିପାରି ନ ଥିଲେ।
ଯୋଜନାବଦ୍ଧ ଅଦଳବଦଳ
ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ଡ ବ୍ୟତୀତ ଅନ୍ୟ ଭାଜପା (ଭାରତୀୟ ଜନତା ପାର୍ଟି) ଶାସିତ ରାଜ୍ୟଗୁଡ଼ିକରେ ଗୃହ ସଚିବମାନଙ୍କର ଅଦଳବଦଳରେ ଅନେକେ ଆଶ୍ଚର୍ଯ୍ୟ ହୋଇଥାଇପାରନ୍ତି। କିନ୍ତୁ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ରାଜୀବ କୁମାରଙ୍କୁ ହଟାଇଦେବେ ବୋଲି ଆଦୌ ଆଶା କରାଯାଇ ନ ଥିଲା। ଏଥିରେ ଆନ୍ତଃ ଦଳୀୟ ଗତିଶୀଳତା ଏକ ଭୂମିକା ଗ୍ରହଣ କରୁଥିବାବେଳେ ନିଜ ଦଳୀୟ ପ୍ରସଙ୍ଗ ମଧ୍ୟ ସମାନ ଭାବେ ମହତ୍ତ୍ୱପୂର୍ଣ୍ଣ, ବିଶେଷକରି ନିର୍ବାଚନ ପ୍ରସଙ୍ଗରେ। ନିର୍ବାଚନ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଗୃହ ସଚିବଙ୍କ ପରିବର୍ତ୍ତନ ଦ୍ୱାରା ଏହା ପ୍ରମାଣିତ ହୋଇଛି । ଗୁଜରାଟର ଗୃହ ସଚିବଙ୍କ ଦ୍ରୁତ ପରିବର୍ତ୍ତନ ପଛରେ କି ବାର୍ତ୍ତା ରହିଛି ତାହାକୁ ନେଇ ବି ପ୍ରଶ୍ନ ଉଠିଛି। ଅନୁମାନ କରାଯାଉଛି ଯେ, ଏହିସବୁ ନିଷ୍ପତ୍ତି ପଛରେ ପରୋକ୍ଷରେ ଗଭୀର ସଙ୍କେତ ରହିଛି। ବଦଳି ପ୍ରକ୍ରିୟା ସହ ଜଡ଼ିତ ବ୍ୟକ୍ତିମାନେ ମତ ଦିଅନ୍ତି ଯେ, ଆଗକୁ ଏହିପରି ଅଧିକ ନିଷ୍ପତ୍ତ ନିଆଯାଇପାରେ। ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କ ସ୍ଥାନରେ ସଞ୍ଜୟ ମୁଖାର୍ଜୀଙ୍କୁ ଅବସ୍ଥାପିତ କରିବା ନିଷ୍ପତ୍ତି ନିର୍ବାଚନ ପୂର୍ବରୁ କେନ୍ଦ୍ରର ଏକ ଯୋଜନାବଦ୍ଧ ପଦକ୍ଷେପକୁ ଦର୍ଶାଏ। କୌତୂହଳର ବିଷୟ, ମତ ପରିବର୍ତ୍ତନ ପୂର୍ବରୁ ଆଇପିଏସ୍‌ ଅଧିକାରୀ ବିବେକ ସାହାଙ୍କୁ ପରବର୍ତ୍ତୀ ଡିଜିପି ଭାବରେ ନିର୍ବାଚନ କମିଟି ବାଛିଥିଲେ ବି ପରେ ମୁଖାର୍ଜୀଙ୍କୁ ଚୟନ କରାଯାଇଥିଲା। ନୂତନ ନିଯୁକ୍ତିକୁ ତୁରନ୍ତ ପାଳନ କରିବାକୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମା ସମ୍ଭବତଃ ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ସମ୍ମୁଖୀନ ହେଉଥିବା ରାଜନୈତିକ ଦୃଶ୍ୟପଟକୁ ନେଇ କେନ୍ଦ୍ରର ବିଚଳିତ ଭାବକୁ ପ୍ରକାଶ କରୁଛି।
ଆଇଭିଏଫ୍‌ ବିବାଦ
ପଞ୍ଜାବର ଗାୟକ ସିଦ୍ଧୁ ମୋସେୱାଲାଙ୍କ ମାତାଙ୍କୁ ଦିଆଯାଇଥିବା ଆଇଭିଏଫ୍‌ ଚିକିତ୍ସା ସମ୍ବନ୍ଧରେ ପଞ୍ଜାବ ସରକାର ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ଅଜୟ ଶର୍ମାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏଥିପାଇଁ ଶର୍ମାଙ୍କୁ ୨ସପ୍ତାହ ସମୟ ଦିଆଯାଇଛି । ଏଭଳି ପଦକ୍ଷେପ ଦର୍ଶାଉଛି ଯେ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ନିକଟକୁ ଆଣି ନ ଥିବାରୁ ସରକାର କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି ନୋଟିସରେ ଦର୍ଶାଯାଇଛି। ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ତାଙ୍କ ନୂତନ ଶିଶୁପୁତ୍ର ଉପରେ ପଞ୍ଜାବ ସରକାର ତାଙ୍କୁ କଷ୍ଟ ଦେଇଛନ୍ତି ବୋଲି ମୋସେୱାଲାଙ୍କ ପିତା କହିବା ପରେ ଏହି ବିଷୟ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହା ଏକ ବଡ଼ ପ୍ରସଙ୍ଗ ହୋଇଥିବାରୁ ଶର୍ମାଙ୍କୁ ୧୯୯୨ ବ୍ୟବସାୟ ନିୟମର ସର୍ତ୍ତାବଳୀ ଅନୁଯାୟୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଏହି ବିଷୟରେ ମୁଣ୍ଡ ଖେଳାଇଛି ଓ ଶର୍ମାଙ୍କଠାରୁ ଏକ ରିପୋର୍ଟ ଚାହଁୁଛି। ସିଦ୍ଧୁଙ୍କ ଦୁଃଖଦ ମୃତ୍ୟୁର ୨ବର୍ଷ ପରେ, ବିଶେଷକରି ଉଭୟ ମାତାପିତା ଏଆଇଭିଏଫ୍‌ ଚିକିତ୍ସା ପାଇଁ ଯୋଗ୍ୟ ବୟସରୁ ଅଧିକ ହୋଇଥିବାରୁ ଶିଶୁର ଜନ୍ମ ଏକ ଆଲୋଡ଼ନ ସୃଷ୍ଟି କରିଛି । ତଥାପି, ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦେଶ ବ୍ୟସ୍ତ ଥିବାରୁ ସରକାରଙ୍କ କାର୍ଯ୍ୟ ମଧ୍ୟ ଜାରି ରହିବ। ଆଇଏଏସ୍‌ ଅଧିକାରୀଙ୍କ ଉପରେ ଏଭଳି ପଦକ୍ଷେପ ନିଶ୍ଚିତ କରେ ଯେ ସମସ୍ତେ ନିୟମାନୁସାରେ କାମ କରୁଛନ୍ତି ଓ ବ୍ୟବସ୍ଥାରେ ସ୍ବଚ୍ଛତା ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?